ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆନ୍ଧ୍ର ପୁଅକୁ ଓଡ଼ିଶା ଝିଅ ଠକିବା ଘଟଣାରେ ନୂଆ ମୋଡ଼, ଅପହରଣ ଉଦ୍ୟମ ଅଭିଯୋଗ ଅଣିଲେ ଝିଅ ଘର ଲୋକ

Published By : Rasmita Pradhan | March 26, 2025 12:27 PM

ଭୁବନେଶ୍ୱର,୨୬/୦୩ : ଆନ୍ଧ୍ରପ୍ରଦେଶ ପୁଅକୁ ଓଡ଼ିଶା ଝିଅ ଠକିବା ଘଟଣାରେ ନୂଆ ମୋଡ଼। ଝିଅ ଘର ଲୋକ ଆଣିଲେ ସାଙ୍ଘାତିକ ଅଭିଯୋଗ। ସେମାନେ କହିଛନ୍ତି ଯେ, ଝିଅକୁ ଯାହା ଟଙ୍କା ଓ ସୁନା ଅଳଙ୍କାର ଦିଆଯାଇଥିଲା, ସେସବୁ ଫେରାଇ ଦେଇଛୁ । କିନ୍ତୁ ପୁଅ ଘର ଲୋକ ଆମ ଝିଅକୁ ଜବରଦସ୍ତି ଅପରହଣ କରି ନେବାକୁ ଉଦ୍ୟମ କରିଛନ୍ତି । ନୂଆପଲ୍ଲୀ ଥାନା ପୁଲିସ ଉଭୟ ପକ୍ଷ ଅଭିଯୋଗକ୍ରମେ ତଦନ୍ତ ଚଳାଇଛି । 

ଝିଅର ମାଆ ଅଭିଯୋଗ ଆଣିଛନ୍ତି ଯେ, ଏମ୍‌. ବି. ଶଙ୍କର (୩୭ ବର୍ଷ)ର ପ୍ରସ୍ତାବ ଆସିଥିଲା ସତ । କିନ୍ତୁ ସେ ଏକ ବଡ଼ ସଂସ୍ଥାରେ ଉଚ୍ଚପଦସ୍ଥ ଅଧିକାରୀ ଅଛି ବୋଲି ଆମକୁ କହିଥିଲା । ଏମିତିକି ଆନ୍ଧ୍ରପ୍ରଦେଶ ଇଚ୍ଛାପୁରରେ ବହୁମାତ୍ରାରେ ସମ୍ପତ୍ତି ଥିବା ଦର୍ଶାଇଥିଲା । ଯାହାକି ପୁରା ମିଛ ବୋଲି ଆମେ ଜାଣିବାକୁ ପାଇଲୁ । ପୁଅ ଘର ପକ୍ଷରୁ ଯାହା ସବୁ ସୁନା ଅଳଙ୍କାର, ପିତଳ ବାସନ ଦେଇଥିଲେ, ସେସବୁକୁ ଫେରାଇ ଦେଇଛୁ । କିନ୍ତୁ ସେମାନେ ରେଣ୍ଟାଲ କଲୋନିସ୍ଥିତ ଘରେ ଗତ ରବିବାର ମୋ ଝିଅକୁ ଟଣାଓଟରା କରି କାରରେ ଅପହରଣ କରି ନେବାକୁ ଉଦ୍ୟମ କରୁଥିଲେ । ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ତାକୁ ଉଦ୍ଧାର କରାଯାଇଛି । 

ଅନ୍ୟପଟେ ଶଙ୍କର ଅଭିଯୋଗକ୍ରମେ ପୁଲିସ୍‌ ଏକ ମାମଲା ରୁଜୁ କରିଛି । ସମ୍ପୃକ୍ତ ଝିଅର ପରିବାର ଲୋକଙ୍କୁ ଡାକି ଥାନାରେ ପଚରାଉଚରା ଚଳାଇଛି । ସମ୍ପୃକ୍ତ ଝିଅ ପୂର୍ବରୁ ବିବାହ କରିଥିବା ନେଇ ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ତଥାପି ତାଙ୍କ ପରିବାର ଲୋକ ତରବରିଆ ଭାବେ ଝିଅର ଦ୍ୱିତୀୟ ବିବାହ କରିବା ପାଇଁ ଚେଷ୍ଟା ଚଳାଇଥିଲେ । ଏନେଇ ଆଗକୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି । 

ଏହି ଖବରଟିକୁ ପଢନ୍ତୁ-ବିବାହ ପ୍ରଲୋଭନ ଦେଖାଇ ଆନ୍ଧ୍ର ପୁଅକୁ ଓଡ଼ିଶା ଡାକିଲେ, ଲକ୍ଷାଧିକ ଟଙ୍କା ଓ ସୁନା ନେଇ ଶିଶୁପାଳ କରି ଛାଡ଼ିଲେ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.