ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଗୁଳି କରି ଯୁବକଙ୍କୁ ହତ୍ୟା

Published By : Prameya | March 30, 2025 11:26 PM

କବିସୂର୍ଯ୍ୟନଗର,୩୦ା୩(ଆପ୍ର): ଅଶାନ୍ତ ହେଉଛି ଗଞ୍ଜାମ ଜିଲ୍ଲା । ଅପରାଧୀ ହେଉଛନ୍ତି ସକ୍ରିୟ । ପୁରୁଷୋତ୍ତମପୁର ପରେ କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ହତ୍ୟା । ୨୪ ଘଣ୍ଟାରେ ଦୁଇଟି ମୁଣ୍ଡ ଗଡ଼ିଛି । କବିସୂର୍ଯ୍ୟନଗରରେ ବିଜେପି କର୍ମୀ ଆଠଗଡ଼ପାଟଣା ଗାଁର ଲକ୍ଷ୍ମୀ ନାରାୟଣ ପାଇକରାୟ (କୁନା)ଙ୍କୁ ପଏଣ୍ଟ୍‌ ବ୍ଲାଙ୍କ୍‌ରୁ ଗୁଳି କରି ହତ୍ୟା । ଯୋଜନାବଦ୍ଧ ଭାବେ ରବିବାର ପୂର୍ବାହ୍ଣ ସାଢ଼େ ୯ଟାରେ ପଥରାପଲ୍ଲୀ ଗାଁ ମୁଖ୍ୟ ସଡ଼କରେ କିଛି ଦୁର୍ବୃତ୍ତ ଅତି ନିକଟ (ପଏଣ୍ଟ ବ୍ଲାଙ୍କ୍‌) ରୁ ଗୁଳି କରି ହତ୍ୟା କରିଛନ୍ତି । ମୃତ କୁନା କବିସୂର୍ଯ୍ୟନଗର ବିଜେପି ବିଧାୟକ ପ୍ରତାପ ନାୟକଙ୍କ ଦୃଢ଼ ସମର୍ଥକ ଥିଲେ ।  ତେବେ ଘଟଣାର ତଦନ୍ତ ଚାଲିଛି, କାରଣ ଅସ୍ପଷ୍ଟ ଥିବା କହିଛନ୍ତି ଅତିରିକ୍ତ ଏସ୍‌ପି ପ୍ରିୟରଞ୍ଜନ ପୃଷ୍ଟି । 

ପଥରାପଲ୍ଲୀଠାରେ କଲଭର୍ଟ ନିର୍ମାଣ କାର୍ଯ୍ୟ ଠିକା ନେଇଥିଲେ କୁନା । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ କାମ ଚାଲୁଥିବା ସମୟରେ ୩ ଜଣ ଯୁବକ ସେଠାରେ ପହଞ୍ଚି ଫୋନ୍‌ରେ ରେକର୍ଡିଂ କରିଥିଲେ । କାମ କରୁଥିବା ଶ୍ରମିକଙ୍କୁ କହି କୁନାଙ୍କୁ ଘଟଣାସ୍ଥଳକୁ ଡାକିଥିଲେ । ବୁଲେଟ୍‌ରେ ପହଞ୍ଚିଥିଲେ କୁନା । ବୁଲେଟ୍‌ରୁ ଓହ୍ଲାଇବା ପୂର୍ବରୁ କୁନାଙ୍କ କପାଳକୁ ଲକ୍ଷ୍ୟ କରି ଗୁଳିଚାଳନା କରିଥିଲେ ପୂର୍ବରୁ ଫଟୋ ଉଠାଉଥିବା ଜଣେ ଯୁବକ । ଘଟଣାସ୍ଥଳରେ ହିଁ ସେ ଟଳିପଡ଼ିଥିଲେ । ଶ୍ରମିକମାନେ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ମୃତ ଘୋଷଣା କରିଥିଲେ ଡାକ୍ତର । ବିଧାୟକଙ୍କ ସମେତ କୋଦଳା ବ୍ଲକ୍‌ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ, ବିଜେପି ନେତା ସୀତାରାମ ଚୌଧୁରୀ, ବିଜେପି ନେତ୍ରୀ ତଥା ଆଇନଜୀବୀ ମୀରା ଦେଓ, ରାମପ୍ରସାଦ ମହାରଣା ଓ ବହୁ ନେତା, ସମର୍ଥକ ଡାକ୍ତରଖାନାରେ ପହଞ୍ଚିଥିଲେ । ମୃତକଙ୍କ ବିରୋଧରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା ପୁଲିସ ସୂତ୍ରରୁ ଜଣାଯାଇଛି । 

କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ତାଙ୍କର ଠିକା କାମ ଚାଲିଥିଲା । ତେବେ ହତ୍ୟା ପଛରେ ଠିକାଦାରୀକୁ ନେଇ ଶତ୍ରୁତା ନା ରାଜନୈତିକ ହିଂସା ନା ଆଉ କିଛି କାରଣ ରହିଛି ତାହା ପୁଲିସ ତଦନ୍ତ କରୁଛି । ସ୍ଥାନୀୟ ବିଧାୟକ ବିରୋଧୀ ଦଳ କର୍ମୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି । ଅପରପକ୍ଷରେ ୩ ଦିନ ମଧ୍ୟରେ ଏହି ନିର୍ବାଚନମଣ୍ଡଳୀରେ ୨ଟି ହତ୍ୟାକାଣ୍ଡ ଘଟିବା ପରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତମାନେ ଫେରାର୍‌ ହୋଇଯାଇଥିବା ବେଳେ ଏଏସ୍‌ପିଙ୍କ ସମେତ ପୁରୁଷୋତ୍ତମପୁର ଏସ୍‌ଡିପିଓ ଦୀପକ କୁମାର ମିଶ୍ର, କବିସୂର୍ଯ୍ୟନଗର ଥାନା ଆଇଆଇସି ନିରଞ୍ଜନ ଦାଶଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୁଲିସ ଟିମ୍‌ ଗଢ଼ାଯାଇ ତଦନ୍ତ ଚାଲିଛି । ଯିଏ ବି ଏହି ହତ୍ୟାକାଣ୍ଡରେ ଜଡ଼ିତ ଥିବ ତୁରନ୍ତ ତାଙ୍କୁ ଗିରଫ କରାଯିବ ବୋଲି ଅତିରିକ୍ତ ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ନାୟକ ଘଟଣାସ୍ଥଳ ପରିଦର୍ଶନ କରିବା ସହ ହତ୍ୟାକାଣ୍ଡ ପଛରେ ବିଜେଡିର ହାତ ଥିବାର ଅଭିଯୋଗ କରିବା ପରେ ଘଟଣା ରାଜନୈତିକ ମୋଡ଼ ନେଇଛି । ମୃତକଙ୍କ ପରିବାରବର୍ଗ କିନ୍ତୁ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.