ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁଇ ଆହତ

Published By : Prameya | March 24, 2025 8:13 PM

ମାଲକାନଗିରି/ଚିତ୍ରକୋଣ୍ଡା, ୨୪/୩ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାସ୍ଥ ଗୋଜିଆଗୁଡା ରାସ୍ତାରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। 

ଚିତ୍ରକୋଣ୍ଡା ସଦର ନିକଟସ୍ଥ ଗୋଜିଆଗୁଡା ଗାଁ ନିକଟରେ ଉଭୟ ପଟରୁ ଆସୁଥିବା ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏସାରକମ୍ପାନୀ ନିକଟ ଘାଟି ରାସ୍ତା ପଟୁ ଆସୁଥିବା ବାଇକ ଚାଳକ ଓ ଚିତ୍ରକୋଣ୍ଡା ବଜାର ଆଡୁ ଗୋଜିଆଗୁଡା ଆଡ଼କୁ ଯାଉଥିବା ବାଇକ ମଧ୍ୟରେ ଧକ୍କା ଲାଗିଥିଲା। ଏହି ଦୁର୍ଘଟଣାରେ କାଲିମେଳା ଅଞ୍ଚଳର ନିଳାଞ୍ଚଳ ସାହୁ ଓ  ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ପଦର ପଞ୍ଚାୟତର ରେଖାପାଲି ଗ୍ରାମର ଜମୁନା ଖରା ଗୁରୁତର ହୋଇଥିଲେ। ସ୍ଥାନୀୟ ଅଞ୍ଚଳବାସୀ ସଙ୍ଗେ ସଙ୍ଗେ ଉଭୟ ଆହାତଙ୍କୁ ନିକଟସ୍ଥ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇଥିଲେ।ଚିତ୍ରକୋଣ୍ଡା ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ବାଇକ ଦୁଇଟି କୁ ଜବତ କରିବା ସହିତ ଘଟଣାର ତଦନ୍ତ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.