ପ୍ରମୂଖ ଖବର
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀ: ରିମାଣ୍ଡ୍‌ରେ ଆସିବେ ନିହାର, ଜିତନ୍‌ ସମେତ ୩ ଅଭିଯୁକ୍ତ

Published By : Manoj | August 4, 2025 10:26 AM

କଟକ ୦୪/୦୮: ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀରେ ବୋର୍ଡର ଉପସଭାପତି ନିହାର ରଞ୍ଜନ  ମହାନ୍ତିଙ୍କ ଲିଙ୍କ୍‌ ଆସିବାରୁ କ୍ରାଇମ୍‌ବ୍ରାଞ୍ଚ୍‌ ଆଗକୁ ଘଟଣାର ଆହୁରି ଅଧିକ  ଖୋଳତାଡ଼ କରିବ । ଏଥିରେ ବୋର୍ଡର  ଅନ୍ୟମାନେ ସମ୍ପୃକ୍ତ ଥାଇପାରନ୍ତି ବୋଲି  କ୍ରାଇମ୍‌ବ୍ରାଞ୍ଚ୍‌ ଡିଜି ବିନୟତୋଷ ମିଶ୍ର  କହିଛନ୍ତି । ତେଣୁ ନିହାରଙ୍କ ସମେତ ପୂର୍ବରୁ ଗିରଫ ହୋଇଥିବା ଡାଟା ଏଣ୍ଟ୍ରି  ଅପରେଟର୍‌ ଜିତନ ମହାରଣା, ଏକ୍ସ କ୍ୟାଡର୍‌ ଶିକ୍ଷକ ସଂଘ ସଭାପତି ବିଜୟ  ମିଶ୍ରଙ୍କୁ ରିମାଣ୍ଡ୍‌ରେ ଆଣିବା ପାଇଁ  କ୍ରାଇମ୍‌ବ୍ରାଞ୍ଚ୍‌ ଯୋଜନା ରଖିଛି ବୋଲି ଡିଜି  ଶ୍ରୀ ମିଶ୍ର କହିଛନ୍ତି ।  

ଏଥିଲାଗି କାଗଜପତ୍ର ପ୍ରସ୍ତୁତି  ଚାଲିଛି । କୋର୍ଟଙ୍କ ଅନୁମତି ନେଇ  ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତମାନଙ୍କୁ  ରିମାଣ୍ଡ୍‌ରେ ଆଣି ଏହି ଘଟଣାରେ  ଆଉ କିଏ ସମ୍ପୃକ୍ତ ଅଛନ୍ତି ତାହା ଖୋଜି  ବାହାର କରିବ । ନିହାରଙ୍କ ପ୍ରକୋଷ୍ଠରେ  କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ  ଏବେ ସ୍କାନର୍‌ରେ ଅଛନ୍ତି । କାରଣ ପ୍ରଶ୍ନ  ପ୍ରସ୍ତୁତି ପ୍ରକ୍ରିୟାରେ ମହିଳା କର୍ମଚାରୀ  ପ୍ରଶ୍ନକୁ ସ୍କାନ୍‌ କରିବା ସହ ଅନ୍ୟାନ୍ୟ  ଡାଟା ଏଣ୍ଟ୍ରି କରିବାରେ ନିୟୋଜିତ ଥିଲେ ।  

ସେହିପରି ପ୍ରଶ୍ନ ପ୍ରସ୍ତୁତି କାର୍ଯ୍ୟରେ  ଗୋପନୀୟ ସେକ୍ସନର କେତେଜଣ  କର୍ମଚାରୀ ଓ ପୂର୍ବରୁ ପ୍ରଶ୍ନ ପ୍ରସ୍ତୁତି  କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ  ବି ସନ୍ଦେହରେ ରହିଛନ୍ତି । ପ୍ରାୟ ୪୦ ଜଣ  କର୍ମଚାରୀଙ୍କୁ ପଚରା ଉଚରା କରିସାରିଛୁ ।  ଆଗକୁ ଆଉ କେତେଜଣ କର୍ମଚାରୀଙ୍କୁ  ପଚରା ଉଚରା କରିବୁ ବୋଲି ଡିଜି ଶ୍ରୀ  ମିଶ୍ର କହିଛନ୍ତି । ପ୍ରଶ୍ନ ଛପା ଯାଉଥିବା  ଫାର୍ମ ସହ ନିହାରଙ୍କ ବନ୍ଧୁ ବା ସମ୍ପର୍କୀୟଙ୍କ  ସମ୍ପର୍କ ଥିବା ବାବଦରେ ପଚାରିବାରୁ ଏ  ପର୍ଯ୍ୟନ୍ତ ସେନେଇ କିଛି ଲିଙ୍କ୍‌ ମିଳିନାହିଁ  ବୋଲି ଡିଜି ଶ୍ରୀ ମିଶ୍ର କହିଛନ୍ତି । ମାତ୍ର  ଅନ୍ୟ ଦିଗକୁ ଯାଇ ଏସବୁ ଖୋଳତାଡ଼  ଚାଲିଛି ବୋଲି ସେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.