ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଋଷିକୁଲ୍ୟା, ବଡ଼ ନଦୀ, ଲୋହରାଖଣ୍ଡି, ବୋଡ଼ା ଓ ପଦ୍ମା ନଦୀ ଶୁଷ୍କ : ୩୪୧ କୋଟିର ଡିପିଆର୍‌, ଅନୁମୋଦନକୁ ଅପେକ୍ଷା

Published By : Prameya | March 30, 2025 11:15 PM

ଭଞ୍ଜନଗର, ୩୦ା୩ (ଆପ୍ର): ଭଞ୍ଜନଗର ଓ ସୋରଡ଼ା ଜଳଭଣ୍ଡାରର ସ୍ଥିତି ଏୟା ଯେ ଶୁଖିଲା ପଡ଼ିଆ ଅଧିକ ଦେଖିବାକୁ ମିଳୁଛି । ଯେଉଁଠି ବି ପାଣି ରହିଛି ଅବସ୍ଥା ଏଭଳି ଯେ ତଳୁ ମାଟି ଓ ପଙ୍କ ଦଳ ଦେଖାଯାଉଛି । ଗତବର୍ଷ ଆଷାଢ଼ରେ ଭଲ ବର୍ଷା ହେଲାନି, ଶ୍ରାବଣ ବି ଧୋକ୍କା ଦେଲା । ଚଳିତ ଥର ଏଯାବତ୍‌ ଭଲ ବର୍ଷାଟିଏ ହୋଇନାହିଁ । ଫଳରେ ଗଞ୍ଜାମ ଜିଲ୍ଲାର ବହୁ ପ୍ରମୁଖ ନଦୀ ନାଳ ଏବେ ଶୁଖି ଆସିଲାଣି । ଜିଲ୍ଲାର ପ୍ରମୁଖ ଜଳଭଣ୍ଡାର ଭାବେ ପରିଚିତ ଭଞ୍ଜନଗର ଓ ସୋରଡ଼ା ଜଳଭଣ୍ଡାରର ସ୍ଥିତି ମଧ୍ୟ ଏବେ ସଙ୍ଗିନ । କାଳବୈଶାଖୀ ବର୍ଷା ଏବେ ଏକମାତ୍ର ସାହା ଭରସା । କାଳେ ଏଥିରୁ କିଛି ଜଳ ସଂଗୃହୀତ ହୋଇଯିବ ଓ ଜଳ ସଙ୍କଟ କିଛି ମାତ୍ରାରେ ଦୂର ହେବ ବୋଲି ଆଶା କରି ରହିଛନ୍ତି ଜିଲ୍ଲା ବାସିନ୍ଦା । 

ଅପରପକ୍ଷରେ ଭଞ୍ଜନଗର ଓ ସୋରଡ଼ା ଡ୍ୟାମ୍‌ ଏବଂ ଡହ ମଧ୍ୟମ ଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ସକାଶେ ମୋଟ ୩୪୧ କୋଟି ଟଙ୍କାର ଡିପିଆର୍‌  (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ପ୍ରସ୍ତୁତ କରାଯାଇ ଅନୁମୋଦନ ସକାଶେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପଠାଯାଇଛି । ଏହା କେବେ ଅନୁମୋଦନ ହେବ ଓ କେବେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ ତାହାକୁ ଅପେକ୍ଷା କରାଯାଇଛି । ଯଥେଷ୍ଟ ବର୍ଷାଭାବରୁ ଋଷିକୁଲ୍ୟା ଜଳସେଚନ ବ୍ୟବସ୍ଥାର ପ୍ରମୁଖ ଜଳଉତ୍ସ କୁହାଯାଉଥିବା ଭଞ୍ଜନଗର, ସୋରଡ଼ା, ଡହ ଓ ବାଘୁଆ ଆଦି ଜଳଭଣ୍ଡାର ଶୁଖିଲା ପଡ଼ ିଛି । ଗତ ଶ୍ରାବଣରେ ବର୍ଷାଭାବ ଯୋଗୁଁ ଏହା ଚାଷ ଓ ଚାଷୀଙ୍କୁ ପ୍ରଭାବିତ କରିଥିଲା ।  ପ୍ରତିବର୍ଷ ଖରାଦିନ ଆସିଲେ ଜଳ ପରିଚାଳନା ଏକ ପ୍ରମୁଖ ସମସ୍ୟା ଭାବେ ଉଭାହୁଏ । ତେବେ ପୂର୍ବରୁ ଜଳଭଣ୍ଡାର ଗୁଡ଼ିକରେ ଯଥେଷ୍ଟ ଜଳ ଗଛିତ ରହୁଥିବାରୁ ଏହାକୁ ଏଡ଼ାଇ ଦିଆଯାଇ ଭଞ୍ଜନଗର ଡ୍ୟାମ୍‌ର ଜଳଧାରଣ କ୍ଷମତା ବଢ଼ାଇବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରତିଶତ) ଜଳ ଗଚ୍ଛିତ ରହିଛି । ସୋରଡ଼ା ଜଳଭଣ୍ଡାରରର ଜଳଧାରଣ କ୍ଷମତା ୪୯୭୫ ହେକ୍ଟୋମିଟର ଥିବା ବେଳେ  ଏବେ ଏଠାରେ ପାରୁଥିଲା । ହେଲେ ଚଳିତ ବର୍ଷ ବ୍ୟତିକ୍ରମ ସ୍ଥିତି ଯୋଗୁଁ ଜଳାଭାବ ସମସ୍ୟା ଉତ୍କଟ ହେବାର ଆଶଙ୍କା କରାଯାଉଛି ।

 ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଭଞ୍ଜନଗର, ସୋରଡ଼ା, ଡହ ଓ ବାଘୁଆ ଜଳଭଣ୍ଡାରର ସ୍ଥିତି ସଙ୍ଗୀନ ରହିଛି । ୨୦୨୩ ମସିହାରେ ସମସ୍ତ ଜଳଭଣ୍ଡାରରେ ଜଳସ୍ତର ପାଖାପାଖି ୮୦ ପ୍ରତିଶତ ଉପରେ ରହିଥିଲା । ୨୦୨୪ରେ ଜଳଭାବ ଦେଖାଦେଇଥିବା ବେଳେ ଚଳିତ ବର୍ଷ ସ୍ଥ ିତି ଉତ୍କଟ ହେବାରେ ଲାଗିଛି । ଭଞ୍ଜନଗର ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୫୭୬୬ ହେକ୍ଟୋମିଟର ରହିଥିବା ବେଳେ ଏବେ ମାତ୍ର ୯୦୬ ହେକ୍ଟୋମିଟର (୧୫.୭୨ କ୍ୟାଡର୍‌ ପୁନର୍ଗଠନକୁ ଅନୁମୋଦନ ମାତ୍ର ୧୦୨୦.୨୭ ହେକ୍ଟୋମିଟର (୨୦.୫୧ ପ୍ରତିଶତ) ଜଳ ଗଚ୍ଛିତ ରହିଛି । ଗ୍ରୀଷ୍ମ ପ୍ରଭାବରୁ ପ୍ରମୁଖ ନଦୀ ବଡ଼ ନଦୀ, ଋଷିକୁଲ୍ୟା, ବୋଡ଼ା ନଦୀ ଓ ଲୋହରାଖଣ୍ଡି ନଦୀ ଏବେ ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଛି । ସୋରଡ଼ା ଓ ଆସିକାରେ ଋଷିକୁଲ୍ୟା ନଦୀ ନାଳ ଭଳି କେବଳ ଗୋଟିଏ କୋଣରେ ସାମାନ୍ୟ ଜଳଧାରା ପ୍ରବାହିତ ହେଉଛି । ସୋରଡ଼ାରେ ପଦ୍ମା ନଦୀର ସ୍ଥିତି ମଧ୍ୟ ସଙ୍ଗୀନ ରହିଛି । ଅପରପକ୍ଷରେ ଜଳଭଣ୍ଡାର ପୁନଃଉଦ୍ଧାର ପାଇଁ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭାଗୀୟ ଉଚ୍ଚ କତ୍ତୃ ର୍ପକ୍ଷଙ୍କ ନିକଟକୁ ୧୪୨ କୋଟି ଟଙ୍କାର ଡିପିଆର୍‌ ପଠାଯାଇଛି । ଡହ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ୯୯ କୋଟି ଟଙ୍କା ଓ ସୋରଡ଼ା ଜଳଭଣ୍ଡାର ସକାଶେ ୧୦୦ କୋଟି ଟଙ୍କାର ଡିପିଆର୍‌ ବିଭାଗୀୟ କତ୍ତୃ ର୍ପକ୍ଷଙ୍କ ନିକଟରେ ଦାଖଲ କରାଯାଇଛି । ଖରାଦିନ ସରିବା ପୂର୍ବରୁ ଏସବୁ କାମ ଶେଷ କରିବା ନିହାତି ଜରୁରୀ ଥିବା ବେଳେ ବିଭାଗ ପକ୍ଷରୁ କେବେ ଏହାକୁ ଅନୁମୋଦନ ମିଳିବ ତାକୁ ହି ଁ ଅପେକ୍ଷା ବୋଲି କହିଛନ୍ତି ଭଞ୍ଜନଗର ଜଳସେଚନ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଇଂ. ସଞ୍ଜୟ କୁମାର ପ୍ରଧାନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.