ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଗ୍ୟାରେଜ୍‌ ମେକାନିକ୍‌ ସହ ମିଶି ଆତଙ୍କ ରଚିଲେ ପୁଲିସ ବାବୁ; ଘରେ ପଶି ପିଟିଲେ, ଗରମ ତେଲ ଢାଳିଲେ

Published By : Prameya | March 29, 2025 9:07 AM

ପୁରୀ,୨୯/୧୦: ମଦ ପିଇ ଭୁଲିଗଲେ ମାନବିକତା । ହରାଇଲେ ମଣିଷ ପଣିଆ । ଜଣେ ଗ୍ୟାରେଜ୍‌ ମେକାନିକ୍‌ ସହ ମିଶି ଆତଙ୍କ ରଚିଲେ ଜଣେ ପୁଲିସ ବାବୁ । ଘରେ ପଶି ଜଣଙ୍କୁ ପିଟିଲେ । ତାଙ୍କ ଉପରେ ଗରମ ତେଲ ଢାଳିଲେ । ବ୍ୟକ୍ତିଙ୍କ ବୃଦ୍ଧା ମା’ ଜଣକ  ସୁରକ୍ଷା ଦେବାକୁ ଉଦ୍ୟମ କରିବା ବେଳେ ଖଟ ଉପରୁ ଖସି ଗୁରୁତର ଆହତ ହେଲେ । ତାଙ୍କ ଦେହରେ  ଲାଗିଥିବା ପରିସ୍ରା ନଳି ବାହାରିଯାଇ  ଥିବାବେଳେ ପୁଲିସ ବାବୁ ଜଣକ ବାହାର ପଟୁ କବାଟ କିଳି ଚମ୍ପଟ ମାରିଲେ । ଏଭଳି ସ୍ଥିତିରେ ଉଦ୍ଧାର କଲେ ସାହି  ଲୋକେ । କୁମ୍ଭାରପଡ଼ା ଥାନା ଅଧୀନ ତଳମାଳିସାହିରେ ଘଟିଛି ଏମିତି ଏକ  ଅଭାବନୀୟ ଘଟଣା । ଏନେଇ ଏତଲା  ହୋଇଛି । କୁମ୍ଭାରପଡ଼ା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏତଲାକାରୀ ହେଲେ ସେହି ସାହିର ବିଜୟ ଚନ୍ଦ୍ର ମହାରଣା । ଆତଙ୍କ ରଚିଥିବା ପୁଲିସ ବାବୁଙ୍କ ନାମ ଜଳେଶ୍ୱର  ଓ ସେ ବାଟାଲିୟନ୍‌ରେ କାର୍ଯ୍ୟରତ ଏବଂ ତାଙ୍କ ସହଯୋଗୀ ଗ୍ୟାରେଜ୍‌ ମେକାନିକ୍‌ ପପୁ ଦାସ ବୋଲି ଏତଲାରେ ଉଲ୍ଲେଖ  ରହିଛି । 

ଅଭିଯୋଗ ଅନୁସାରେ, ପୁଲିସ ବାରାକ୍‌ ସମ୍ନାରେ ପପୁ ଗ୍ୟାରେଜ୍‌ କରିଛି । ବିଜୟଙ୍କ ଘର ପାଖରେ ଭଡ଼ାଘରେ ରହୁଛନ୍ତି ଜଳେଶ୍ୱର । ପପୁ ଓ ଜଳେଶ୍ୱର ଗତ ୨୬ ତାରିଖ ବିଳମ୍ବିତ ରାତିରେ ରୋଷେଇ କରିଥିଲେ । ନିଶାସକ୍ତ ଅବସ୍ଥାରେ ବିଜୟଙ୍କ ଘର ବାରଣ୍ଡାରେ  ବସି ଉଭୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲେ । ବିଜୟଙ୍କ ମା’ ବ୍ରେନ୍‌ ଷ୍ଟୋକ୍‌ କାରଣରୁ ପକ୍ଷାଘାତ ରୋଗରେ ଆକ୍ରାନ୍ତ  ଥିବାରୁ ଏଭଳି ପାଟିତୁଣ୍ଡ କରନାହିଁ  ବୋଲି ନିବେଦନ କରିଥିଲେ । ଉଭୟ  ସେଠାରୁ ପଳାଇଥିଲେ । ରାତି ପ୍ରାୟ  ସାଢ଼େ ୨ଟାରୁ ୩ଟା ମଧ୍ୟରେ ଏକ  ହାତୁଡ଼ି ଆଣି ଉଭୟ ବିଜୟଙ୍କ କବାଟ  ବାଡ଼େଇଥିଲେ । କବାଟ ଖୋଲିବା ମାତ୍ରେ  ହାତୁଡ଼ିରେ ବିଜୟଙ୍କୁ ସେମାନେ ଅତର୍କିତ  ଆକ୍ରମଣ କରିଥିଲେ । ବିଜୟଙ୍କ ମା’  ଖଟରୁ ଖସିପଡ଼ିଥିଲେ । ତାଙ୍କର ପରିସ୍ରା  ନଳୀ ବାହାରି ଯାଇଥିବା ବେଳେ ସେ  ଗୁରୁତର ଭାବେ ଆହତ ହୋଇଥିଲେ । ଏତିକିରେ ଜଳେଶ୍ୱରଙ୍କ ମନ ଶାନ୍ତି  ହୋଇନଥିଲା । ନିଜଘରୁ ଗରମ ତେଲ  କଡ଼େଇ ଆଣି ବିଜୟଙ୍କ ଉପରେ ଢାଳି  ଦେଇଥିବା ଏତଲାରେ ଉଲ୍ଲେଖ ରହିଛି ।  ଗରମ ତେଲ ଓ ହାତୁଡ଼ି ମାଡ଼ରେ  ବିଜୟଙ୍କ ଅବସ୍ଥା ସଙ୍ଗିନ ହୋଇଥିଲା ।  ମା’ ଓ ପୁଅ ଘରେ ପଡ଼ିଥିବା ବେଳେ  ବାହାର ପଟୁ ସେମାନଙ୍କୁ କବାଟ କିଳି  ଉଭୟ ପଳାଇଥିଲେ ।

 ମୁଁ ପୁଲିସ... ।  ଯା, ମୋର୍‌ କ’ଣ କରିବୁ କର୍‌ ବୋଲି ଧମକ ଦେଇଥିଲେ ଜଳେଶ୍ୱର ଓ ପପୁ ।  ଚିତ୍କାର ଶୁଣି ସାହି ଲୋକେ ଆସି କବାଟ  ଖୋଲି ଉଭୟଙ୍କୁ ଉଦ୍ଧାର କରିଥିଲେ ।  ମା’ଙ୍କ ଚିକିତ୍ସା କରାଇ ବିଜୟ ନିଜେ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  ହୋଇଥିଲେ । ଏହାପରେ ଥାନାକୁ  ଆସି ଏତଲା ଦେଇଥିଲେ । ଏନେଇ  ମାମଲା ରୁଜୁ କରାଯାଇଥିବା କହିଛନ୍ତି ଆଇଆଇସି ସୁଶାନ୍ତ କୁମାର ସାହୁ ।

ଝୁଲୁଛି ଶୂନ୍ୟ ଫଳକ: ଲେଖା ହେଉନାହିଁ ଡାକ୍ତରଙ୍କ ନାମ, ରୋଗୀ ହଟହଟା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.