ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ରୁଷ୍‌ର କାମଚଟକା, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୮.୭ ରେକର୍ଡ

Published By : Harapriya Sethi | July 30, 2025 8:20 AM

ନୂଆଦିଲ୍ଲୀ, ୩୦/୦୭: ରୁଷ୍‌ର ଉପକୂଳବର୍ତ୍ତୀ ଅଞ୍ଚଳ କାମଚଟକାରେ ବୁଧବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୮.୭ ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନି । ୟୁଏସ ଜିୟୋଲୋଜିକାଲ ସର୍ଭେ (USGS) ଅନୁଯାୟୀ, ଏହି ଭୂମିକମ୍ପ ସମୁଦ୍ର ତଳେ ହୋଇଥିଲା, ଯାହା ପରେ ଜାପାନ ଏବଂ ଆମେରିକାର ଏଜେନ୍ସିମାନେ ସୁନାମୀ ଆଲର୍ଟ ଜାରି କରିଛନ୍ତି । ୟୁଏସ ଜିୟୋଲୋଜିକାଲ ସର୍ଭେ ଅନୁଯାୟୀ, ଏହି ଭୂକମ୍ପର କନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ଅତ୍ୟନ୍ତ କମ୍‌ ଗଭୀରତାରେ ଥିଲା । ଯାହା ପ୍ରାୟ ୧୯.୩ କିଲୋମିଟର ରହିଥିଲା । ଯାହା ଭୂପୃଷ୍ଠରେ ଶକ୍ତିଶାଳୀ ଭୂମିକମ୍ପ ଏବଂ ସୁନାମୀ ସମ୍ଭାବନାକୁ ବୃଦ୍ଧି କରିଛି । 

ସମାଚାର ଏଜେନ୍ସି ରୟଟର୍ସ ଅନୁଯାୟୀ, ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ ୧ ମିଟର ଉଚ୍ଚତାର ଜୁଆର ଆସିବାର ସମ୍ଭାବନା ରହିଛି । ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ଏହି ପରିସ୍ଥିତି ବିଷୟରେ ଅବଗତ କରାଯାଇଛି ଏବଂ ସରକାର ଏକ ଜରୁରୀକାଳୀନ ବୈଠକ ଡାକି ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଜୁଲାଇ ମାସ ପୂର୍ବରୁ କାମଚଟକା ପାଖରେ ସମୁଦ୍ରରେ ଅନେକ ଭୂକମ୍ପ ହୋଇଛି । ଯେଉଁଥିରୁ ଗୋଟିଏର ତୀବ୍ରତା ୭.୪ ଥିଲା । 

ଜାପାନରେ ଧ୍ୱଂସ ଆଣିପାରେ ସୁନାମୀ-

ଆମେରିକାର ସୁନାମୀ ଚେତାବନୀ କେନ୍ଦ୍ର ମଧ୍ୟ କହିଛି ଯେ, ଆଗାମୀ ୩ ଘଣ୍ଟା ମଧ୍ୟରେ ରୁଷ ଏବଂ ଜାପାନର କିଛି ସ୍ଥାନରେ ବିପଦପୂର୍ଣ୍ଣ ସୁନାମୀ ହୋଇପାରେ । ଏହା ଛଡ଼ା ଫିଲିପାଇନ୍ସ, ମାର୍ଶଲ ଆଇଲାଣ୍ଡସ, ପଲାଉ ଏବଂ ଅନ୍ୟ ଦ୍ୱୀପପୁଞ୍ଜରେ ମଧ୍ୟ ଅଳ୍ପ ମାତ୍ରାରେ ସୁନାମୀ ହେବାର ଆଶଙ୍କା ରହିଛି । 

ରୁଷ୍‌ର ରାଜ୍ୟପାଳ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କେହି ଆହତ ହୋଇଥିବାର ସୂଚନା ନାହିଁ । କିନ୍ତୁ ଏକ କିଣ୍ଡରଗାର୍ଡେନ କ୍ଷତିଗ୍ରସ୍ତ ହୋଇଛି । ସେ ଏହି ଭୂମିକମ୍ପକୁ ଦଶନ୍ଧିର ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ବୋଲି କହିଛନ୍ତି ଏବଂ ଉପରୂଳବର୍ତ୍ତୀ ଅଞ୍ଚଳବାସୀଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଯିବାକୁ କହିଛନ୍ତି । 

ଭୂକମ୍ପ ଏବଂ ସୁନାମୀର ବିପଦ ପରେ ରୁଷ୍‌ର ସଖାଲିନ ଅଞ୍ଚଳର ଛୋଟ ସହର ସେବେରୋ-କୁରୀଲ୍‌ସ୍କରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି । ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ନିୟୋଜିତ ରହିଛି । ସଖାଲିନର ରାଜ୍ୟପାଳ ଏହା ସୁନିଶ୍ଚିତ କରିଛନ୍ତି । ସ୍ଥାନୀୟ ଅଧିକାରୀ ଲୋକଙ୍କୁ ସତର୍କ ରହିବା, ଜରୁରୀକାଳୀନ ନିର୍ଦ୍ଦେଶ ପାଳନ କରିବା ଏବଂ ଗୁଜବଠାରୁ ଦୂରେଇ ରହିବାକୁ ଅପିଲ କରିଛନ୍ତି ।      

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.