ପ୍ରମୂଖ ଖବର
  • ଉତ୍ତର ପ୍ରଦେଶରେ ବନ୍ୟା ବିତ୍ପାତ, ୧୪ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଦୁଇଟି EPIC ନମ୍ବର ମାମଲାରେ ଫସିପାରନ୍ତି ତେଜସ୍ୱୀ ଯାଦବ, ନୋଟିସ୍ ପଠାଇଲେ ନିର୍ବାଚନ କମିଶନ୍
  • ||
  • ଆନ୍ଧ୍ରପ୍ରଦେଶ ବାଲିକୁରୁମା ପଥର ଖଣିରେ ବିସ୍ଫୋରଣ, ୯ ମୃତ
  • ||
  • କନ୍ଧମାଳ : ବସ୍‌ ସାମ୍ନାକୁ ଚାଲି ଆସିଲା ଜଙ୍ଗଲୀ ଦନ୍ତା, ଯାତ୍ରୀ ଭୟଭୀତ
  • ||
  • MVI ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଭିିଜିଲାନ୍ସ ଟେରା, ଲକ୍ଷାଧିକ ଟଙ୍କା ସହ ୩୬ଟି ପ୍ଲଟ୍‌ ଠାବ
  • ||
  • ଉତ୍ତରପ୍ରଦେଶରେ ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା ଗାଡ଼ି, ୧୧ ମୃତ, ୨ ଆହତ
  • ||
  • ଡିଭିଲିୟର୍ସଙ୍କ ବିସ୍ଫୋରକ ଶତକ, ସାଉଥ୍ ଆଫ୍ରିକା ଚାମ୍ପିଅନ୍‌, ହାରିଲା ପାକିସ୍ତାନ
  • ||
  • ସୁନ୍ଦରଗଡ଼: ରେଳ ଧାରଣା ଉଡ଼ାଇଲେ ମାଓବାଦୀ, ମାଲବାହୀ ଟ୍ରେନ ଚଳାଚଳ ବନ୍ଦ
  • ||
  • ରାଉରକେଲା; ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ, ସର୍ଚ୍ଚ ଅପରେସନ ଜାରି
  • ||
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

କେବେ ଏବଂ କେଉଁ ଭେନ୍ୟୁରେ ହେବ ଭାରତ-ପାକିସ୍ତାନ ହାଇଭୋଲ୍ଟେଜ୍ ଗେଟ୍; ସିଡ୍ୟୁଲ୍ ଘୋଷଣା କଲେ ଏସିସି

Published By : Ankita S | August 3, 2025 12:19 PM

ନୂଆଦିଲ୍ଲୀ,୦୩/୦୮: 'ଅପରେସନ୍ ସିନ୍ଦୂର' ପରେ ପ୍ରଥମ ଥର କ୍ରିକେଟ୍ ପଡ଼ିଆରେ ହେବ ଲଢ଼େଇ । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ-ପାକିସ୍ତାନ । କ୍ରିକେଟ ଫିବରରେ କମ୍ପିବେ ଫ୍ୟାନ୍ସ  । ଜୋରଦାର ହେବ ମୁକାବିଲା । ଚୌକା-ଛକାରେ କମ୍ପିବ ଷ୍ଟାଡ଼ିୟମ । ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ୨୦୨୫ । ଏସିଆନ୍ କ୍ରିକେଟ୍ କାଉନ୍‌ସିଲ ଏ ନେଇ ଫୁଲ୍ ସିଡ୍ୟୁଲ ଘୋଷଣା କରିଛି । ସେପ୍ଚେମ୍ବର ୯ରୁ ୨୮ ଯାଏ ଏସିଆ କପ୍  ୟୁଏଇରେ ଖେଳାଯିବ । ଦୁବାଇ ଓ ଆବୁଧାବିରେ ସବୁ ମ୍ୟାଚ୍ ହେବ। ଆଫଗାନିସ୍ତାନ ଓ ହଙ୍କକଙ୍କ୍‌ ମଧ୍ୟରେ ଶେଖ୍ ଜାୟଜ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ । ସେପ୍ଟେମ୍ବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ୍ ମ୍ୟାଚ୍ ହେବ । ସେପ୍ଟେମ୍ବର ୨୮ରେ ଦୁବାଇରେ ଫାଇନାଲ ଫାଇଟ୍ ।

ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଚେମ୍ବର ୧୪ରେ ହାଇଭୋଲ୍ଟେଜ ମ୍ୟାଚ ଖେଳାଯିବ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଚାଡିୟମରେ ଏହି ଲଢେଇ ହେବ । ଭାରତ-ପାକିସ୍ତାନ ଗ୍ରୁପ-ଏରେ ରହିଛନ୍ତି । ଏହା ସହିତ ୟୁଏଇ ଓ ଓମାନ ବି ଅଛନ୍ତି । ଯଦି ଭାରତ-ପାକିସ୍ତାନ ଗ୍ରୁପ ଷ୍ଟେଜ କ୍ୱାଲିଫାଏ କରୁଛନ୍ତି ତେବେ ଦ୍ବିତୀୟ ଥର ସେପ୍ଟେମ୍ବର ୨୧ରେ ମୁହାଁମୁହିଁ ହେବାର ସମ୍ଭାବନା ରହିଛି । ଯଦି ଦୁଇ ଦଳ ଫାଇନାଲରେ ଏଣ୍ଟ୍ରୀ କରୁଛନ୍ତି ତେବେ ତୃତୀୟ ଥର ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇପାରନ୍ତି ।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ -ପାକିସ୍ତାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ପାରିମ୍ପରିକ ପ୍ରତିନ୍ଦ୍ବନ୍ଦୀ ଦଳର ମ୍ୟାଚକୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ରହିଛି । ଗ୍ରୁପ-ଏରେ ଭାରତ, ପାକିସ୍ତାନ, ୟୁଏଇ ଓ ଓମାନ ରହିଛନ୍ତି । ସେହିପରି ଗ୍ରୁପ-ବିରେ ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ହକଂକଙ୍ଗ ରହିଛନ୍ତି । ଏସିଆ କପ ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ୧୯ଟି ମ୍ୟାଚ ଖେଳାଯିବ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.