ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ରାଜ୍ୟ ଖାଦ୍ୟ ଆୟୋଗଙ୍କ ମାଲକାନଗିରି ଗସ୍ତ; ରାସନ କାର୍ଡରେ କେୱାସି ତ୍ଵରାନିତ କରିବା ପାଇଁ ଯୋଗାଣ ବିଭାଗକୁ ଦେଲେ ନିର୍ଦ୍ଦେଶ

Published By : Bijay Swain | March 28, 2025 10:22 PM

ମାଲକାନଗିରି: ରାଜ୍ୟ ଖାଦ୍ୟ ଆୟୋଗ କମିଟି ସଦସ୍ୟ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି। କମିଟି ସଦସ୍ୟ ଦୟାନିଧି ଦାସ ଓ ଅକ୍ଷୟ କୁମାର ବେହେରା ବିଭିନ୍ନ ବିଭାଗର ସମୀକ୍ଷା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଉପସ୍ଥିତ ଥିଲେ। ରାସନ୍ କାର୍ଡ ନିମନ୍ତେ ଇ- କେୱାଇସି କାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ ଯୋଗାଣ ବିଭାଗକୁ କମିଟି ନିର୍ଦ୍ଦେଶ ଦେଇଛନ୍ତି। 

ମାଲକାନଗିରି ଜିଲ୍ଲା ଗସ୍ତ କରି କମିଟି ପ୍ରକାଶ କରିଛନ୍ତି ଯେ ଜିଲ୍ଲାରେ ବସବାସ କରୁଥିବା ଜନଜାତି ସମୁଦାୟ ଅତ୍ୟନ୍ତ ନିରୀହ ଓ ସରଳ ବିଶ୍ୱାସୀ। ତେଣୁ ଜିଳ୍ଲାର ସମସ୍ତ ଉପାନ୍ତ ଅପହଞ୍ଚ ଅଞ୍ଚଳ ଓ ବିଶେଷ ଭାବେ ବଣ୍ଡାଘାଟୀ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମୁଦାୟ ଯେପରି ରାସନ୍ କାର୍ଡ ପାଇବା ସହ  ପିଡିଏସ ଚାଉଳ ସୁବିଧାରେ ପାଇ ପାରିବେ ସେଥି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ଦିନରେ ଅପହଞ୍ଚ ଅଞ୍ଚଳରେ ଚାଉଳ ଯୋଗାଇ ଦେବା ସହ ଡିଲର ପଏଣ୍ଟରୁ ହିତାଧୀକାରୀଙ୍କ ଗ୍ରାମକୁ ସାମଗ୍ରୀ ପହଞ୍ଚାଇବା ବ୍ୟବସ୍ଥା କରିବା ପାଇଁ ମଧ୍ୟ କୁହାଯାଇଛି। ଯାହାଦ୍ୱାରା ଗରିବ ଲୋକଟିର ଦୁଃଖ ଲାଘବ ହୋଇ ପାରିବ ବୋଲି କମିଟି ମତ ରଖିଛନ୍ତି। 

ଏହା ସହିତ ପ୍ରତ୍ୟେକ ବ୍ଲକରେ ସ୍ପେଶିଆଲ ଡ୍ରାଇଭ୍ ମାଧ୍ୟମରେ ଯୋଗ୍ୟ ତଥା ପ୍ରକୃତ ସହାୟତାରୁ ବଞ୍ଚିତ ହେଉଥିବା ହିତାଧିକାରୀଙ୍କ ଚୟନ କରାଯାଉ ବୋଲି କମିଟି କହିଛନ୍ତି। ଏଥି ନିମନ୍ତେ ବିଡିଓ, ଯୋଗାଣ ସହାୟକ ଓ ଏମଆଇ ଙ୍କୁ ନେଇ ଏକ ନେଟୱର୍କ ଗଠନ କରିବାକୁ କୁହାଯାଇଛି। କର୍ମଚାରୀ ମାନଙ୍କୁ କ୍ଷେତ୍ର ଗସ୍ତ କରିବାକୁ ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜନଜାତି ବିଦ୍ୟାଳୟର ହୋଷ୍ଟେଲ ଗୁଡିକର ଟଏଲେଟ୍ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ପରିବେଶ ସ୍ଵଚ୍ଛତା, ପାନୀୟ ଜଳ ଓ ଖାଦ୍ୟର ଉତ୍ତମ ମାନ ଉପରେ ଗୁରୁତ୍ୱାରୋପ କରିବାକୁ କୁହାଯାଇଛି। 

ସେହିପରି ପ୍ରତ୍ୟେକ ବିଦ୍ୟାଳୟରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କମିଟି ଏହି ଗସ୍ତରେ ଚିତ୍ରକୋଣ୍ଡା ବଡପଡ଼ା ଏଜୁକେସନାଲ କ୍ୟାମ୍ପସ ପରିଦର୍ଶନ ରେ ଯାଇ ନିଜର ଖୁସି ବ୍ୟକ୍ତ କରିବା ସହ ଏହିଭଳି ଅଭିନବ ଏଜୁକେସନାଲ କମ୍ପ୍ଲେକ୍ସ ଓଡ଼ିଶାରେ କ୍ଵଚିତ୍ ଦେଖିବାକୁ ମିଳେ ବୋଲି କହିଛନ୍ତି। ସେହିପରି ପାଙ୍ଗାମ୍ ସ୍ଥିତ ହାଇ ସ୍କୁଲ୍ ପରିଦର୍ଶନରେ ଯାଇ କମିଟି ଏହାର ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ସଦର ଏସିଏସଓ ମୁରୁଲି କ୍ରିଷ୍ଣା କମିଟିକୁ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କମିଟି ପକ୍ଷରୁ ପ୍ରଭାସ କୁମାର ନାୟକ, ଏସିଏସଓ ପ୍ରଦୀପ  ଦାସ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.