ପ୍ରମୂଖ ଖବର
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ରବିମଣ୍ଡି ପ୍ରସଙ୍ଗ: ୭ ଦିନ ବଢ଼ିଲା ପଞ୍ଜୀକରଣ ସମୟ; ଆବେଦନ କଲେଣି ୧୧ ହଜାର ଚାଷୀ

Published By : Bijay Swain | April 1, 2025 12:06 AM

ଜୟପୁର,୩୧/୩(ବ୍ୟୁରୋ): ରବି ମଣ୍ଡିରେ ଧାନ ବିକ୍ରି କରିବାକୁ ପଞ୍ଜୀକରଣ ତାରିଖକୁ ଆସନ୍ତା ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଥିଲା। ବିଭିନ୍ନ କାରଣରୁ ବହୁ ଚାଷୀ ପଞ୍ଜୀକରଣ କରିପାରିନଥିବା ଜଣାପଡ଼ିବା ପରେ ଯୋଗାଣ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଆଜି ସୁଦ୍ଧା ୧୦ ହଜାର ୯୯୨ ଚାଷୀ ପଞ୍ଜୀକରଣ କରିଛନ୍ତି। ଏଥିରେ ନୂଆରେ ୨୨୦୦ ଚାଷୀ ପଞ୍ଜୀକରଣ କରିଥିବା ବେଳେ ନବୀକରଣ କରିଛନ୍ତି ୮ ହଜାର ୭୯୨ ଜଣ। 

ତେଲିଙ୍ଗିରି ଜଳସେଚନ ପ୍ରକଳ୍ପରେ ଚଳିତ ରବିରେ କେନାଲରେ ପାଣି ଛଡାଯାଇନି। ବୋରିଗୁମ୍ମା ଅଞ୍ଚଳରେ ଧାନଚାଷ ହୋଇନି। ଏହାର ପ୍ରଭାବରେ ଚଳିତ ରବିମଣ୍ଡିରେ ଚାଷୀ ପଞ୍ଜୀକରଣ ସଂଖ୍ୟା କମିବ। ଯୋଗାଣ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ବୈପାରିଗୁଡା ଲ୍ୟାମ୍ପ୍‌ସରେ ୮୪ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ସେହିପରି ବୋରିଗୁମ୍ମାରେ ୫୩୦, ଡୁମୁରିପୁଟରେ ୧୭, କାକିରିଗୁମ୍ମାରେ ୪୧, କାମତାରେ ୧୩୪, କୋଟପାଡରେ ୨୧୩୬, କୁମୁଲିପୁଟରେ ୬୭୨, କୁନ୍ଦୁରାରେ ୧୦୬୮, ନନ୍ଦପୁରରେ ୩୩, ନାରାୟଣପାଟଣାରେ ୧୫୮ ଏବଂ ଉମୁରୀ ଲ୍ୟାମ୍ପସରେ ସର୍ବାଧିକ ୨ ହଜାର ୫୬ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। 

ସେହିପରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି)ରେ ୩ ହଜାର ୯୧୯ ଜଣ ଚାଷୀ ପଞ୍ଜୀକରଣ କରିଥିବା ଜଣାପଡିଛି। ସେ ଭିତରେ ଏକୋଇଶୀ ଭଉଣୀ ମହାମାୟୀରେ ୪୮୬, ଗୁଡି ଠାକୁରାଣୀରେ ୩୮, ଜୟ ଜଗନ୍ନାଥରେ ୭୧, ଲକ୍ଷ୍ମୀନାରାୟଣରେ ୧୮୫, ମା’ ବୁଢୀ ଠାକୁରାଣୀରେ ୪୪୩, ମା’ ଦୁର୍ଗାରେ ୩୧୧, ମା’ ଲକ୍ଷ୍ମୀରେ ୬୪, ମଙ୍ଗଳମାୟୀରେ ୩୯, ମା’ମୁତ୍ୟୁଲୁ୍‌ମ୍ମାରେ ୪୮୩, ମା’ ପ୍ରତିମାରେ ୩୫୧, ମା’ ସରସ୍ୱତୀରେ ୩, ମା’ତାରିଣୀରେ ୧୩୭, ମା’ ଠାକୁରାଣୀରେ ୨୨, ମହାମାୟୀରେ ୩୭୭, ପ୍ରଗତୀରେ ୪୪୯, ରବିନାରାୟଣରେ ୩୯, ସାଇରାମ୍‌ରେ ୭ ଓ ବୁଢିଠାକୁରାଣୀ ଏସ୍‌ଏଚ୍‌ଜିରେ ୩ ଜଣ ପଞ୍ଜୀକରଣ କରିଛନ୍ତି। 

ଦଶମନ୍ତପୁର   ଲ୍ୟାମ୍ପ୍‌ସ, ପ୍ରିୟଙ୍କା ଏସ୍‌ଏଚ୍‌ଜି, ରାଧାକୃଷ୍ଣ ଏସ୍‌ଏଚ୍‌ଜିରେ ଜଣେହେଲେ ଚାଷୀ ଏଯାଏଁ ପଞ୍ଜୀକରଣ କରିନାହାନ୍ତି। ଗତ ରବି ମଣ୍ଡିରେ ୧୫ ହଜାର ୯୯୪ ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ଏବେ ଅଧିକ ୭ଦିନ ସମୟ ଥିବାରୁ ପଞ୍ଜୀକରଣ ସଂଖ୍ୟା ବଢିବ ବୋଲି କ୍ରୟକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.