ନୂଆଦିଲ୍ଲୀ,୩୧।୭: ପୃଥିବୀକୁ ନେଇ ନିକଟରେ ଏକ ଅଧ୍ୟୟନ ଚିନ୍ତା ସୃଷ୍ଟି କରିଛି। ଏହି ଅଧ୍ୟୟନରୁ ଜଣାପଡିଛି ଯେ ଅତ୍ୟଧିକ ଭୂତଳ ଜଳ ଉତ୍ତୋଳନ ପୃଥିବୀର ଘୂର୍ଣ୍ଣନ ଅକ୍ଷରେ ଏକ ବଡ଼ ପରିବର୍ତ୍ତନ ଆଣିଛି, ଯାହା ଫଳରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଏହା ୩୧.୪ ଇଞ୍ଚ (୮୦ସେଣ୍ଟିମିଟର) ଢଳିଛି। କୃଷି ଏବଂ ମାନବ ବ୍ୟବହାର ପାଇଁ ଜଳର ଆବଶ୍ୟକତା ପୃଥିବୀରରେ ପରିବର୍ତ୍ତନ କରିଛି, ଯାହା ଏହାର ଘୂର୍ଣ୍ଣନ ଗତିକୁ ପ୍ରଭାବିତ କରିଛି। ଏହା ସହ ସମୁଦ୍ର ସ୍ତର ମଧ୍ୟ ବୃଦ୍ଧି ପାଇଛି। ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସରେ ପ୍ରକାଶିତ ଏକ ଅଧ୍ୟୟନ ଏକ ଚିନ୍ତାଜନକ ତଥ୍ୟ ପ୍ରକାଶ କରିଛି। ଦୁଇ ଦଶନ୍ଧିରୁ କମ୍ ସମୟ ମଧ୍ୟରେ ପୃଥିବୀର ଘୂର୍ଣ୍ଣନ ଅକ୍ଷ ୩୧.୫ ଇଞ୍ଚ ସ୍ଥାନାନ୍ତରିତ ହୋଇଛି, ମୁଖ୍ୟତଃ ମଣିଷ ଦ୍ୱାରା କରାଯାଇଥିବା ଭୂତଳ ଜଳ ନିଷ୍କାସନ ପୃଥିବୀର ଅକ୍ଷକୁ ପରିବର୍ତ୍ତନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ବିଶେଷଜ୍ଞଙ୍କ ମତରେ ଏଭଳି ଢଳିକି ରହିବା ହେବା ପୂର୍ବ ଚିନ୍ତା ଏବେ ଅଧିକ ପ୍ରଭାବ ପକାଇପାରେ, ଯେଉଁଥିରେ ସମୁଦ୍ର ସ୍ତର ବୃଦ୍ଧି ଏବଂ ଜଳବାୟୁ ଅସ୍ଥିରତା ଦେଖାଯିବ। ସିଓଲ ନ୍ୟାସନାଲ ୟୁନିଭରସିଟିର କି-ୱେନ ସିଓ ସମେତ ଗବେଷକଙ୍କ ଦ୍ୱାରା ଗହନ ବିଶ୍ଳେଷଣ ମାଧ୍ୟମରେ ପ୍ରଥମ ଥର ପାଇଁ ଏହି ରିପୋର୍ଟ ପ୍ରକାଶିତ ହୋଇଛି। ଏହି ଅଧ୍ୟୟନ, ଯାହା ୧୯୯୩ ରୁ ୨୦୧୦ ପର୍ଯ୍ୟନ୍ତ ତଥ୍ୟ ଯାଞ୍ଚ କରିଥିଲା। ଯାହାକି ଦର୍ଶାଉଛି ଯେ ମାନବ କାର୍ଯ୍ୟକଳାପ, ବିଶେଷକରି ଭୂତଳ ଜଳ ନିଷ୍କାସନ ଗ୍ରହକୁ ପ୍ରଭାବିତ କରୁଛି। ପୃଥିବୀ ଢଳି ପଡ଼ିବା ଦ୍ବାରା ବୈଶ୍ବିକ ସ୍ତରରେ ସମୁ୍ଦର ଜଳ ସ୍ତର ମଧ୍ୟ ୦.୨୪ ଇଞ୍ଚ ବୃଦ୍ଧି ପାଇଛି । ଫଳରେ ଭବିଷ୍ୟତରେ ଧିରେ ଧିରେ ପୃଥିବୀ ପାଣିରେ ବୁଡି ଯିବାର ଆଶଙ୍କା କରାଯାଉଛି।
କୃଷି ଜଳସେଚନ ଏବଂ ପାନୀୟ ଜଳ ପାଇଁ ଭୂତଳ ଜଳ ନିଷ୍କାସନ କରାଯାଏ। ଏଥିପାଇଁ ଭୂତଳ ସଂରକ୍ଷଣରୁ ୨,୧୫୦ ଗିଗାଟନ୍ ପାଣି ମହାସାଗରରୁ ଯାଇଥାଏ। ଯାହାଫଳରେ ପୃଥିବୀର ବସ୍ତୁତ୍ୱ ସନ୍ତୁଳନକୁ ଆହୁରି ବିଗିଡି ଯାଉଛି। ଏହା ପୃଥିବୀର ଘୂର୍ଣ୍ଣନ ଅକ୍ଷକୁ ୩୧.୫ ଇଞ୍ଚ ପରିବର୍ତ୍ତନ କରିଛି। ଏହା ଏଭଳି ଏକ ସତ୍ୟ ଯାହାକୁ ପୂର୍ବରୁ ବିଶ୍ୱ ଜଳବାୟୁ ପ୍ରଣାଳୀ ଉପରେ ଏହାର ପ୍ରଭାବକୁ କମ୍ ଭାବି ଅଣଦେଖା କରାଯାଇଥିଲା। ଏହି ଅଧ୍ୟୟନ ଦର୍ଶାଉଛି ଯେ ଭୂତଳ ଜଳର ବହୁଳ ପରିମାଣର ପମ୍ପିଂ ପୃଥିବୀର ଘୂର୍ଣ୍ଣନ ଅକ୍ଷ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଉଛି।