ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ହସ୍ପିଟାଲରେ ଲୁଟେରାଙ୍କ ଉତ୍ପାତ, ଡାକ୍ତରଙ୍କୁ ଦେଖାଇ ଆସିଲା ବେଳକୁ ବାଇକ୍ ଧରି ଚମ୍ପଟ୍ ମାରିଲା ଚୋର

Published By : Prameya | April 1, 2025 11:10 AM

ଦାରିଙ୍ଗବାଡି ୦୧/୦୪: ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡ଼ିକାଲ ଆସିଥିଲେ । ହେଲେ ଡାକ୍ତରଙ୍କୁ ପରାମର୍ଶ କରି ଆସିବା ଭିତରେ ବାଇକ୍ ଚୋରି କରି ନେଇଗଲେ ଚୋର । ସିସିଟିଭି କ୍ୟାମେରାରେ କଏଦ ହେଲା ବାଇକ୍ ଚୋରି ବେଳର ଦୃଶ୍ୟ। ଏଭଳି ଘଟଣା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଦାରିଙ୍ଗବାଡି ମେଡ଼ିକାଲ ଠାରେ ଦେଖିବାକୁ ମିଳିଛି। 

ସୂଚନା ଅନୁଯାଇ, ଆଡବା ଥାନା ବିଥଲ ଗ୍ରାମର ମଜେଶ ବଡମାଝୀ ଦାରିଙ୍ଗବାଡି ସ୍ଥିତ ସାରିଙ୍ଗ୍ରିପି ନିଜ ଶଶୁର ଘରକୁ ବୁଲିବାକୁ ଆସିଥିଲେ। ଏହି ସମୟରେ ତାଙ୍କ ପୁଅ ଆୟୁଷ ବଡମାଝୀଙ୍କ ଦାନ୍ତ ବଥା ହେଉଥିଲା। ଆଜି ସକାଳ ୮ଟା ସମୟରେ ପୁଅକୁ ଧରି ଦାରିଙ୍ଗବାଡି ମେଡ଼ିକାଲକୁ ନିଜର ଆପାଚି ବାଇକ୍(ଓଡ଼ି ୦୭ ଏଡି ୨୬୩୫) ରେ ଯାଇଥିଲେ। ମେଡ଼ିକାଲ ମଧ୍ୟରେ ବାଇକ୍ ରଖି ଡାକ୍ତରଙ୍କ ପାଖକୁ ଯାଇଥିଲେ । ଡାକ୍ତରଙ୍କୁ ଦେଖାଇ ଆସିଲା ବେଳେ ବାଇକ୍ ଚୋରି ହୋଇଯାଇଥିଲା । ମେଡ଼ିକାଲ ସିସିଟିଭିରେ ବାଇକ୍ ଚୋରି କରିବା ଦୃଶ୍ୟ କଏଦ ହୋଇଥିବା ବେଳେ ଚୋର ଜଣଙ୍କ ମୁଣ୍ଡରେ ଟୋପି ପିନ୍ଧି ଥିବା ବେଳେ ମୁହଁରେ କଳା ମାସ୍କ ବ୍ୟବହାର କରିଛନ୍ତି ।

ବାଇକ୍ ରଖି ଯିବାର ମାତ୍ର ୩ ମିନିଟ ମଧ୍ୟରେ ବାଇକ୍ ଚୋରି କରି ନେଇଯାଇଥିଲେ। ଏନେଇ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିବା ମଜେଶ ବଡ଼ମାଝୀ। ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ କନକ ମାଝୀ ସୂଚନା ଦେଇଛନ୍ତି । ବାଇକ୍ ଚୋରି କରିଥିବା ଚୋରକୁ ଯଥା ଶୀଘ୍ର ଗିରଫ କରିବା ସହ ବାଇକ୍ କିଭଳି ମିଳିପାରିବ ସେନେଇ ପୁଲିସ ଗୁରୁତ୍ବ ଦେଉ ବୋଲି ମଜେଶ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.