ଭୁବନେଶ୍ଵର, ୨୪/୦୪ : ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଅଟୋ ଚାଳକ ଗଣେଶ ସାହୁ ହତ୍ୟା ମାମଲା। ୧୮ ବର୍ଷ ପ୍ରକାଶ ପାଇଲା ରାୟ। ଅଭିଯୁକ୍ତ ମଉଜ ଓରଫ ସତୀଶ ମିଶ୍ରକୁ ଆଜୀବନ ଜେଲଦଣ୍ଡ ଶୁଣାଇଲେ ଜିଲ୍ଲା ଦୌରା ଜଜ।
ସୂଚନାନୁଯାୟୀ, ୨୦୦୬ ଅକ୍ଟୋବର ୬ ତାରିଖରେ ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଅଟୋ ଚାଳକ ଗଣେଶ ସାହୁଙ୍କୁ ହତ୍ୟା କରାଯାଇଥିଲା। ପୂର୍ବରୁ ଏହି ମାମଲାରେ ୫ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୨୦୧୧ରେ ସୀମାଞ୍ଚଳ ବେହେରା, ହରି ବେହେରା, କାଳିଆ ବେହେରା, ପୂର୍ଣ୍ଣ ବେହେରା ଓ ୨୦୨୩ରେ ଶଙ୍କର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଜିଲ୍ଲା ଦୌରା ଜଜ। ୧୮ ବର୍ଷ ପରେ ଆଜି ଜିଲ୍ଲା ଦୌରା ଜଜ ୧୬ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି ଅନ୍ୟତମ ଅଭିଯୁକ୍ତ ମଉଜ ଓରଫ ସତୀଶ ମିଶ୍ରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଏହି ଖବରଟିକୁ ପଢନ୍ତୁ-ଫାଇନାନ୍ସ କମ୍ପାନୀରୁ ଋଣ ଆଣିଥିଲେ, କିସ୍ତି ଫେରାଇବାକୁ ତାଗିଦ୍ କରିବାରୁ ଝୁଲିପଡ଼ିଲେ