ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ପୁଲିସ ଦ୍ଵାରା ତଲାସି ଅଭିଯାନ ବେଳେ ୧୩ ଜଣ ମାଓବାଦୀ ଗିରଫ। ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲା ପୁଲିସ ବିଭିନ୍ନ ସ୍ଥାନରେ ମାଓ ଦମନ ନିମନ୍ତେ ତଲାସି ଅଭିଯାନ ଜାରି ରହିଥିବା ବେଳେ ଭିନ୍ନ ଭିନ୍ନ ଅଞ୍ଚଳରୁ ମୋଟ ୧୩ ଜଣ ମାଓବାଦୀଙ୍କୁ ଗିରଫ କରିଛି।
ଗିରଫ ମାଓବାଦୀଙ୍କ ମଧ୍ୟରେ ଜଣେ ଏକ ଲକ୍ଷ ଇନାମି ମାଓବାଦୀ ରହିଥିବା ବେଳେ ସମସ୍ତ ମାଓବାଦୀ ଅନେକ ହିଂସାକାଣ୍ଡରେ ଜଡିତ ଥିବା ଜଣା ପଡିଛି। ଗିରଫ ମାଓବାଦୀଙ୍କ ନିକଟରୁ ଟିଫିନ ବୋମା, କୋଡେକ୍ସ ତାର, ବିଦ୍ୟୁତିକ ତାର ସହ ଅନ୍ୟ ମାଓ ସାମଗ୍ରୀ ଜବତ କରାଯାଇଥିବା ବେଳେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସଂପୃକ୍ତ ଅଞ୍ଚଳରେ ତଲାସି ଅଭିଯାନ ଚାଲିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।