ମାଲକାନଗିରି,୨୪/୩: ମାଲକାନଗିରି ବ୍ଲକସ୍ଥ ଏମଭି ୨୩ ଗ୍ରାମରେ ବେଆଇନ ଭାବେ ମୂଲ୍ୟବାନ ଶାଗୁଆନ କାଠ ସାମଗ୍ରୀ ନିର୍ମାଣ ଚାଲିଥିବା ନେଇ ଖବର ପାଇଥିଲା ବନ ବିଭାଗ । ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ବନ କର୍ମଚାରୀ, ପାରା ଷ୍ଟାଫ ଗ୍ରାମର ଶ୍ରୀବାସ ବେପାରୀଙ୍କ ଘର ଉପରେ ଚଢ଼ାଉ କରିଥିଲେ । ତାଙ୍କ ଘରେ ଲୁଚାଇ ରଖିଥିବା ୪୬ଟି ମୂଲ୍ୟବାନ ଶାଗୁଆନ ପଟା ଓ ୧୪ଟି ପିଆଶାଳ ପଟା ଜବତ କରିଛି ବିଭାଗ। ବନ ବିଭାଗ ଅଧିକାରୀଙ୍କୁ ଦେଖି ଶ୍ରୀ ବେପାରୀ ଫେରାର ହୋଇ ଯାଇଥିଲେ। କାଠ ପଟା ଓ ଅର୍ଦ୍ଧ ନିର୍ମିତ ପଲଙ୍କ ସାମଗ୍ରୀକୁ ଜବତ କରି ବନ ବିଭାଗ ରେଞ୍ଜ ଅଫିସକୁ ଆଣି ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛନ୍ତି। ଏହି କାଠ ପଟା ଗୁଡିକର ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।

ଆରେଜଡି ଉପରେ ବର୍ଷିଲେ ଅମିତ ଶାହ, ୨୦ ମିନିଟ୍ର ଭାଷଣ...