ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଫରେଷ୍ଟର ଗିରଫ, ଆଜି କୋର୍ଟ ଚାଲାଣ କରିବ ପୋଲିସ

Published By : Prameya | March 29, 2025 1:26 PM

ରାୟଗଡ଼ା, ୨୯/୦୩: ଜଣେ ୧୨ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ପଦ୍ମପୁର ଥାନା ପୁଲିସ ଜଣେ କାର୍ଯ୍ୟରତ ଫରେଷ୍ଟରଙ୍କୁ ଗିରଫ କରିଛି । ଗିରଫ ଫରେଷ୍ଟର ଜଣକ ହେଲେ ନରସିଂହ ଶତପଥୀ(୫୯) । 

ଘଟଣାରୁ ପ୍ରକାଶ ଯେ, ନରସିଂହ ଶତପଥୀ  ଗୁଡ଼ାରୀ ରେଞ୍ଜ ଅଧୀନସ୍ଥ କେନ୍ଦୁଗୁଡ଼ା ସେକ୍ସନରେ ଫରେଷ୍ଟର ଭାବେ କାର୍ଯ୍ୟରତ ।  ନାବାଳିକା ତାଙ୍କ ଅଜା ଘରେ ରହି ପାଠ ପଢ଼ୁଥିଲେ । ଶୁକ୍ରବାର ଦିନ ପ୍ରାୟ  ୧୧ଟା ସମୟରେ ନରସିଂହ ନାବାଳିକାକୁ ପ୍ରଲୋଭନ ଦେଖାଇ ଘର ଭିତରକୁ ଡ଼ାକି  ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବ  ଏହି ସମୟରେ ନାବାଳିକାଙ୍କ ସହିତ ଥିବା ଅନ୍ୟ ଜଣେ ଝିଅ ନାବାଳିକାଙ୍କ  ପରିବାର ବର୍ଗଙ୍କୁ ଜଣାଇଥିଲେ । ପରିବାରବର୍ଗ ଖବର ପାଇ ଫରେଷ୍ଟର  ନରସିଂହଙ୍କ ଘରକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଏହା ପରେ ଗ୍ରାମବାସୀ ନରସିଂହକୁ କାବୁ କରି ମାଡ଼ ମାରିଥିଲେ । କେନ୍ଦୁଗୁଡା ଫାଣ୍ଡି  ପୁଲିସ ସୂଚନା ପାଇ ପଦ୍ମପୁର ଥାନା ଆଇଆଇସି ଧରଣୀଧର ପ୍ରଧାନଙ୍କୁ  ସୂଚନା ଦେବା ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରୁ ନରସିଂହକୁ  ଗିରଫ କରି ପଦ୍ମପୁର ଆଣିଥିଲେ । ଏନେଇ କେସ ନଂ ୪୪ରେ ମାମଲା  ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଆଇଆଇସି ପ୍ରଧାନ ସୂଚନା  ଦେଇଛନ୍ତି । ଆଜି ଅଭିୁଯକ୍ତଙ୍କୁ ପଦ୍ମପୁର ପୁଲିସ ଗୁଣପୁର କୋର୍ଟ  ଚାଲାଣ କରିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.