ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ମହିଳାଙ୍କ ବ୍ୟାଙ୍କ ଖାତାରୁ ୨ ଲକ୍ଷ ଲୁଟ, ସାଇବର ଥାନାରେ ଏତଲା…

Published By : Prameya | March 28, 2025 11:23 PM

କୋରାପୁଟ,୨୮/୩: ଜଣେ ଆଦିବାସୀ ମହିଳା ସାଇବର୍‌ ଠକେଇର ଶିକାର ହୋଇଛନ୍ତି । ସେ ହେଲେ ପଟ୍ଟାଙ୍ଗିର ବୃନ୍ଦାବତୀ ଖଡ଼ା । ତାଙ୍କ ବ୍ୟାଙ୍କ୍‌ ସଞ୍ଚୟ ଖାତାରେ ଥିବା ୨ ଲକ୍ଷରୁ ଅଧିକ ଟଙ୍କା ଗାଏବ ହୋଇଯାଇଛି। ସ୍ୱାମୀ ରାଜେନ୍ଦ୍ର ଜେନା ଟଙ୍କା ଉଠାଇଥିବା ସେ ସନ୍ଦେହ କରିଛନ୍ତି। ଏ ସମ୍ପର୍କରେ ସାଇବର ଥାନାରେ ଏତଲା ଦେଇଛନ୍ତି। ବୃନ୍ଦାବତୀ କହିଛନ୍ତି, ୮ ବର୍ଷ ତଳେ ସେ ରାଜେନ୍ଦ୍ରଙ୍କୁ ବିବାହ କରିଥିଲେ। ସେମାନଙ୍କ ଏକ ସନ୍ତାନ ଅଛି। ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କୌଣସି କାରଣକୁ ନେଇ ମନମାଳିନ୍ୟ ଦେଖା ଦେଇଥିଲା । ରାଜେନ୍ଦ୍ର ଅନ୍ୟ ଜଣଙ୍କୁ ବିବାହ କରିଥିଲେ । ବାଧ୍ୟ ହୋଇ ସେ ବାପଘରକୁ ଚାଲିଆସିଥିଲେ । ପେଟପାଟଣା ଲାଗି ଆନ୍ଧ୍ରପ୍ରଦେଶର ଏକ ଘରୋଇ କମ୍ପାନିରେ ଯୋଗ ଦେଇଥିଲେ । ମିଳୁଥିବା ଟଙ୍କା ଏସ୍‌ବିଆଇ ଖାତାରେ ରଖୁଥିଲେ । ଖାତାରେ ମୋଟ ୨ ଲକ୍ଷ ୧୩ ହଜାର ୪୦୭ ଟଙ୍କା ଜମା ଥିଲା । ଦରକାର ପଡ଼ିବାରୁ ଟଙ୍କା ଉଠାଇବାକୁ ବ୍ୟାଙ୍କ୍‌ ଯାଇଥିଲେ । ଯାଞ୍ଚ ବେଳେ ଜଣାପଡିଥିଲା ପାସ୍‌ବୁକ୍‌ ଖାଲି । ବ୍ୟାଙ୍କ ଆକାଉଣ୍ଟରେ ସ୍ୱାମୀ ରାଜେନ୍ଦ୍ରଙ୍କ ମୋବାଇଲ୍‌ ଫୋନ୍‌ ନମ୍ବର ଦିଆଯାଇଥିଲା । ସେ ବୋଧହୁଏ ସବୁ ଟଙ୍କା ଉଠାଇ ଦେଇଛନ୍ତି । ଏହାକୁ ନେଇ ସେ ଏବଂ ତାଙ୍କ ବାପା ତ୍ରପତି ଖଡ଼ା ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି । 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.