ପୁରୀ, ୩୧/୦୩: ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା  ନୀତି ଅନୁଷ୍ଠିତ ହେବ । ସେଥିପାଇଁ ସନ୍ଧ୍ୟାରେ ପ୍ରାୟ ୫ଘଣ୍ଟା ଠାକୁରଙ୍କ ସାଧାରଣ  ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ନୀତି  ଅପରାହ୍ନ ୫ଟାରୁ ରାତି ୧୦ ଟା ମଧ୍ୟରେ ଅନୁଷ୍ଠିତ ହେବ । ତେଣୁ ସେହି ସମୟରେ  ସର୍ବସାଧାରଣ ଦର୍ଶନ ମିଳିବ ନାହିଁ । ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ  ଦଇତାପତି ସେବକମାନେ ଠାକୁରଙ୍କ ଏହି ସେବା କରିଥାନ୍ତି । ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ  ସୁରକ୍ଷା ପାଇଁ ଏହି ନୀତି ପାଳନ କରାଯାଇଥାଏ । ତେବେ ସେଦିନର ନୀତି ଉପରେ  ପ୍ରକୃତ ଦର୍ଶନ କଟକଣା ସମୟ ନିର୍ଭର ରହିବ ।