ପ୍ରମୂଖ ଖବର
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

୫୭ ତମ ଜାତୀୟ ଖୋ ଖୋ ଚମ୍ପିୟାନସିପ ଉଦଘାଟିତ

Published By : Prameya | March 31, 2025 10:33 PM

ପୁରୀ ୩୧/୩ ଆଜି ଅପରାହ୍ନରେ ତାଳବଣିଆ ସ୍ପୋର୍ଟ୍ସ ଗ୍ରାଉଣ୍ଡ ପରିସରରେ ୫ ଦିନିଆ ଜାତୀୟ ୫୭ ତମ ପୁରୁଷ ଓ ମହିଳା ଖୋ ଖୋ ଚମ୍ପିୟାନସିପ୍ ଉଦଘାଟିତ ହୋଇଯାଇଛି । ରାଜ୍ୟ ଖୋ ଖୋ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କ୍ରୀଡାକୁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଉଦଘାଟନ କରିବା ସହ ପ୍ରତ୍ୟେକ କ୍ରିଡା ଶୃଙ୍ଖଳା ଓ ଭାଇଚାରାର ଶିକ୍ଷା ଦେଇଥାଏ ବୋଲି କହିଥିଲେ । ବିଭିନ୍ନ ରାଜ୍ୟରୁ ଆସିଥିବା ଏହି କ୍ରୀଡାବିତ ମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରି ଦେଶ ପାଇଁ ସମ୍ବଳ ହୋଇ ପାରିବେ। ପ୍ରତିଭାର ବିକାଶ ଦିଗରେ ଖୋ ଖୋ ଖେଳ ସହାୟକ ହୋଇପାରିବ ବୋଲି ସେ କହିଥିଲେ । ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସରକାର କ୍ରୀଡାକୁ ଅଗ୍ରାଧିକାର ଦେଇଛନ୍ତି। କ୍ରୀଡାବିତ ମାନେ ନିଷ୍ଠା ଓ ଏକାଗ୍ରତା ର ସହ ଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ । ଖୋ ଖୋ ଫେଡେରେସନ ଅଫ ଇଣ୍ଡିଆ ର ସଭାପତି ସୁଧାଂଶୁ ମିତଲ ଏଥିରେ ଅଧ୍ୟକ୍ଷତା କରିବା ସହ ସୁନ୍ଦର ବ୍ୟବସ୍ଥା ପାଇଁ ଆୟୋଜକଙ୍କୁ ପ୍ରଶଂସା କରିଥିଲେ । ଖୋ ଖୋ କୁ କମନୱ୍ବେଲଥ,ଏସିଆନ ଓ ଅଲମ୍ପିକରେ ସାମିଲ କରିବାର ପ୍ରୟାସ ଜାରି ରହିଛି ବୋଲି କହିଥିଲେ। 

ସାଧାରଣ ସମ୍ପାଦକ ଏମ ଏସ ତ୍ୟାଗୀ ବହୁତ କମ ସମୟ ମଧ୍ୟରେ ଏହି ଜାତୀୟ କ୍ରୀଡାର ସଫଳ ଆୟୋଜନ ପାଇଁ ରାଜ୍ୟ ଆୟୋଜକଙ୍କୁ କୃତଜ୍ଞତା ଜଣାଇଥିଲେ । ଓଡିଶା ଖୋ ଖୋ ସଂଘର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ସମସ୍ତଙ୍କୁ ସ୍ବାଗତ ସହ ସମ୍ବର୍ଦ୍ଧିତ କରିଥିଲେ । ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପୁରୀ ଜିଲ୍ଲା ଆଥଲେଟିକ ଆସୋସିଏସନର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ଅନ୍ୟାନ୍ୟ ଅତିଥି ମାନେ ଖୋଖୋ ପ୍ରତିଯୋଗିତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଅତିଥି  କ୍ରୀଡା ପତାକା ଉତ୍ତୋଳନ କରିବା ସହ ପ୍ରତିଯୋଗିତା ଆରମ୍ଭର ଘୋଷଣା କରିଥିଲେ । ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ରେଲୱେ, ପୋଷ୍ଟାଲ ଇତ୍ୟାଦିର ୮୦ ଟିମ ସାମିଲ ହୋଇଛନ୍ତି । ଅପ୍ରେଲ ୪ ତାରିଖରେ ଏହାର ଉଦଯାପନୀ କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ ଜଣାଇଛନ୍ତି।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.