ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ପତ୍ନୀକୁ ଛୁରୀ ଭୁଶି ଜୀଅନ୍ତା ସୁଟକେସ୍‌ରେ ଭର୍ତ୍ତି କରିଥିଲା ସ୍ବାମୀ, ସତ ଲୁଚାଇବାକୁ ଜାଣନ୍ତୁ କ’ଣ ପ୍ଲାନିଂ କରିଥିଲା ଅଭିଯୁକ୍ତ ?

Published By : Prameya | March 29, 2025 8:28 PM

ନୂଆଦିଲ୍ଲୀ,୨୯।୩ : ବେଙ୍ଗାଲୁରରେ ପତ୍ନୀଙ୍କୁ ହତ୍ୟାକରୀ ସୁଟ୍‌କେସ୍‌ରେ ଭର୍ତ୍ତି କରିବା ମାମଲା। ହତ୍ୟାକାରୀ ସ୍ବାମୀ କିଭଳି କେସ୍‌କୁ ମିସ ଲିଡ୍ କରିବାକୁ ମିଛ କହୁଥିଲା ସେ ନେଇ ଗୋଟି ଗୋଟି କରି କଥା ସାମନାକୁ ଆସିଛି। ହତ୍ୟା କରିବା ପରେ  ପତ୍ନୀ ଆତ୍ମହତ୍ୟା କରିଥିଲା ବୋଲି ପଡୋଶୀଙ୍କୁ କହିଥିଲା ଅଭିଯୁକ୍ତ ସ୍ବାମୀ ରାକେଶ ରାଜେନ୍ଦ୍ର ଖେଡକର। ସେ ରହୁଥିବା ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ପ୍ରଭୁ ସିଂହ ନାମକ ଭଡାଟିଆଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା। ସେ କହିଥିଲା, ତା’ର ସ୍ତ୍ରୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏପରିକି ପୋଲିସ ଏବଂ ବିଲ୍ଡିଂର ମାଲିକଙ୍କୁ ଜଣାଇବାକୁ ମଧ୍ୟ କହିଥିଲା। ଏହାପରେ ପ୍ରଭୁ ସିଂହ ପୋଲିସ କନଟ୍ରୋଲ ରୁମ୍ ଓ ଘର ମାଲିକଙ୍କୁ ଫୋନ୍ କରି ଜଣାଇଥିଲେ।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ରାକେଶ ନିଜକୁ ମାନସିକ ସ୍ତରରେ ଖୁବ୍ ଚିନ୍ତିତ ବୋଲି ଅଭିନୟ କରୁଛି। ନଚେତ ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛି। ଅନ୍ୟମାନଙ୍କର ସହାନୁଭୁତି ପାଇବାକୁ କେସ୍‌କୁ ମିସଲିଡ୍ କରୁଛି। ଏଥିରୁ ଲାଗୁଛି ହତ୍ୟାକରିବାର ଯୋଜନା ନେଇ ସେ ତା’ର ପତ୍ନୀକୁ ବେଙ୍ଗାଲୁର ନେଇକି ଆସିଥିଲା। ଉଲ୍ଲେଖନୀୟ ଯେ, ଗତ ୨୬ ତାରିଖରେ ବେଙ୍ଗାଲୁରର ଆଇଟି ପ୍ରଫେସନାଲ ରାକେଶ ନିଜ ପତ୍ନୀ ଗୌରି ଅନିଲ ସମ୍ବେ୍ରକରକୁ ଚୁରି ମାରି ହତ୍ୟା କରିଥିଲା। ପ୍ରଥମେ ପେଟରୁ ଛୁରି ଭୁଶିଥିଲା। ଏହାପରେ ଗଳାକାଟି ଦେଇଥିଲା। କେବଳ ସେତିକି ନୁହେଁ ପତ୍ନୀକୁ  ସୁଟ୍‌କେସ୍ ଭିତରେ ପୁରାଇ ବାଥ୍‌ରୁମ୍‌ରେ ରଖି ମହାରାଷ୍ଟ୍ର ପଳାଇ ଯାଇଥିଲା। ଫରେନସିନ୍ ରିପୋର୍ଟରେ ସୁଟକେସ୍ ଭିତରୁ ପ୍ରଚୁର ମାତ୍ରାରେ କଫ ମିଳିଛି। କଫ ସେତେବେଳେ ବାହାରେ ଯେତେବେଳେ ଜଣେ ମଣିଷ ବଞ୍ଚିଥାଏ। ଫରେନସିକ୍ ଟିମ୍ କହିଛି, ଗୌରିଙ୍କ ମୃତ୍ୟୁ ସୁଟକେସ୍ ଭିତରେ ହୋଇଛି। ତାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ରହିଛି। 

ହତ୍ୟା କରିବା ପରେ ରାକେଶ ପୁନେ ପଳାଇ ଯାଇଥିଲା। ସେଠାରୁ ସେ ନିଜ ଶଳାକୁ ଫୋନ୍ କରି କହିଥିଲା ଗୌରିକୁ ମାରିଦେଇଛି। ରାକେଶକୁ ପୋଲିସ ଗୁରୁବାର ସନ୍ଧ୍ୟାରେ ଗିରଫ କରିଥିଲା।ଏହାର କିଛି ମିନିଟ୍ ପୂର୍ବରୁ ସେ  ପୁନେର ସିରଓ୍ବାଲ ପୋଲିସ ଷ୍ଟେସନ୍‌ରେ ଆତ୍ମସପର୍ମଣ କରିଥିଲା। ୨୬ ତାରିଖ ରାତିରେ ରାକେଶ ଓ ଗୌରିଙ୍କ ମଧ୍ୟରେ ଝଗଡା ହୋଇଥିଲା। ଗୌରିଙ୍କୁ ରାକେଶ ଚାପୁଡା ମାରିଥିଲା। ଏହାପରେ ଗୌରି ଛୁରୀ ଫୋପାଡି ଦେଇଥିଲେ,ଫଳରେ ରାକେଶକୁ ସାମାନ୍ୟ ଆଘାତ ଲାଗିଥିଲା। ଏହାପରେ ରାଗରେ ଗୌରିଙ୍କ ବେକରେ ଦୁଇଥର ଓ ପେଟରେ ଥରେ ଛୁରିମାଡ କରିଥିଲା ରାକେଶ। ଏହାପରେ ଗୌରି ମରିଯାଇଥିବା ଭାବି ଟ୍ରଲି ବ୍ୟାଗ୍‌ରେ ପ୍ୟାକ୍ କରିଦେଇଥିଲା। ଏହାକୁ ନିଜ ସାଙ୍ଗରେ ନେଇଯିବାକୁ ଚେଷ୍ଟା କରିଥିଲା। କିନ୍ତୁ ସୁଟକେସ୍ ହାଣ୍ଡେଲ ଭାଙ୍ଗିଯାଇଥିଲା।  ସେତେବେଳେ ରାକେଶ ସୁଟକେସ୍‌କୁ ବାଥରୁମ୍‌ରେ ଛାଡି ଦେଇଥିଲା ଓ ଚଟାଣରୁ ରକ୍ତ ସଫା କରିଥିଲା। ଏହାପରେ ଘରକୁ ବାହାର ପଟୁ ତାଲା ପକାଇ ରାକେଶ ନିଜର ହୋଣ୍ଡା ସିଟି କାରରେ ପୁନେ ପଳାଇ ଯାଇଥିଲା। ଅଭିଯୁକ୍ତ କହିଛି ସେ ପତ୍ନୀକୁ ହତ୍ୟା ପରେ ନିଜେ ଆତ୍ମହତ୍ୟା ଚେଷ୍ଟା କରିଥିଲା। ଫିନାଇଲ ପିଇଦେଇଥିଲା, ଦେହ ଖରାପ ଲାଗିବାରୁ ଜଣେ ବାଇକ୍ ବାଲାକୁ କହିଥିଲା। ଏହାପରେ ସେ ତାକୁ ହସ୍ପିଟାଲରେ ଆଡମିଟ୍ କରାଇଥିଲେ। 

ରିପୋର୍ଟ ଅନୁସାରେ, ରାକେଶ ଓ ଗୌରି ଦୁହିଁଙ୍କ ଘର ମହାରାଷ୍ଟ୍ର। ରାକେଶ ହେଉଛନ୍ତି ଗୌରିଙ୍କ ମାମୁଁ ପୁଅ। ଗୌରି ପିଲାବେଳୁ ରାକେଶଙ୍କ ଘରେ ରହି ପାଠ ପଢୁଥିଲେ। ଏହି ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ୪ ବର୍ଷ ଲିଭ୍ ଇନ୍‌ରେ ମଧ୍ୟ ରହିଥିଲେ। ଦୁଇ ବର୍ଷ ପୂର୍ବରୁ ପରିବାରର ଇଚ୍ଛା ବିରୋଧରେ ବିବାହ କରିଥିଲେ। ବାପା-ମା’ଙ୍କ ସହ ବିବାଦ କାରଣରୁ ଦୁହେଁ ମାସେ ତଳେ ମୁମ୍ବାଇରୁ ଆସି ବେଙ୍ଗାଲୁରର ଏକ ଟେକ୍ କମ୍ପାନୀରେ କାମ କରୁଥିଲେ। ସେପଟେ ଗୌରି ନିଜ ପାଇଁ ଚାକିରୀ ଖୋଜୁଥିଲେ। ସେପେଟ ରାକେଶର ପରିବାର ଲୋକ କହିଛନ୍ତି, ରାକେଶ ସହ ଗୌରି ସବୁବେଳେ ଝଗଡା କରୁଥିଲେ। ଏପରିକି ରାକେଶକୁ ବହୁମାର ମାଡ଼ ମଧ୍ୟ ମାରୁଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.