ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଭିନ୍ନ ଜାତିର ପୁଅକୁ ବିବାହ କରିଥିବାରୁ ; ଶବକୁ କାନ୍ଧ ଦେଲେ ନି ଆତ୍ମୀୟ

Published By : Prameya | March 31, 2025 12:09 AM

ବରଗଡ଼, ୩୦/୩ : ଭିନ୍ନ ଜାତିରେ ବିବାହ କରିଥିବାରୁ ଅଛୁଆଁ ହେଲା ଶବ । ପାଖ ମାଡ଼ିଲେନି ଆତ୍ମୀୟ । ମଲା ପରେ ବି କାନ୍ଧ ମିଳିଲାନି । ଶେଷର ଶ୍ମଶାନ ସାଥୀଙ୍କ ସହାୟତାରେ ହେଲା ମହିଳାଙ୍କ ଶେଷକୃତ୍ୟ । କଳଙ୍କିତ ଜାତିପ୍ରଥାର ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ । ପଥର୍ଲା ଗାଁର ଜଣେ ବ୍ୟକ୍ତି ସାହାଜବାହାଲର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଉଭୟ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ଗାଁଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ । ପୁଅକୁ ଜାତିରୁ ବାସନ୍ଦ କରାଯାଇଥିଲା । ସେପଟେ ଗ୍ରାମବାସୀଙ୍କ ଚାପରେ ବାପଘର ଲୋକେ ମଧ୍ୟ ବଞ୍ଚି ଥାଉ ଥାଉ ଝିଅର ପିଣ୍ଡଦାନ କରିଦେଇଥିଲେ । ଦୁଇ ପକ୍ଷରୁ ତୀବ୍ର ବିରୋଧ ପରେ ଦମ୍ପତି ବରଗଡ଼ ପୌରାଞ୍ଚଳର ୧୭ନଂ. ୱାର୍ଡ ଅମ୍ବାପାଲିରେ ଭଡ଼ାରେ ରହୁଥିଲେ । କୌଣସି କାରଣରୁ ସେମାନଙ୍କ ଦାମ୍ପତ୍ୟ ଜୀବନ ଠିକ୍‌ ନ ଥିଲା । 

ଦୁହେଁ ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ । ଶନିବାର ରାତିରେ ସ୍ୱାମୀ କୁଆଡ଼େ ଚାଲିଯାଇଥିବାବେଳେ ଭଡ଼ା ଘରେ ସ୍ତ୍ରୀ ଫାଶୀ ଲଗାଇ ଜୀବନ ହାରିଥିଲେ । ବରଗଡ଼ ସଦରଥାନା ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ବ୍ୟବଚ୍ଛେଦ ପରେ ମୃତଦେହ ହସ୍ତାନ୍ତର କରିବା ବେଳକୁ ଉପୁଜିଥିଲା ଅଡୁଆ । କାରଣ ଉଭୟ ଝିଅ ଏବଂ ପୁଅ ଘର ଲୋକେ ମୃତଦେହ ନେବାକୁ ପଛଘୁଞ୍ଚା ଦେଇଥିଲେ । ଅମ୍ବାପାଲିରେ କେହି ଆତ୍ମୀୟ ନ ଥିବାରୁ ପଡ଼ୋଶୀ ମଧ୍ୟ ଅସହାୟତା ପ୍ରକାଶ କରିଥିଲେ । ମୃତଦେହ ସତ୍କାରକୁ ନେଇ ଅଡୁଆରେ ପଡ଼ିଥିବା ପୁଲିସ୍‌ ଶେଷରେ ଶ୍ମଶାନସାଥୀ ସଂଘମିତ୍ରା ପଟେଲଙ୍କ ସହାୟତା ଲୋଡ଼ିଥିଲା । ସଂଘମିତ୍ରା, ସହଯୋଗୀ ତରଣୀ ସାହୁ ପହଞ୍ଚି ମହିଳାଙ୍କ ମୃତଦେହକୁ ବରଗଡ଼ ସ୍ୱର୍ଗଦ୍ୱାରରେ ସମ୍ମାନର ସହ ଶେଷକୃତ୍ୟ କରିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.