ପ୍ରମୂଖ ଖବର
  • କଟକ : ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଜଣ: ଜଣେ ଉଦ୍ଧାର, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଭଦ୍ରକ : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ଗଭୀର ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • କଟକରେ ନକଲି ବିଦେଶୀ ମଦ କାରଖାନାରେ ଚଢାଉ: ବିପୁଳ ପରିମାଣର ସାମଗ୍ରୀ ଜବତ, ଜଣେ ଅଟକ
  • ||
  • ଭଦ୍ରକ ମେଡିକାଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀଙ୍କ ଜୀବନ
  • ||
  • ବାଲେଶ୍ୱର : ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଘୋଷଣା, ପତ୍ନୀଙ୍କୁ ସରକାରୀ ଚାକିରି
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

କଟକରେ ନକଲି ବିଦେଶୀ ମଦ କାରଖାନାରେ ଚଢାଉ: ବିପୁଳ ପରିମାଣର ସାମଗ୍ରୀ ଜବତ, ଜଣେ ଅଟକ

Published By : Harapriya Sethi | April 24, 2025 12:23 PM

ଭୁବନେଶ୍ୱର, ୨୪/୦୪: କଟକରେ ନକଲି ବିଦେଶୀ ମଦ କାରଖାନାରେ ଅବକାରୀ ବିଭାଗର ରେଡ୍‌ । ଜବତ ହେଲା ବିପୁଳ ପରିମାଣର ନକଲି ବିଦେଶୀ ମଦ । ରାତି ଅଧିଆ ଚଢାଉ କରି ଜବତ କଲା ଅବକାରୀ ବିଭାଗ । ଏହି ଚଢାଉରେ ୨୭ଟି ବିଦେଶୀ ମଦ ବୋତଲ ସହ ୧୯ ବୋତଲ ଦେଶୀ ମଦ ଜବତ ହୋଇଛି । ଏଥି ସହିତ ମଦ ପ୍ରସ୍ତୁତ ପାଇଁ ଥିବା ୫୬୦ଲିଟର ସ୍ପିରିଟ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଅବକାରୀ ବିଭାଗ ।

ସୂଚନା ମୁତାବକ, କଟକ ଚୌଦ୍ୱାର ଅଞ୍ଚଳରେ ଦୀର୍ଘ ୩ ମାସ ଧରି ଏକ ଭଡ଼ା ଘରେ ଚାଲିଥିଲା ଏହି ବେଆଇନ ମଦ ଫ୍ୟାକ୍ଟ୍ରି । ଏହି ଫ୍ୟାକ୍ଟ୍ରିରେ ମଦ ପ୍ରସ୍ତୁତ ହୋଇ କଟକ ଏବଂ ଯାଜପୁର ଅଞ୍ଚଳରେ ବିକ୍ରି ହେଉଥିଲା । ଏନେଇ ଏକ ବିଶେଷ ସୂତ୍ରକୁ ଖବର ପାଇଥିଲା ଅବକାରୀ ବିଭାଗ । ଖବର ପାଇ ବୁଧବାର ରାତି ଅଧରେ ଅତର୍କିତ ଚଢାଉ କରିଥିଲା ଅବକାରୀ ବିଭାଗ । ଏହି ଚଢାଉରେ ମୋଟ ୨୭ ବୋତଲ ବିଦେଶୀ ମଦ ସହ ୧୯ ବୋତଲ ଦେଶୀ ମଦ ଜବତ ହୋଇଛି । ମଦ ପ୍ରସ୍ତୁତ କରିବା ପାଇଁ ରଖାଯାଇଥିବା ୫୬୦ଲିଟର ସ୍ପିରିଟ୍‌ ମଧ୍ୟ ଜବତ ହୋଇଛି । ୬୯ ହଜାର ମଦ ବୋତଲ ଠିପି ସହ ୧ ଲକ୍ଷ ୬୧ ହଜାର ମଦ କମ୍ପାନୀ ଲେବୁଲ ଜବତ ହୋଇଛି । ୬୩୦୦ ଅବକାରୀ କ୍ୟୁଆର କୋର୍ଡ ସହ ୬୫୦୦ ଖାଲି ବୋତଲ ଜବତ ହୋଇଛି । ଏଥି ସହିତ ଗୋଟିଏ ମଦ  ପ୍ୟାକିଙ୍ଗ ମେସିନ ଜବତ କରିଛି ଅବକାରୀ ବିଭାଗ । ଏହି ଚଢାଉ ପରେ ଫ୍ୟାକ୍ଟ୍ରି ଚଳାଉଥିବା ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.