ମୁମ୍ବାଇ: ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେ ଅଡ଼ୁଆରେ ପଡ଼ିଛନ୍ତି। ଶ୍ରେୟସ ତଲପଡ଼େଙ୍କ ସମେତ ଅନ୍ୟ ୧୫ ଜଣଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି। ଉତ୍ତର ପ୍ରଦେଶର ମହୋବାରେ ଥିବା ଏକ ଚିଟ୍ ଫଣ୍ଡ କମ୍ପାନୀରେ ଲୋକେ କୋଟି କୋଟି ଟଙ୍କା ଜମା କରିଥିଲେ। ଲୋକଙ୍କଠାରୁ ଟଙ୍କା ପାଇବା ପରେ ଏହି କମ୍ପାନି ବନ୍ଦ ହୋଇଯାଇଥିଲା । ଏହା ପରେ ଠକେଇ ନେଇ ଏକ ମାମଲା ରୁଜୁ ହୋଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କମ୍ପାନିର ପ୍ରମୋଟର ଥିଲେ ଶ୍ରେୟସ ତଲପଡ଼େ ।
ମହୋବାରେ ଏହି ଚିଟ୍ ଫଣ୍ଡ କମ୍ପାନି ‘ଦି ଲୋନି ଅର୍ବାନ ମଲ୍ଟି ଷ୍ଟେଟ୍ କ୍ରେଡିଟ୍ ଆଣ୍ଡ୍ ଥ୍ରିଫ୍ଟ କୋଅପରେଟିଭ୍ ସୋସାଇଟି ଲିମିଟେଡ୍’ ନାମରେ ପରିଚାଳିତ ହେଉଥିଲା। ଏହି କମ୍ପାନୀ ଶହ ଶହ ଲୋକଙ୍କୁ ଟଙ୍କା ଡବଲ୍ ନେଇ ପ୍ରତିଶ୍ରୁତି ଦେଇଥିଲା । କମ୍ପାନିରେ ଲୋକେ କୋଟି କୋଟି ଟଙ୍କା ଜମା କରିଥିଲେ । ଏହା ପରେ କମ୍ପାନି ବନ୍ଦ ହୋଇଯାଇଥିଲା । ଏହି କମ୍ପାନୀ ମହୋବା ସଦର ମୁଖ୍ୟାଳୟରେ ୧୦ ବର୍ଷ ଧରି କାର୍ଯ୍ୟ କରିଥିଲା।
ସୂଚନା ଅନୁସାରେ, ଅଭିନେତା ଶ୍ରେୟସ ତଲପଡ଼େଙ୍କ ସହିତ ସମୀର ଅଗ୍ରୱାଲ, ସାନିଆ ଅଗ୍ରୱାଲ, ଆରକେ ଶେଟ୍ଟି, ସଞ୍ଜୟ ମୁଦଗିଲ, ଲଳିତ ବିଶ୍ୱକର୍ମା, ଡାଲଚାନ୍ଦ କୁଶୱାହା, ସୁନୀଲ ବିଶ୍ୱକର୍ମା, ସଚିନ ରାଇକୱାର, କମଲ ରାଇକୱାର, ସୁନୀଲ ରାଇକୱାର, ମହେଶ ରାଇକୱାର, ମୋହନ କୁଶୱାହା, ଜିତେନ୍ଦ୍ର ନାମଦେବ, ନାରାୟଣ ସିଂହ ରାଜପୁତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। କୋଟି କୋଟି ଟଙ୍କାର ଠକେଇ ଯୋଗୁଁ ସବୁଠି ହଇଚଇ ସୃଷ୍ଟି ହୋଇଛି । ସମସ୍ତଙ୍କ ବିରୋଧରେ ଧାରା ୪୧୯ ଏବଂ ୪୨୦ ଅଧୀନରେ ମାମଲା ରୁଜୁ ହୋଇଛି ।
ଶ୍ରେୟସ ତଲପଡ଼େ ଜଣେ ବଲିଉଡ ଅଭିନେତା ହୋଇଥିବା ଜଣେ ଲୋକପ୍ରିୟ ଭଏସ ଓଭର ଆର୍ଟିଷ୍ଟ । ଶ୍ରେୟସ ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା'ରେ ତାଙ୍କ କଣ୍ଠସ୍ୱର ଯୋଗୁଁ ଖବରର ଶିରୋନାମାରେ ଥିଲେ। ଆଗାମୀ ଦିନରେ ସେ 'ୱେଲକମ୍ ଟୁ ଜଙ୍ଗଲ'ରେ ନଜର ଆସିବେ। ଏହି ଫିଲ୍ମରେ ଅକ୍ଷୟ କୁମାର, ଦିଶା ପଟାନୀ, ରବୀନା ଟଣ୍ଡନ ଏବଂ ଅନ୍ୟ କଳାକାର ଅଭିନୟ କରିଛନ୍ତି। ହିନ୍ଦୀ ଫିଲ୍ମ ବ୍ୟତୀତ ଶ୍ରେୟସ ମରାଠୀ ଫିଲ୍ମରେ ମଧ୍ୟ ଖୁବ ସକ୍ରିୟ।