ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ, ୧୦ ହଜାର ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଧରିଲା ଭିଜିଲାନ୍ସ ଟିମ୍
  • ||
  • ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ, ୮ ଦିନ ବସିବ ଅବକାଶକାଳୀନ ଅଦାଲତ
  • ||
  • ଆସନ୍ତା ୩୧ରେ ଆଇଟିଆଇ ନାମଲେଖା ଆବେଦନ ଶେଷ, ଜୁନ୍‌ ୬ରେ ପ୍ରଥମ ମେଧା ତାଲିକା
  • ||
  • ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ରାଜନୀତି, ୩୦ରେ ଆସ୍ଥା ପ୍ରମାଣିତ କରିବେ ରୋଜି
  • ||
  • ଯାଜପୁରରେ ଟାଟା କରିବ ୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
  • ||
  • କନ୍ଧମାଳ : ଗାଧେଇବା ବେଳେ ଅଘଟଣ, ପୋଖରୀରେ ବୁଡି ଶିଶୁ ମୃତ
  • ||
  • କେନ୍ଦୁଝର : ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ସ୍ଥାନୀୟଲୋକଙ୍କ ଦାବି
  • ||
  • Operation Sindoor; ଖୋଲିବ ପାକିସ୍ତାନ ପୋଲ୍, ୭ ସାଂସଦଙ୍କୁ ନେଇ ସର୍ବଦଳୀୟ ଟିମ୍‌ ଗଠନ
  • ||
  • ନୂଆପଡ଼ା: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେ​‌ଳେ​‌ ୧୫ ଗିରଫ, ୨୭ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ବରଗଡ଼: ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • ଗଞ୍ଜାମ : ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡା ଏବଂ ଠେଙ୍ଗା, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ: ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏ ଟଙ୍କାର କ୍ଷୟକ୍ଷତି, ବହୁ ଅତ୍ୟାଧୁନିକ ମେସିନ୍ ପୋଡ଼ି ପାଉଁଶ
  • ||
  • ଉପକୂଳରେ କଲବଲ କରୁଛି ଅସମ୍ଭାଳ ଗୁଳୁଗୁଳି, ୫ ଦିନ ଯାଏଁ ନିସ୍ତାର ନାହିଁ
  • ||
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||

ଯୁବ ଉତ୍ସବର କୃତୀ ପ୍ରତିିଭାଙ୍କୁ ମିଳୁନି ପୁରସ୍କାର ରାଶି; କଲ୍ଲୋଳ ପାଇଁ ପ୍ରତିଭାଙ୍କୁ ଭୁଲିଗଲା ପ୍ରଶାସନ

Published By : Bijay Swain | April 1, 2025 12:38 AM

ଜଗତସିଂହପୁର,୩୧/୩(ଆପ୍ର): ରାତି ପାହିଲେ ଜମିବ ଜିଲ୍ଲା ‘କଲ୍ଲୋଳ’ ମହୋତ୍ସବ । ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ କଲ୍ଲୋଳ ମହୋତ୍ସବର ଶୁଭାରମ୍ଭ ନେଇ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ । ଉଣା ଅଧିକେ ଏଥିନେଇ ସବୁ ବିଭାଗର ପ୍ରଶାସନିକ ଅଧିକ ଚଳଚଞ୍ଚଳ । ଆଶ୍ଚର୍ଯ୍ୟ, ପ୍ରଶାସନ ନିଜ କାର୍ଯ୍ୟବସ୍ତତାରେ ମାତି ଉଠିଥିବା ବେଳେ ଗତ ଡିସେମ୍ବର ମାସରେ ଅନୁଷ୍ଠିତ ଯୁବ ଉତ୍ସବର କୃତୀ ପ୍ରତିଭାଙ୍କ ପୁରସ୍କାର ରାଶି କଥାକୁ ଭୁଲି ଯାଇଛନ୍ତି । ଟଙ୍କା ପଠାଇବା ନିମନ୍ତେ ବ୍ୟାଙ୍କ ଜମାଖାତା ନମ୍ବରକୁ ମାଗି ନେଇ ଜିଲ୍ଲା ସଂସ୍କୃତି ବିଭାଗ ଏବେ ଏକପ୍ରକାର କନ୍ଦି କାଟୁଛି । ଆଜି କାଲି କହି ସମୟ ଗଡ଼ାଇ ଚାଲିଥିବାରୁ କୃତି ପ୍ରତିଭାମାନେ ହତାଶ ହୋଇପଡ଼ିଛନ୍ତି । 

ଦୁଇ ଦିନ ତଳେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭା ଗୃହରେ ଜିଲ୍ଲା ପ୍ରଶାସନ କଲ୍ଲୋଳ ମହୋତ୍ସବର ସଂପର୍କରେ ଆମୂଳଚୁଳ ବର୍ଣ୍ଣନା କରିଥିଲେ । ଉପସ୍ଥିତ ସାମ୍ବାଦିକଙ୍କୁ ଜିଲ୍ଲାପାଳ ଜେ. ସୋନାଲ କଲ୍ଲୋଳ ମହୋତ୍ସବ ଏବଂ ଓଡ଼ିଶା ଦିବସକୁ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଆସନ୍ତାକାଲି ଉଦ୍‌ଘାଟନ କରିବେ ବୋଲି ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ପଲ୍ଲୀଶ୍ରୀ ମେଳା ଆସନ୍ତାକାଲିଠାରୁ ୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଅବଗତ କରିଥିଲେ । ୫ ଦିନ ବ୍ୟାପୀ ଏହି ମହୋତ୍ସବର ୩ ତାରିଖରେ ତଥା ଜିଲ୍ଲା ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ଦିନ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଯୋଗଦେବେ । ଆସନ୍ତା ୫ ତାରିଖରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ୨ରେ ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ସମେତ ଅନ୍ୟ ଦିବସ ମାନଙ୍କରେ ମନ୍ତ୍ରୀ, ସାଂସଦ, ବିଧାୟକ, ପାରାଦୀପ ବନ୍ଦର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଆଇଓସିଏଲ୍‌ ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଅତିଥି ଭାବେ ଯୋଗଦାନ କରିବା ନେଇ ସହମତି ପ୍ରଦାନ କରିଛନ୍ତି । 

ମହୋତ୍ସବର ପ୍ରାରମ୍ଭରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହେବ । ପଲ୍ଲୀଶ୍ରୀ ମେଳାର ୨୦ଟି ଷ୍ଟଲ୍‌ରେ ଫୁଡ୍‌ କୋର୍ଟ ଆୟୋଜିତ ହେବ । ମେଳାରେ ସ୍ଥାନୀୟ ଓ ଅନ୍ୟ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦିତ ଜିନିଷ ବିକ୍ରୟ କରାଯିବ । ପ୍ରତ୍ୟେକ ଦିନ ସାଧାରଣ ସଭା ପୂର୍ବରୁ ସ୍ଥାନୀୟ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ୪ ତାରିଖରେ ବଲିଉଡ୍‌ ଗାୟକ ଜାଭେଦ ଅଲ୍ଲୀ ଓ ଟିମ୍‌ ରହିବେ ମୁଖ୍ୟ ଆକର୍ଷଣ । ଏହାବାଦ୍‌ ବିଭିନ୍ନ ଦିବସରେ ଓଲିଉଡ୍‌ର ପପୁ ପମ୍‌ପମ୍‌, ପ୍ରଜ୍ଞା ହୋତା, ରୁକ୍ସନାଙ୍କ କାର୍ଯ୍ୟକ୍ରମ ରହିଛି । ଲୋକ ସଙ୍ଗୀତ, ଲୋକନୃତ୍ୟ ମଧ୍ୟ ପରିବେଷଣ ହେବ । ପ୍ରଥମ ଦିନ ଓଡ଼ିଶୀ, ଘଟ ନୃତ୍ୟ ଏବଂ ଅନ୍ୟ ଦିନ ଗୁଡ଼ିକରେ ଆଦିବାସୀ ଢେମ୍‌ସା, ଲାବନୀ, ଘୁମୁରା, ବାଘ ନୃତ୍ୟ, ପାଇକ ଆଖଡ଼ା, କୁଚିପୁଡ଼ି, ପଞ୍ଜାବୀ ଭାଙ୍ଗଡ଼ା, ସାହିଯାତ, ଗୋଟିପୁଅ, ଢାପ ନୃତ୍ୟ ଆଦି ପରିବେଷଣ କରାଯିବ । 

ଜିଲ୍ଲା ମହୋତ୍ସବ ‘କଲ୍ଲୋଳ’ ଆରମ୍ଭରୁ ହିଁ ବିବାଦ ଲାଗି ରହିଛି । ଖାସ୍‌କରି ବିଭିନ୍ନ ଆୟୋଜନ(ଟେଣ୍ଟ, ସଭାମଞ୍ଚ, ପ୍ରଚାର ପ୍ରସାର ପାଇଁ ଫ୍ଲେକ୍ସ, ହୋର୍ଡ଼ିଂ, ଖାଦ୍ୟପେୟ ଆଦି) ନିମନ୍ତେ ଟେଣ୍ଡର ଆହ୍ୱାନ କରାଗଲା ନାହିଁ । ବରଂ ପାରାଦୀପ ବାଲିଯାତ୍ରାର ଟେଣ୍ଡର ଆଧାରରେ ଖର୍ଚ୍ଚ ହେବ ବୋଲି ଭିତିରିଆ ଯୋଜନା ଚାଲିଥିବା ଚର୍ଚ୍ଚାର ପରିଧିକୁ ଆସିଛି । ତା’ଛଡ଼ା ପ୍ରଥମେ କୁହାଗଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆ, ହଠାତ ମହୋତ୍ସବ ପାଇଁ ଷ୍ଟାଡିୟମକୁ ଚୂଡାନ୍ତ କରି ଦିଆଗଲା । ଯଦ୍ୱାରା ପ୍ରଥମ ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିବା ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ବରିଷ୍ଠ ନାଗରିକମାନେ ହଠାତ୍‌ ନିଷ୍ପତ୍ତିରେ ପରିବର୍ତ୍ତନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହା ପ୍ରଶାସନର ସ୍ୱେଚ୍ଛାଚାରିତା ବୋଲି କିଛି ବୁଦ୍ଧିଜୀବୀ ମତପୋଷଣ କରିବାକୁ ପଛାଇ ନଥିଲେ । ସାଂସ୍କୃତିକ ସବ୍‌ କମିଟି ସଦସ୍ୟ ଥାଇ ସୁଦ୍ଧା ବୈଠକକୁ ଆମନ୍ତ୍ରଣ କରାଯାଇ ନଥିବାର ଅଭିଯୋଗ ମଧ୍ୟ ଆଣି ସାରିଛନ୍ତି ବରିଷ୍ଠ ସମାଜସେବୀ ଦିପ୍ତି ଦାସ । ଅପରପକ୍ଷେ, ପାଖାପାଖି ୧୭ ବର୍ଷ ତଳେ ଜିଲ୍ଲା ସଂସ୍କୃତି ପରିଷଦ ଗଠନ ହୋଇଥିଲେ ସୁଦ୍ଧା ଇତିମଧ୍ୟରେ ପରିଷଦର ସଦସ୍ୟ ଥିବା ଅନେକ ବ୍ୟକ୍ତିବିଶେଷଙ୍କ ଦେହାନ୍ତ ହୋଇସାରିଥିବାରୁ ଏହାର ପୁନର୍ଗଠନ ଦାବି ସତ୍ତେ୍ୱ ତାହା କେତେଦୂର କାର୍ଯ୍ୟକାରୀ କରାଗଲା ସ୍ପଷ୍ଟ ଭାବେ ଜଣାପଡ଼ୁନି । ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲୀପ କୁମାର ଜେନା ଏସବୁ ପ୍ରସଙ୍ଗରେ ଚର୍ଚ୍ଚାର ଘେରରେ ରହି ଆସିଥିବା ବେଳେ ଗତ ଡିସେମ୍ବର ମାସର ଯୁବ ଉତ୍ସବକୁ ନେଇ ବିବାଦ ଘେରକୁ ଚାଲି ଆସିଛନ୍ତି । 

ଜିଲ୍ଲା ପ୍ରଶାସନ ଓ ନେହରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସଂସ୍କୃତି ଭବନରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ଜିଲ୍ଲାର ୧୫ରୁ ୨୯ ବର୍ଷୀୟ ପାଖାପାଖି ୪୦୦ ଯୁବକ, ଯୁବତୀମାନେ ଅଂଶଗ୍ରହଣ କରିଥିଲେ । ଓଡ଼ିଶୀ ନୃତ୍ୟଠାରୁ ଆରମ୍ଭ କରି ୧୧ ପ୍ରକାରର ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ମୋଟ ଉପରେ ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ୨୨ ଜଣ ପ୍ରତିଭା ରାଜ୍ୟସ୍ତରକୁ ମନୋନୀତ ହୋଇଥିଲେ । ଇଂରାଜୀ ରଚନା କ୍ଷେତ୍ରରେ ରାଜ୍ୟ ସ୍ତରକୁ ଯାଇଥିଲେ ସ୍ଥାନୀୟ ରସଲପୁର ଗ୍ରାମର ଅନନ୍ୟା ମହାନ୍ତି । ପ୍ରତିଭା ଚୟନ କ୍ଷେତ୍ରରେ ବିଚାରକମଣ୍ଡଳୀ ମଧ୍ୟ ନିଯୁକ୍ତ ହୋଇଥିଲେ । ପରିତାପର ବିଷୟ, ରାଜ୍ୟସ୍ତରକୁ ଚୟନ ହୋଇଥିବା ପ୍ରତିଭାଙ୍କୁ ପୁରସ୍କାର ରାଶି ପ୍ରଦାନର ବ୍ୟବସ୍ଥା ରହିଥିବା ସତ୍ତେ୍ୱ ଏହା ଅଦ୍ୟାବଧି ପ୍ରଦାନ କରାଯାଉନଥିବା ଅଭିଯୋଗ ଆଣିଛନ୍ତି ଅନନ୍ୟାଙ୍କ ବାପା ଦିପ୍ତି ମହାନ୍ତି । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଜେନା ମଧ୍ୟ କିଛି ପ୍ରତିଭା ପୁରସ୍କାର ରାଶି ପାଇବାକୁ ଅଛନ୍ତି ବୋଲି ସ୍ୱୀକାର କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.