ଭୁବନେଶ୍ବର, ୧/୪ : ଇମ୍ଫା ଗ୍ରୁପ ଦ୍ବାରା ପରିଚାଳିତ ‘ଇଣ୍ଡିଆନ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ’(IMPACT) ତରଫରୁ ସମ୍ମାନଜନକ ୩୩ତମ ‘ଏକଲବ୍ୟ ପୁରସ୍କାର ୨୦୨୫’ ଲାଗି ନାମାଙ୍କନ ଆହ୍ବାନ କରାଯାଉଛି । ‘ଏକଲବ୍ୟ ପୁରସ୍କାର’ ହେଉଛି ଓଡ଼ିଶାର ଶ୍ରେଷ୍ଠ ଯୁବ କ୍ରୀଡ଼ାବିତଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଷିକ କ୍ରୀଡ଼ା ପୁରସ୍କାର । ଯାହାର ନଗଦ ରାଶି ପରିମାଣ ୭ଲକ୍ଷ ଟଙ୍କା ରହିଛି ।
ମୁଖ୍ୟ ପୁରସ୍କାର ଛଡ଼ା ଦୁଇଗୋଟି ଉପବିଜେତାଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଏ । ଯାହାର ପୁରସ୍କାର ରାଶି ପରିମାଣ ଏକ ଲକ୍ଷ ପଚାଶ ହଜାର ଟଙ୍କା ଲେଖାଏଁ ରହିଛି । ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶା ସ୍ଥିତ କୌଣସି କ୍ରୀଡ଼ା ସଂଗଠନ/ ବୋର୍ଡ଼/ ସଂଘ, ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ୟାଳୟ ମାଧ୍ୟମରେ ସେମାନଙ୍କ ନାମାଙ୍କନପତ୍ର ପଠାଇ ପାରିବେ । ପ୍ରାର୍ଥୀମାନଙ୍କର ବୟସ ୩୧ମାର୍ଚ୍ଚ ୨୦୨୫ସୁଦ୍ଧା ୨୫ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ ।