ଭୁବନେଶ୍ଵର, ୨୪/୦୪ : ଅଗ୍ନିକାଣ୍ଡ ଯୋଗୁଁ ଜଳିଗଲା ଚାରି ବଖରା ଘର। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ। ସିମୁଳିଆ ଥାନା ଅନ୍ତର୍ଗତ ଆନନ୍ଦପୁର ଗ୍ରାମରେ ଏହି ଅଘଟଣ ଘଟିଛି। ଗାଁର ବିଜୟ କୁମାର ଦାସଙ୍କ ଘରେ ନିଆଁ ଲାଗି ଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସୂଚନାନୁଯାୟୀ, ଆନନ୍ଦପୁର ଗାଁର ବିଜୟ କୁମାର ଦାସଙ୍କ ପରିବାର ଲୋକ ନଥିବା ବେଳେ ଘରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡ ଘଟି ଘରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।
ଏହି ଖବରଟିକୁ ପଢନ୍ତୁ-ଫାଇନାନ୍ସ କମ୍ପାନୀରୁ ଋଣ ଆଣିଥିଲେ, କିସ୍ତି ଫେରାଇବାକୁ ତାଗିଦ୍ କରିବାରୁ ଝୁଲିପଡ଼ିଲେ