ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଫାଇନାନ୍ସ କମ୍ପାନୀରୁ ଋଣ ଆଣିଥିଲେ, କିସ୍ତି ଫେରାଇବାକୁ ତାଗିଦ୍ କରିବାରୁ ଝୁଲିପଡ଼ିଲେ

Published By : Rasmita Pradhan | April 24, 2025 1:50 PM

ଭୁବନେଶ୍ଵର, ୨୪/୦୪ : ଫାଇନାନ୍ସ କମ୍ପାନୀରୁ ଟଙ୍କା ଆଣିଥିଲେ, ଋଣ ସୁଝି ନପାରି ମହିଳାଙ୍କ ଆତ୍ମହତ୍ୟା। କପ୍ତିପଦା ଥାନା ପିଙ୍ଗୁ ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଗୀତାଞ୍ଜଳି ସୁରୁଳିଆ। 

ସୂଚନାନୁଯାୟୀ, ପିଙ୍ଗୁ ଗ୍ରାମର ଗୀତାଞ୍ଜଳି ସୁରୁଳିଆ ଖୁଣ୍ଟା ଅଞ୍ଚଳର ୨ଟି ଫାଇନାନ୍ସ କମ୍ପାନୀରୁ ୩ଟି କିସ୍ତିରେ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଋଣ ଆଣିଥିଲେ। ଋଣ ଆଣିବା ପରେ ସେହି ଟଙ୍କାକୁ ଗାଁର ରଞ୍ଜିତା ବେହେରାଙ୍କୁ ଦେଇଥିଲେ। ଟଙ୍କା ଫେରାଇବାକୁ ପ୍ରତିଶୃତି ଦେଇଥିବା ରଞ୍ଜିତା ପରବର୍ତ୍ତୀ ସମୟରେ ଫେରାର୍ ହୋଇଯାଇଥିଲେ। ଯାହାଫଳରେ ଫାଇନାନ୍ସ କମ୍ପାନୀ କିସ୍ତି ଫେରସ୍ତ ପାଇଁ ଗୀତାଞ୍ଜଳିଙ୍କୁ ତାଗିଦ୍ କରିଥିଲେ। ହେଲେ ଟଙ୍କା ସୁଝିବା ପାଇଁ ଗୀତାଞ୍ଜଳି ଅସମର୍ଥ ଥିଲେ। ଯାହାକୁ ନେଇ ସେ ମାନସିକ ଚାପରେ ରହୁଥିଲେ। ଗୁରୁବାର ସକାଳେ ଘର ନିକଟରେ ଥିବା ଗଛରେ ଫାଶୀ ଲଗାଇ ଝୁଲି ପଡିଥିଲେ। ଏହି ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।   

ଏହି ଖବରଟିକୁ ପଢନ୍ତୁ-ପୋଖରୀରେ ଗାଧୋଇବା ବେଳେ ଅଘଟଣ, ଗଭୀର ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.