ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ବିପଦ ଡାକୁଛି ଟ୍ରାନ୍ସଫର୍ମର

Published By : Prameya | March 31, 2025 8:41 AM

ଡେରାବିଶ,୩୦ା୩ : ଡେରାବିଶ ବ୍ଲକ୍‌ କାଉପଡ଼ା ପଞ୍ଚାୟତ ଅନ୍ତର୍ଗତ ୫୩ ନଂ. ଜାତୀୟ ରାଜପଥର ଓଲଢି ଛକଠାରୁ ବାଘିଲା ପର୍ଯ୍ୟନ୍ତ କରାଯାଉଥିବା ପୂର୍ତ୍ତ ବିଭାଗ ରାସ୍ତାକୁ ନେଇ ଅଞ୍ଚଳବାସୀ ଆପତ୍ତି ଉଠାଇଛନ୍ତି । ଏହି ରାସ୍ତାର କାଉପଡ଼ା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟସ୍ଥ ରାସ୍ତା ମଝିରେ ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ଥିଲେ ମଧ୍ୟ ରାସ୍ତାକୁ ଅଣଓସାରିଆ କରି ଠିକାଦାର ବସି ରହିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । 

ରାସ୍ତା ନିର୍ମାଣ ପୂର୍ବରୁ ଏହି ଟ୍ରାନ୍ସଫର୍ମରର ସ୍ଥାନ ପରିବର୍ତ୍ତନ ପାଇଁ ଅଞ୍ଚଳବାସୀ ଦାବି କରିଥିଲେ । ଏଥିପାଇଁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ନିକଟରେ ଟ୍ରାନ୍ସଫର୍ମରର ସ୍ଥାନ ପରିବର୍ତ୍ତନ ପାଇଁ ପିଣ୍ଡି ନିର୍ମାଣ କରାଯାଇଛି । ମାତ୍ର ଠିକାଦାର ଏହି ଟ୍ରାନ୍ସଫର୍ମର ନିକଟରେ ଅଣଓସାରିଆ ପିଚୁ ରାସ୍ତା କରିଥିବା ଯୋଗୁଁ ଏହାର ପ୍ରତିବାଦ କରିଛନ୍ତି ଅଞ୍ଚଳବାସୀ । ତେବେ ରାସ୍ତା ମଝିରେ ରହିଥିବା ଟ୍ରାନ୍ସଫର୍ମର ଯୋଗୁଁ କେତେବେଳେ କ'ଣ ଦୁର୍ଘଟଣା ଘଟିବ କହି ହେଉନଥିବା ବେଳେ ନିକଟରେ ଏହି ଟ୍ରାନ୍ସଫର୍ମରର ଷ୍ଟେ ତାରରେ ପିଟି ହୋଇ ଦୁଇ ଜଣ ଆହତ ହୋଇଛନ୍ତି । ବିପଦକୁ ଆମନ୍ତ୍ରଣ କରୁଥିବା ଏହି ଟ୍ରାନ୍ସଫର୍ମରକୁ ସ୍ଥାନାନ୍ତର କରି ରାସ୍ତାକୁ ସରକାରୀ ଅନୁମୋଦିତ ଢଙ୍ଗରେ କରିବା ପାଇଁ କାଉପଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ମହାପାତ୍ର ଦାବି କରିଛନ୍ତି । ନଚେତ୍‌ ଆନ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.