ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ପୋଖରୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ , ଖୋଜାଖୋଜି କରିବା ପରେ ନିରାଶ ହୋଇ ଫେରିଲେ ଦମକଳ କର୍ମଚାରୀ

Published By : Prameya | April 1, 2025 9:20 PM

ଖଲ୍ଲିକୋଟ - ପୋଖରୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ। ପୋଖରୀ ପାଣି ଭିତରେ ଦେଢ଼ ଘଣ୍ଟା ଧରି ଖୋଜାଖୋଜି କରିବା ପରେ କୌଣସି ପତ୍ତା ନମିଳିବାରୁ ନିରାଶ ହୋଇ ଫେରିଲେ ଦମକଳ କର୍ମଚାରୀ। ଏଭଳି ଏକ ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭରସା ଗ୍ରାମରେ। 

ମିଳିଥିବା ସୂଚନା ଅନୁସାରେ, ଭରସା ଗ୍ରାମର ପ୍ରଭାତ ଓରଫ ସିଲୁ ମହାନ୍ତି। ବୟସ ପ୍ରାୟ ୨୮ ବର୍ଷ ହେବ। ଆଜି ଅପରାହ୍ନ ୪ଟାରେ ଗ୍ରାମର ମଶାଣି ବନ୍ଧକୁ ଗାଧୋଇବାକୁ ଯାଇଥିବା କିଛି ଲୋକ ଦେଖି ଥିଲେ। ତେବେ ଦୀର୍ଘ ସମୟ ଧରି ନଫେରିବାରୁ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ଏ ସମ୍ପର୍କରେ ସେମାନେ ଦମକଳ କେନ୍ଦ୍ରକୁ ଖବର ଦେଇ ଥିଲେ। ଖଲ୍ଲିକୋଟ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ପୋଖରୀ ଭିତରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଜାଖୋଜି କରି ଥିଲେ ମଧ୍ୟ କୌଣସି ପତ୍ତା ମିଳି ନଥିଲା। 

ଏହି ସମୟରେ ସେଠାରେ ଖଲ୍ଲିକୋଟ ପୁଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୋଖରୀର ପାହାଚ ଉପରେ ସିଲୁର ପ୍ୟାଣ୍ଟ, ସାର୍ଟ, ଚପଲ, ମୋବାଇଲ ଫୋନ, ବ୍ଲୁ ଟୁଥ ପ୍ରଭୃତି ରଖା ଯାଇଥିବା ଦେଖିବାକୁ ମିଳିଛି। ତେବେ କୁଆଡେ ଗଲେ ସିଲୁ ବୋଲି ଗ୍ରାମରେ ଆଲୋଚନା ହେଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.