ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ଦେଶୀ ମଦ ସହ ଗାଡି ଜବତ, ୨ ଗିରଫ

Published By : Prameya | April 1, 2025 1:14 PM

ଆଠଗଡ ୦୧/୦୪: ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ଦେଶୀ ମଦ ସହ ଗାଡି ଜବତ, ୨ ଗିରଫ ୩ ଫେରାର। ଆଠଗଡ଼ ଓ ନରସିଂହପୁର ଅବକାରୀ ପକ୍ଷରୁ ଚଢ଼ାଉ। ଏଥିରେ ୨ ହଜାର ୩୦ ଲିଟର ଦେଶୀ ମଦ ଜବତ କରିବା ସହ ଏହି କାରବାରରେ ବ୍ୟବହୃତ ହୋଇଥିବା ଏକ ଚାରିଚକିଆ ଡାଲା ଗାଡି ଜବତ କରିଛି । ଏହି ଘଟଣାରେ ଅବକାରୀ ବିଭାଗ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ତିନିଜଣ ଚକମା ଦେଖାଇ ଫେରାର ହୋଯାଇଛନ୍ତି। 

ଗିରଫ ଅଭିଯୁକ୍ତ ମାନେ ହେଲେ ଆଠଗଡ଼ ଇନ୍ଦୁପୁର ଗ୍ରାମର ବିକାଶ ବେହେରା ଏବଂ ହରିଡ଼ାଗହୀର ଗ୍ରାମର ସୂର୍ଯ୍ୟ ନାରାୟଣ ବେହେରା । ଅନ୍ୟ ତିନିଜଣ ଫେରାର ଅଛନ୍ତି ବୋଲି ଅବକାରୀ ବିଭାଗ ସୂଚନା ଦେବା ସହ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି। କଟକ ତିଗିରିଆ ଥାନା ଭୀରୁଡ଼ାରୁ ଖୋର୍ଦ୍ଧାକୁ ଦେଶୀ ଚୋରା ମଦ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଅବକାରୀ ବିଭାଗ। ଏକ ଚାରିଚକିଆ ଗାଡ଼ିରେ ଚୋରା ଚାଲାଣ ହେଉଥିବା ୫୮ ଟି ବ୍ୟାରେଲ ଦେଶୀ  ମଦ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ  ୪ ଲକ୍ଷ ୬ ଶହ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.