ପ୍ରମୂଖ ଖବର
  • କଟକ : ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଜଣ: ଜଣେ ଉଦ୍ଧାର, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଭଦ୍ରକ : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ଗଭୀର ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • କଟକରେ ନକଲି ବିଦେଶୀ ମଦ କାରଖାନାରେ ଚଢାଉ: ବିପୁଳ ପରିମାଣର ସାମଗ୍ରୀ ଜବତ, ଜଣେ ଅଟକ
  • ||
  • ଭଦ୍ରକ ମେଡିକାଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀଙ୍କ ଜୀବନ
  • ||
  • ବାଲେଶ୍ୱର : ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଘୋଷଣା, ପତ୍ନୀଙ୍କୁ ସରକାରୀ ଚାକିରି
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ନାବାଳିକାଙ୍କୁ ବିବାହ କରି ଫସିଲେ ପୁଲିସ ଏସ୍‌ଆଇ: ଜଗତସିଂହପୁର ଥାନାରେ ମାମଲା ରୁଜୁ, ଫୋନ୍‌ ବନ୍ଦ କରି ବାବୁ ଗାଏବ

Published By : Prameya | April 24, 2025 10:48 AM

ଜଗତସିଂହପୁର,୨୪/୦୪: ନାବାଳିକାଙ୍କୁ ବିବାହ କରି ଆଇନ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି ଜଣେ ପୁଲିସ ସବ୍‌ଇନ୍ସପେକ୍ଟର । ବିବାହ ପରବର୍ତ୍ତୀ ସମୟରେ ନିର୍ଯାତନାର ଶିକାର  ହୋଇଥିବା ନାବାଳିକା ଆଇନର ଆଶ୍ରୟ  ନେଇଛନ୍ତି । ନାବାଳିକାଙ୍କ ମା’ ଏ ସଂକ୍ରାନ୍ତରେ ବୁଧବାର ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି ।  ସମ୍ବେଦନଶୀଳ ମାମଲା ହୋଇଥିବାରୁ ପୁଲିସ  ତତ୍କାଳ ପୀଡ଼ିତା ନାବାଳିକାଙ୍କ ବୟାନ ରେକର୍ଡ  କରିବା ସହ ତାଙ୍କୁ ଡାକ୍ତରୀ ମାଇନା ନିମନ୍ତେ  ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଛି ।   

ମିଳିଥିବା ଖବର ମୁତାବକ, ଜଗତସିଂହପୁର  ଥାନା ଅଞ୍ଚଳର ଏହି ନାବାଳିକାଙ୍କୁ ୧୫ ବର୍ଷ  ବୟସ ହୋଇଥିବା ସମୟରେ ସୋସିଆଲ୍‌ ମିଡିଆ  ମାଧ୍ୟମରେ ତାଙ୍କ ସହ ପରିଚିତ ହୋଇଥିଲେ  ବାଲେଶ୍ୱର ଜିଲ୍ଲା ରତେଇ ବାଲିଆପାଳ ଅଞ୍ଚଳର  ଜଣେ ପୁଲିସ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ।  ନିବିଡ଼ତା ବଢିବା ପରେ ସଂପୃକ୍ତ ନାବାଳିକାଙ୍କୁ  ନିଜ ପାଖକୁ କୌଣସିମତେ ସଂପୃକ୍ତ ଏସ୍‌ଆଇ  ନେଇ ଯାଇଥିଲେ। ପାଖାପାଖି ୨ ବର୍ଷ ଧରି ଉଭୟ  ଏକାଠି ରହିଥିଲେ । ବର୍ତ୍ତମାନ ପୀଡ଼ିତାଙ୍କ ବୟସ  ୧୭ ବର୍ଷ । ନାବାଳିକା ଏସ୍‌ଆଇଙ୍କ ପାଖରେ ରହିବା  ଭିତରେ ଉଭୟଙ୍କ ବିବାହ ସଂପନ୍ନ ହୋଇଥିଲା ।  ବିବାହ ପରେ ଉଭୟ ରାୟଗଡ଼ା, ଗୁଣୁପୁର ଆଦି  ସ୍ଥାନରେ ରହିଥିଲେ, ଶାରୀରିକ ସଂପର୍କ ରକ୍ଷା  କରିଥିଲେ । ପତ୍ନୀ ଭାବେ ଗ୍ରହଣ କରି ନାବାଳିକାଙ୍କୁ  ନିଜ ଘରକୁ ନେଇଥିଲେ ସଂପୃକ୍ତ ଏସ୍‌ଆଇ ।  

କୌଣସି କାରଣରୁ ଶାଶୂ ଘରେ ରହିବା  ସମୟରେ ମନୋମାଳିନ୍ୟ ବଢିଥିଲା । ପୀଡ଼ିତା  ନାବାଳିକାଙ୍କ ମା’ଙ୍କ ଅଭିଯୋଗ, ସେଠାରେ ଝିଅ ପ୍ରତି ଅତ୍ୟାଚାର କରାଯାଇଥିଲା । ନିର୍ଯାତନା  ବଢିବାରୁ ପୀଡ଼ିତା ସେଠାରୁ ଚାଲି ଆସିଥିଲେ ।  ଏବେ ପୀଡ଼ିତା ନାବାଳିକା ଭୁବନେଶ୍ୱରରେ ଜଣେ ସଂପର୍କୀୟାଙ୍କ ଘରେ ରହୁଛନ୍ତି । ସଂପୃକ୍ତ  ଏସ୍‌ଆଇ ପୁରୀ ଜିଲ୍ଲାରେ କାର୍ଯ୍ୟ କରୁଥିବା  ଚର୍ଚ୍ଚାର ପରିଧିକୁ ଆସିଛି । ଜଗତସିଂହପୁର ପୁଲିସ ଏହି ମାମଲାରେ ସଂପୂର୍ଣ୍ଣ ନିରବତା  ଅବଲମ୍ବନ କରୁଥିବାରୁ ଅଧିକ ତଥ୍ୟ ମିଳିପାରି  ନାହିଁ । ତେବେ ପୀଡ଼ିତା ନାବାଳିକା ନିଜ ମା’ଙ୍କ ସହ ଥାନାର ଦ୍ୱାରସ୍ଥ ହେବାର ସୁରାକ୍‌ ପାଇ  ସଂପୃକ୍ତ ଏସ୍‌ଆଇ ମୋବାଇଲ୍‌ ଫୋନ୍‌ ବନ୍ଦ  କରି ଗାଏବ ହୋଇଯାଇଥିବା କୁହାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.