ପ୍ରମୂଖ ଖବର
  • ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ, ସାଂସଦଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ
  • ||
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ମହିଳା ଆଙ୍କରଙ୍କୁ ଲାଇଭ୍ ଟିଭିରେ ପ୍ରପୋଜ୍ କଲେ WCL ମାଲିକ, ଭିଡିଓ ଭାଇରାଲ୍

Published By : Tapas Panda | August 3, 2025 8:43 PM

Image Courtesy: zeenews

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ପାକିସ୍ତାନକୁ ୯ ୱିକେଟରେ ପରାସ୍ତ କରି WCL 2025 ଟାଇଟଲ ଜିତିଛି । ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ଶତକ ଯୋଗୁଁ ଦକ୍ଷିଣ ଆଫ୍ରିକା ୧୯ ବଲ ବାକି ଥାଇ ୧୯୬ ରନର ଟାର୍ଗେଟ ହାସଲ କରିଥିଲା। ଗୋଟିଏ ପଟେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ବାତିଲ ହେବା ଯୋଗୁଁ ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲେଜେଣ୍ଡସ୍ ଲିଗ୍ ଖବରରେ ରହିଥିଲା । ଡବ୍ଲୁସିଏଲ ଫାଇନାଲ ପରେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି । 

ଲିଗ୍ର ମାଲିକ ହର୍ଷିତ ତୋମାର ଲାଇଭ୍ କ୍ୟାମେରାରେ ଜଣେ ମହିଳା ଟିଭି ଉପସ୍ଥାପିକାଙ୍କୁ ପ୍ରପୋଜ୍‌ ବା ପ୍ରେମ ନିବେଦନ ବିଷୟରେ କଥା ହୋଇଥିଲେ। ମ୍ୟାଚ୍ ପରେ ମହିଳା ଟିଭି ଉପସ୍ଥାପିକା କରିଶ୍ମା କୋଟାକ WCL ମାଲିକ ହର୍ଷିତ ତୋମାରଙ୍କୁ ପଚାରିଥିଲେ ଯେ, ଏହା  ପରେ କ’ଣ ଯୋଜନା ରହିଛି । ତୋମାରଙ୍କ ଜବାବ ଶୁଣି କରିଶ୍ମା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହର୍ଷିତ ତୋମାର କହିଥିଲେ, ‘ଯେତେବେଳେ ଏସବୁ ଶେଷ ହେବ, ହୁଏତ ମୁଁ ତୁମକୁ ପ୍ରପୋଜ କରିବି।’  ଟିଭି ଉପସ୍ଥାପିକା କରିଶ୍ମା କୋଟାକ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲେ, ‘ଓଃ ମାଇ ଗଡ୍‌ (ହେ ଭଗବାନ)।’ ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । 




ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୧ ରନରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିଥିଲା । ଭାରତୀୟ ଦଳ ପାକିସ୍ତାନ ସହିତ ଖେଳିବାକୁ ମନା କରିଦେଇଥିଲା । ତେଣୁ ପାକିସ୍ତାନ ଦଳ ସେମିଫାଇନାଲ ନ ଖେଳି ଟାଇଟଲ ମୁକାବିଲାରେ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚରେ, ପାକିସ୍ତାନ ଚାମ୍ପିଅନ୍ସ ପ୍ରଥମେ ଖେଳି ୧୯୫ ରନ କରିଥିଲା । ଶର୍ଜିଲ ଖାନ ଝଡ଼ ସୃଷ୍ଟି କରି ୭୬ ରନ କରିଥିଲେ । ଉମର ଅମିନ ୩୬ ଏବଂ ଆସିଫ ଅଲିଙ୍କ ୨୮ ରନର ଇନିଂସ ବଳରେ ପାକିସ୍ତାନ ଦଳର ସ୍କୋର ୧୯୫ ରନ୍‌ରେ ପହଞ୍ଚିଥିଲା । 

ସେପଟେ ଦକ୍ଷିଣ ଆଫ୍ରିକା ଦଳର ହାସିମ ଆମଲା ମାତ୍ର ୧୮ ରନ କରି ଆଉଟ ହୋଇଥିଲେ। ଏହା ପରେ, ଏବି ଡିଭିଲିୟର୍ସ ଏବଂ ଜେପି ଡୁମିନିଙ୍କ ମଧ୍ୟରେ ୧୨୫ ରନର ଅପରାଜିତ ଭାଗୀଦାରି ଦକ୍ଷିଣ ଆଫ୍ରିକା ଦଳର ବିଜୟ ସୁନିଶ୍ଚିତ କରିଥିଲା। ଡୁମିନି ୫୦ ରନ କରିଥିଲେ । ଡିଭିଲିୟର୍ସ ୬୦ ବଲ ଖେଳି ୧୨୦ ରନ କରିଥିଲେ । ଏହି ସମୟରେ ସେ ୧୨ ଚୌକା ଏବଂ ୭ ଛକା ମାରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.