ଭୁବନେଶ୍ୱର ୦୧/୦୪: ସଞ୍ଚୟ ଆକାଉଣ୍ଟରୁ କଟିଗଲା ୧୧୦ ଟଙ୍କା। ରାଗି ଯାଇ ଗୋଇଠା, ବିଧା ମାରି ଏଟିଏମ୍ ଭାଙ୍ଗିଲେ ଯୁବକ। ଦୁଇଟି ଏଟିଏମ୍କୁ ଚୁନା କରିଦେଲେ। କବାଟରେ ଲାଗିଥିବା କାଚକୁ ବି ଛାଡ଼ି ନ ଥିଲେ। ଖବର ପାଇଁ ଘଟଣାସ୍ଥଳରୁ ଯୁବକଙ୍କୁ ଉଠାଇ ନେଲା ପୁଲିସ। ଏଭଳିି ଅଭାବନୀୟ ଘଟଣା ଘଷିପୁରା ଥାନା ସାମ୍ନାରେ ଥିବା ଷ୍ଟେଟ୍ ବ୍ୟାଙ୍କ ଘଷିପୁରା ଶାଖାର ଏଟିଏମ୍ରେ ଘଟିଛି। ଭଙ୍ଗାରୁଜା ବେଳର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ସୂଚନା ଅନୁଯାଇ, ମଙ୍ଗଳାବର ଘଷିପୁରା ଥାନା ତାଳଗାଁର ସଞ୍ଜୟ ପାତ୍ର ନାମ ଯୁବକଙ୍କ ଆକାଉଣ୍ଟରୁ ୧୧୦ ଟଙ୍କା କଟିଯାଇଥିଲା। ଯେଉଁଥିରେ ଯୁବକ ଜଣ ଉକ୍ଷିପ୍ତ ହୋଇ ଷ୍ଟେଟ୍ ବ୍ୟାଙ୍କ ଘଷିପୁରା ଶାଖାର ଏଟିଏମ୍ ଭିତରକୁ ପଶିଯାଇଥିଲେ। ଗୋଇଠା, ବିଧା ମାରି ମାରି ଦୁଇଟି ଏଟିଏମ୍ଙ୍କୁ ଭାଙ୍ଗି ଚୁନା କରିଦେଥିଲେ। ସ୍ଥାନୀୟଲୋକ ଏନେଇ ଘଷିପୁରା ପୋଲିସ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସଞ୍ଜୟଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି। ତାଙ୍କୁ ଥାନାରେ ଅଟକ ରଖି ପଚରାପଚରା କରୁଥିବା ଜଣାପଡିଛି। ତଦନ୍ତ ବେଳେ ସଞ୍ଜୟର ଜଣେ ମାନସିକ ରୋଗି ହୋଇଥିବା ସନ୍ଦେହ କରିଛି ପୋଲିସ ।