ମାଲକାନଗିରି /ମାଥିଲି :୨୭/୩(ଆ ପ୍ର) : ମହାବାରୁଣୀ ମେଳା ଦେଖି ଅଟୋ-ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ମଞ୍ଜାରୀଗୁଡା ରାସ୍ତାରେ ଦୁର୍ଘଟଣା ଘଟିଛି।
ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ମେକା ପଞ୍ଚାୟତ କାଳିଆଗୁଡା ଠାରେ ମହାବାରୁଣୀ ମେଳା ଦେଖି ରାତି ରେ ଘରକୁ ଫରୁଥିଲେ। ମଞ୍ଜାରୀଗୁଡା ରାସ୍ତା ରେ ଅଟୋ ଓ ବାଇକ ମଧ୍ୟ ରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଆହତ ଆମ୍ବୁଲାନ୍ସରେ ମାଥିଲି ମେଡ଼ିକାଲ କୁ ନିଆଯାଇଥିଲା । ସେଠାରେ ଜଣେ ମହିଳା ଏସ ରତ୍ନମଙ୍କୁ ଡାକ୍ତର ମୃତ ଗୋଷଣl କରିଥିଲେ।ଆଉ ଜଣେ ମହିଳା ମାଥିଲି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଆଉ ଦୁଇ ଜଣ ଇନ୍ଦ୍ରଧର ପୁଟିଆ, ଅର୍ଜୁନ ବଦୁମ ଦୁଇଜଣ ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି।