ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ମା’ଙ୍କ ପାଇଁ ନିମ୍ବକଢ଼ ତୋଳୁଥିଲେ, ପୋଖରୀରେ ଖସିପଡ଼ି ଯୁବକ ମୃତ

Published By : Prameya | March 31, 2025 8:53 AM

କେନ୍ଦ୍ରାପଡ଼ା,୩୦ା୩ : ଘରେ ଭଉଣୀ ଭିଣୋଇଙ୍କ ପାଇଁ ଚିକେନ୍‌ ରୋଷେଇ କରି ସାରିଥିଲେ । ମା’ଙ୍କ ପାଇଁ ଘର ସାମ୍ନା ପୋଖରୀ କୂଳରେ ଥିବା ନିମ୍ବ ଗଛରୁ କଢ଼ ତୋଳିବାକୁ ଆସିଥିଲେ । ନିମ୍ବକଢ଼ ତୋଳି ନେଇଥିଲେ ଘରେ ରୋଷଇ କରି ଖିଆ ହୋଇଥା’ନ୍ତା । ଗଛରେ ଚଢ଼ି ନିମ୍ବ କଢ଼ ତୋଳୁଥିବା ବେଳେ ହଠାତ୍‌ ବାତ ମାରିଲା । ଖରାତାତି ସାଙ୍ଗକୁ ବାତ ମାରିବାରୁ ପୋଖରିକୁ ଖସିପଡ଼ିଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜିବାକୁ ଆସିବାରୁ ପୋଖରୀରେ ଭାସୁଥିବା ଦେଖିଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ପୌରପାଳିକା ୧୨ ନଂ. ୱାର୍ଡ ହଜାରିବଗିଚାରେ ଦେଖିବାକୁ ମିଳିଛି । 

ହଜାରିବଗିଚା ଗ୍ରାମର ସ୍ୱର୍ଗତ ଜଗନ୍ନାଥ ରାଉତଙ୍କ ପୁଅ ରମାକାନ୍ତ ରାଉତ ଓରଫ ବଣ୍ଟି (୨୮ ବର୍ଷ) ରବିବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ଘର ସାମ୍ନା ପୋଖରୀ ହୁଡ଼ାରେ ଥିବା ନିମ୍ବଗଛରୁ କଢ଼ ଆଣିବାକୁ ଯାଇଥିଲେ । ସେତେବେଳକୁ ଖରା ତାତି ପ୍ରଖର ଥିଲା । ସେ ନିମ୍ବଗଛରେ ଚଢ଼ି କଢ଼ ସଂଗ୍ରହ କରୁଥିବାବେଳେ ତାଙ୍କୁ ବାତ ମାରିବାରୁ ସେ ଖସିପଡ଼ିଥିଲେ । ଏଣେ ପରିବାର ଲୋକ ଅପେକ୍ଷା କରି ବସିଛନ୍ତି ବଣ୍ଟି ନିମ୍ବକଢ଼ ନେଇ ଫେରିଲେ ଘରେ ରୋଷେଇ ହେବ । ବଣ୍ଟିଙ୍କ ଫେରିବାରେ ବହୁ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିବାରୁ ପୋଖରୀରୁ ଉଦ୍ଧାର କରିଥିଲେ । ଜଗନ୍ନାଥଙ୍କର ୩ ଝିଅଙ୍କ ମଧ୍ୟରେ ବଣ୍ଟି ଥିଲେ ଏକମାତ୍ର ପୁଅ । ବାପାଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ଘରେ ମା’ଙ୍କ ସହ ରହୁଥିଲେ । ତାଙ୍କର ବାହାଘର ପାଇଁ ବି ବୁଝାଶୁଝା ଚାଲିଥିଲା । ବଣ୍ଟିଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ଛାଇଯାଇଛି । ଅଭିଯୋଗ ପାଇ ଟାଉନ୍‌ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.