ଭୁବନେଶ୍ୱର ୦୧/୦୪: ପୋଲିସକୁ ବଡ଼ ସଫଳତା। ମାଓବାଦୀ ସଂଗଠନକୁ ଲାଗିଲା ବଡ଼ ଝଟକା ।୧୩ ସକ୍ରିୟ ମାଓବାଦୀଙ୍କୁ ଗିରଫ କଲେ ସୁରକ୍ଷା ବାହିନୀ। ସେମାନଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା।
ସୂଚନା ଅନୁଯାଇ,ମାଲକାନଗିରି- ଛତିଶଗଡ଼ ସୀମାନ୍ତ ଉସୁର ଥାନା ଅନ୍ତର୍ଗତ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା। ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍ ଲଗାଉଥିବା ବେଳେ ୭ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ । ସେହିପରି ବାସାଗୁଡ଼ା ଥାନା ଅଞ୍ଚଳରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା ଅଭିଯୋଗରେ ୬ ଜଣ ମାଓବାଦୀ ଗିରଫ ହୋଇଛନ୍ତି । ଡିଆର୍ଜି, କୋବ୍ରା, ସିଆର୍ପିଏଫ୍ ବାହିନୀର ମିଳିତ ଅପରେସନ ବେଳେ ବିଜାପୁରର ବିଭିନ୍ନ ସ୍ଥାନରୁ ଏହି ସବୁ ନକ୍ସଲ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।