ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଅନିଲ ଅମ୍ବାନିଙ୍କ ୩ ହଜାର କୋଟିର ଠକେଇ ମାମଲା: ଭୁବନେଶ୍ୱରରୁ ପାର୍ଥ ସାରଥିଙ୍କୁ ଗିରଫ କଲା ଇଡି

Published By : Manoj | August 3, 2025 10:59 AM

ଭୁବନେଶ୍ୱର,୦୩/୦୮: ଅନୀଲ ଧିରୁଭାଇ ଅମ୍ବାନି ଗ୍ରୁପର ୩ ହଜାର କୋଟିର ଆର୍ଥିକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଓଡ଼ିଶା ଭିତ୍ତିକ ଫାର୍ମର ନିର୍ଦ୍ଦେଶକ ପାର୍ଥ ସାରଥୀ ବିଶ୍ୱାଳଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି । ଅନିଲ ଅମ୍ବାନିଙ୍କ ଗ୍ରୁପକୁ ଜାଲ୍‌ ବ୍ୟାଙ୍କ୍ ଗ୍ୟାରେଣ୍ଟି ଦେବା ର‌୍ୟାକେଟରେ ପାର୍ଥ ସାମିଲ ଥିବା ନେଇ ଅଭିଯୋଗ  ରହିଛି । ରିଲାଏନ୍ସ ଗ୍ରୁପ କମ୍ପାନିକୁ ପାର୍ଥଙ୍କ ସଂସ୍ଥା ୬୮ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥିବା ଇଡିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । 

ପାର୍ଥ ବିଶ୍ୱାଳ ଟ୍ରେଡ୍‌ଲିଙ୍କ (ବିଟିପିଏଲ୍‌) ପରିଚାଳନା ନିର୍ଦ୍ଦେଶକ ।  ବେଆଇନ ଅର୍ଥ କାରବାର ନିରୋଧି ଆଇନ (ପିଏମ୍‌ଆଇଏଲ୍‌) ଅଧୀନରେ  ଇଡି ଭୁବନେଶ୍ୱରର ୩ଟି ସ୍ଥାନ ଏବଂ କୋଲକାତାର ଏକ ସ୍ଥାନ ଉପରେ ଚଢ଼ାଉ କରିଥିଲା । ଏହି ମାମଲାରେ ପାର୍ଥ ସାରଥୀଙ୍କୁ କୋର୍ଟ ୬ ଅଗଷ୍ଟ ଯାଏ ଇଡି ହାଜତକୁ ପଠାଇଛନ୍ତି । ଅନ୍ୟପଟେ  ଅନିଲ ଅମ୍ବାନିଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି । ସେ ଆସନ୍ତା ୫ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବେ । ଏସ୍‌ବିଆଇର ଏକ ଜାଲ୍‌ ଡୋମେନ ବ୍ୟବହାର କରି ପାର୍ଥ ସାରଥୀ ୬୮ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି  ଇମେଲ୍‌ ଜାରି କରିଥିଲେ । ବିଟିପିଏଲ୍‌ ବ୍ୟାଙ୍କ ଗ୍ୟାରେଣ୍ଟିକୁ ବ୍ୟବହାର କରି ରିଲାଏନ୍ସ ପାୱାରର ସହଯୋଗୀ କମ୍ପାନି ରିଲାଏନ୍ସ ଏନ୍‌ୟୁ ବେସ୍‌ ଲିମିଟେଡ ସୋଲାର ଏନର୍ଜି  କର୍ପୋରେସନ ଅଫ୍‌ ଇଣ୍ଡିଆ (ଏସ୍‌ଇସିଆଇ)କୁ ଭରସା ଦେଇଥିଲା । ଏହା ଜାଲ୍‌ ବୋଲି ଜଣାପଡ଼ିବା ପରେ ୨୦୨୪ ନଭେମ୍ବରରେ ଦିଲ୍ଲୀ  ଅର୍ଥନୈତିକ ଅପରାଧ ଶାଖାରେ ମାମଲା ରୁଜୁ ହୋଇଥିଲା । 

ସେହିଭଳି  ଜାଲ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ଦେବା ଲାଗି ବିଟିପିଏଲ୍‌ ରିଲାଏନ୍ସ ପାୱାର ଠାରୁ ୫.୪ କୋଟି ଟଙ୍କା ନେଇଥିବା ଇଡି ଜାଣିବାକୁ ପାଇଛି। ଅନିଲ ଅମ୍ବାନିଙ୍କ କର୍ପୋରେଟ ନେଟୱର୍କରେ ଠକେଇ ଅପରେସନ ସମ୍ପର୍କରେ ଜାଣିବା ଲାଗି  ବିଟିପିଏଲ୍‌ ଏକ ଜରୁରି ଲିଙ୍କ୍‌ ଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି ।  ଅନ୍ୟପଟେ ରିଲାଏନ୍ସ ଧିରୁଭାଇ ଅମ୍ବାନି ଗ୍ରୁପର ପ୍ରବକ୍ତା କହିଛନ୍ତି, କମ୍ପାନି  ଜାଲିଆତି ଏବଂ ଷଡଯନ୍ତ୍ରର ଶିକାର ହୋଇଛି । ଏ ନେଇ ଜରୁରି ସୂଚନା ଷ୍ଟକ୍ ବଜାରକୁ ପ୍ରଦାନ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.