ଭୁବନେଶ୍ୱର, ୩୦/୦୩: ପାନ ଦୋକାନରେ ଚାଲିଥିଲା ବେଆଇନ୍ ଗଞ୍ଜେଇ ବେପାର । ସିଗାରେଟ୍ ଭିତରେ ଗଞ୍ଜେଇ ଭର୍ତ୍ତି କରି କରାଯାଉଥିବା ବିକ୍ରି । ଖବର ପାଇ ଅତର୍କିତ ଚଢାଉ କଲା ଟାଉନ୍ ପୋଲିସ । ଘଟଣାରେ ସମ୍ପୃକ୍ତ ଥିବା ପାନ ଦୋକାନୀକୁ ଗିରଫ କରି ୩୩୦ ଗଞ୍ଜେଇ, ୮୯୦ ଗ୍ରାମ ଗଞ୍ଜେଇ ସିଗାରେଟ ସହ ୩୦,୯୫୦ ଟଙ୍କା ଜବତ କରିଛି ପୋଲିସ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ବ୍ରହ୍ମପୁର ଟାଉନ ଥାନା ଅଞ୍ଚଳ ମହାତ୍ମା ଗାନ୍ଧି ଷ୍ଟାଡିୟମ ନିକଟରେ ଥିବା ଏକ ପାନ ଦୋକାନରେ ବେଆଇନ ଗଞ୍ଜେଇ ବେପାର ଚାଲିଥିଲା । ଏନେଇ ଏକ ବିଶେଷ ସୂ୍ରରୁ ପୋଲିସ ଖବର ପାଇଥିଲ । ଖବର ପାଇ ପୋଲିସ ଉକ୍ତ ପାନ ଦୋକାନରେ ଚଢାଉ କରିଥିଲା । ଏହି ଚଢାଉ ବେଳେ ୩୩୦ ଗଞ୍ଜେଇ, ୮୯୦ ଗ୍ରାମ ଗଞ୍ଜେଇ ସିଗାରେଟ ସହ ୩୦,୯୫୦ ଟଙ୍କା ଜବତ କରିଛି ପୋଲିସ । ଏହା ସହ ଘଟଣାରେ ସମ୍ପୃକ୍ତ ଥିବା ପାନ ଦୋକାନୀକୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟବସାୟୀଙ୍କ ନାଁ ରେ ପୂର୍ବରୁ ୧୫ ଟି ମାମଲା ରହିଥିବା ପୁଲିସ କହିଛି । ଘଟଣାର ଅଧିକ ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସ. ପି କହିଛନ୍ତି ।