ମାଲକାନଗିରି : ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଆଜି ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିଏସଏଫ କମାଣ୍ଡେଣ୍ଟ, ବହୁ ବରିଷ୍ଠ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲ।
୧୯୩୬ ମସିହାରେ ଓଡିଶାରେ ପୋଲିସ ବିଭାଗକୁ ଏକ ସ୍ୱତନ୍ତ୍ର ରୂପେ ଗଠନ କରାଯାଇ ଥିଲ।। ସେହି ଦିନ ଠାରୁ ଏପ୍ରିଲ ୧ତାରିଖକୁ ପୋଲିସ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଉଛି। ଏହି ଦିବସ ପାଳନ ଅବସରରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା।
ଏହା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ ଏବଂ ଚଳିତ ବର୍ଷ ଯେଉଁ ପୋଲିସ ଅଧିକାରୀ ମାନେ ପୋଲିସ ବିଭାଗରେ ନିଷ୍ଠାର ସହ କର୍ତ୍ତବ୍ୟ ପ୍ରତିପାଦନ କରିଛନ୍ତି ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା। ଏଥିସହ ସମସ୍ତଙ୍କୁ ଏହିପରି ନିଷ୍ଠାର ସହ ସଦାସର୍ବଦା କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇ ଉତ୍ସାହିତ କରି ଥିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ।