ପ୍ରମୂଖ ଖବର
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା

Published By : Prameya | March 31, 2025 7:43 AM

ପୁରୀ, ୩୧/୦୩: ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା  ନୀତି ଅନୁଷ୍ଠିତ ହେବ । ସେଥିପାଇଁ ସନ୍ଧ୍ୟାରେ ପ୍ରାୟ ୫ଘଣ୍ଟା ଠାକୁରଙ୍କ ସାଧାରଣ  ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ନୀତି  ଅପରାହ୍ନ ୫ଟାରୁ ରାତି ୧୦ ଟା ମଧ୍ୟରେ ଅନୁଷ୍ଠିତ ହେବ । ତେଣୁ ସେହି ସମୟରେ  ସର୍ବସାଧାରଣ ଦର୍ଶନ ମିଳିବ ନାହିଁ । ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ  ଦଇତାପତି ସେବକମାନେ ଠାକୁରଙ୍କ ଏହି ସେବା କରିଥାନ୍ତି । ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ  ସୁରକ୍ଷା ପାଇଁ ଏହି ନୀତି ପାଳନ କରାଯାଇଥାଏ । ତେବେ ସେଦିନର ନୀତି ଉପରେ  ପ୍ରକୃତ ଦର୍ଶନ କଟକଣା ସମୟ ନିର୍ଭର ରହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.