ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ମେକା ପଞ୍ଚାୟତ କାଳିଆ ଗୁଡା ଠାରେ ମହାବାରୁଣୀ ମେଳା ଦେଖି ଘରକୁ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା।ମଞ୍ଜାରୀଗୁଡା ରାସ୍ତାରେ ଅଟୋ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ଅନ୍ୟ ତିନିଜଣ ଆହତ ହୋଇଛନ୍ତି । ସେମାନେ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଆଧାରରେ, ଆହତଙ୍କୁ ଆମ୍ବୁଲାନ୍ସରେ ମାଥିଲି ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ଜଣେ ମହିଳା ଏସ ରତ୍ନାମାଙ୍କୁ ଡାକ୍ତର ମୃତ ଘୋଷଣା କରି ଥିଲେ। ଗୁରୁତର ଆହତ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଆଉ ଦୁଇ ଜଣ ଇନ୍ଦ୍ରଧର ପୁଟିଆ, ଅର୍ଜୁନ ବଦାମୀ, ସୁଦର୍ଶନ ପୁଟିଆ, ଇନ୍ଦର୍ଜିତ ପୁଟିଆଙ୍କୁ ଗତ କାଲି ରାତ୍ରରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠା ଯାଇଥିଲା। ଆହତ ତିନି ଜଣଙ୍କ ଘର କାଳିଆଗୁଡା ଗ୍ରାମରେ, ସେମାନଙ୍କ ଗୋଡ ହାତ ମୁହଁରେ ଆଘାତ ଲାଗିଛି।