ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ସରିଲା ଖରିଫ ମଣ୍ଡି, କିଣାଗଲା ୨୫ ଲକ୍ଷ କୁଇଣ୍ଟାଲ ଧାନ; ବିକିଲେନି ୧୧୩୬ ଚାଷୀ

Published By : Bijay Swain | March 29, 2025 11:54 PM

ଜୟପୁର,୨୯/୩(ବ୍ୟୁରୋ): ଶେଷ ହୋଇଛି ଖରିଫ ମଣ୍ଡି। ଚଳିତ ଖରିଫରେ କିଣାଯାଇଛି ୨୫ ଲକ୍ଷ ୯ ହଜାର ୭୬୫ କୁଇଣ୍ଟାଲ ଧାନ। ଚଳିତ ଖରିଫରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୧ ଶହକୁ ବୃଦ୍ଧି କରାଯାଇଥିବାରୁ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଗତ ଖରିଫ ଅପେକ୍ଷା ଏଥର ୪ ଲକ୍ଷ ୫୩୮ କୁଇଣ୍ଟାଲ ଧାନ ଅଧିକ କିଣାଯାଇଛି। ଦର ବୃଦ୍ଧି ସତ୍ତ୍ୱେ ବିଭିନ୍ନ କାରଣରୁ ପଞ୍ଜୀକରଣ କରିଥିବା ୧୧୩୬ ଚାଷୀ ମଣ୍ଡିରେ ଧାନ ବିକି ନାହାନ୍ତି। 

ସରକାର ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଚଳିତ ଖରିଫରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୮ଶହ ଟଙ୍କା ବୃଦ୍ଧି କରାଯାଇଥିଲା। ଏହାର ପ୍ରଭାବ ମଣ୍ଡିରେ ଦେଖିବାକୁ ମିଳିଥିଲା। ଦର ବୃଦ୍ଧି ପାଇଥିବାରୁ ପ୍ରଶାସନ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଇଥିଲା। ଯେଉଁମାନେ ଧାନ ଚାଷ ନ କରି ମିଥ୍ୟା କାଗଜପତ୍ରରେ ପଞ୍ଜୀକରଣ କରିଥିଲେ, ସେମାନଙ୍କୁ ବାଦ୍‌ ଦିଆଯାଇଥିଲା। ଯୋଗ୍ୟ ୩୮ ହଜାର ୬୧୩ ଜଣ ଚାଷୀଙ୍କୁ ଟୋକନ ଆସିଥିଲା। ଖରିଫ ମଣ୍ଡି କିପରି ଗାଇଡଲାଇନ ଅନୁସାରେ ହେବ, ସେଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା। ପ୍ରତ୍ୟେକ ମଣ୍ଡିରେ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତ କରାଯାଇଥିଲା। ଅଧିକାଂଶ ମଣ୍ଡିରେ ସିସି କ୍ୟାମେରା ଖଞ୍ଜାଯାଇଥିଲା। ଚାଷୀଙ୍କ ସମସ୍ୟାର ସମାଧାନ ଲାଗି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। 

ଏହା ସତ୍ତ୍ୱେ ମଣ୍ଡି ଆରମ୍ଭରେ କଟନିଛଟନିକୁ ନେଇ ଦେଖାଦେଇଥିଲା ବିବାଦ। ପରେ ଚାଷୀ ଓ ମିଲରଙ୍କ ମଧ୍ୟରେ ସହମତି ପରେ ମଣ୍ଡି ସ୍ୱାଭାବିକ ହୋଇଥିଲା। ଦର ବଢିଥିବାରୁ ଦଲାଲଙ୍କୁ ଧାନ ବିକ୍ରି କରିବା ବଦଳରେ ମଣ୍ଡିକୁ ଧାନ ଆଣିଥିଲେ ଚାଷୀ। ଫଳରେ ଗତ ଖରିଫ ଅପେକ୍ଷା ଏଥର ଅଧିକ ଧାନ କିଣାଯାଇଥିଲା। 

ବିଭିନ୍ନ କାରଣରୁ ୧୧୩୬ ଚାଷୀ ଧାନ ବିକିନଥିଲେ। ଏଥିରେ ଅଧିକାଂଶ ଛୋଟ ଚାଷୀ ଥିବା କ୍ରୟକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି। ସେମାନେ ଧାନକରଜ କରି ଚାଷ କରିଥିବାରୁ ମଣ୍ଡି ଆରମ୍ଭ ହେବା ପୂର୍ବରୁ ବାହାରେ ବିକ୍ରି କରିଦେଇଥିଲେ। ଏଥିସହ କେତେକଙ୍କ ଫସଲ ନଷ୍ଟ  ହୋଇଥିବାରୁ ଧାନ ବିକ୍ରି କରିନାହାନ୍ତି। ଚଳିତ ଖରିଫରେ ମିଥ୍ୟା ଏଣ୍ଟ୍ରି ବନ୍ଦ ହୋଇଥିବାରୁ ଏହା ଆଉ ଏକ କାରଣ ହୋଇଥାଇପାରେ ବୋଲି କୁହାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.