ପ୍ରମୂଖ ଖବର
  • କଟକ : ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଜଣ: ଜଣେ ଉଦ୍ଧାର, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଭଦ୍ରକ : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ଗଭୀର ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • କଟକରେ ନକଲି ବିଦେଶୀ ମଦ କାରଖାନାରେ ଚଢାଉ: ବିପୁଳ ପରିମାଣର ସାମଗ୍ରୀ ଜବତ, ଜଣେ ଅଟକ
  • ||
  • ଭଦ୍ରକ ମେଡିକାଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀଙ୍କ ଜୀବନ
  • ||
  • ବାଲେଶ୍ୱର : ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଘୋଷଣା, ପତ୍ନୀଙ୍କୁ ସରକାରୀ ଚାକିରି
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ବାରା ୧୧୯୧.୪୭ କୋଟିର ଅକ୍ଷୟ ଶକ୍ତି ପ୍ରକଳ୍ପ ଅନୁମୋଦିତ

Published By : Prameya | April 24, 2025 5:31 PM

ଭୁବନେଶ୍ବର,୨୪।୪ ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ଆଧାରରେ ଦଶମ ସିଙ୍ଗଲ୍ ୱିଣ୍ଡୋ କମିଟି (ଏସ୍.ଡବ୍ଲ୍ୟୁ.ସି)ର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ   ସଚିବ  ବିଶାଲ କୁମାର ଦେବ  ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ୧୧୯୧.୪୭  କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ  ଅନୁମୋଦନ ମିଳିଛି । ଏହି ଦଶମ ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ବାରା ଅନୁମୋଦିତ ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି ୯୫୭ ମେଗାଓ୍ବାଟ କ୍ଷମତାର ୨ଟି ପବନ ଶକ୍ତି ପ୍ରକଳ୍ପ, ୫୩.୯୭ ମେଗାଓ୍ବାଟ କ୍ଷମତାର ୪ଟି ଭୂମି ଆଧାରିତ ସୌର ଶକ୍ତି ପ୍ରକଳ୍ପ ଓ ୦.୬ ମେଗାଓ୍ବାଟ କ୍ଷମତାର ପ୍ରଥମ ବ୍ୟାଟେରୀ ଷ୍ଟୋରେଜ୍ ପ୍ରକଳ୍ପ ।

ଏହି ପ୍ରକଳ୍ପଗୁଡିକ ମାଧ୍ୟମରେ ଓଡ଼ିଶାରେ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଥିବା ପ୍ରାକୃତିକ ସମ୍ଭାବନା ଗୁଡିକର ସଦବ୍ୟବ‌ହାର ହୋଇପାରିବ । ତା’ ସଙ୍ଗେ ସଙ୍ଗେ ରାଜ୍ୟ ଅକ୍ଷୟ ଶକ୍ତି ନୀତି-୨୦୨୨ ଅନ୍ତର୍ଗତ ଲକ୍ଷ୍ୟଗୁଡ଼ିକ ପୂରଣ ପାଇଁ ମଧ୍ୟ ଏହା ସହାୟକ ହେବ । ଏହି ଅବସରରେ ସଚିବ ବିଶାଳ  ଦେବ  ସ୍ଥାୟୀ ଅର୍ଥନୈତିକ ପ୍ରଗତି ନିମନ୍ତେ ଅକ୍ଷୟ ଶକ୍ତିର ମହତ୍ବ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ । ପୁଞ୍ଜି ନିବେଶକୁ ସୁଗମ କରିବା ଏବଂ ଅନୁମୋଦିତ ପ୍ରକଳ୍ପ ଗୁଡିକର ଠିକ ସମୟରେ କାର୍ଯ୍ୟ କାରିତାକୁ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ ।

ନବମ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ଅନୁମୋଦିତ ହୋଇଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଥିଲା । ଏଥିରେ ରାଜ୍ୟ ଶକ୍ତି ବିଭାଗ, ଜଳ ସଂପଦ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଗ୍ରିଡକୋ, ଓପିଟିସିଏଲ୍, ଓଏଚପିସି ତଥା ବିଦ୍ୟୁତ ବିତରଣ କମ୍ପାନୀ ସମୂହର ବିଭିନ୍ନ ବରିଷ୍ଠ ଅଧିକାରୀ ଙ୍କ ସମେତ ସର୍ବୋଚ୍ଚ ଯନ୍ତ୍ରୀ (ବୈଦ୍ୟୁତିକ) ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ରାଜ୍ୟ ସରକାରଙ୍କ ସକ୍ରିୟ ନୀତି ଏବଂ ଶୃଙ୍ଖଳିତ ପ୍ରକ୍ରିୟା ଆଧାରରେ, ରାଜ୍ୟ ଶକ୍ତି ବିଭାଗର ସିଙ୍ଗଲ୍ ୱିଣ୍ଡୋ କମିଟି ଏବଂ ଅକ୍ଷୟ ଶକ୍ତି ନୋଡାଲ ଏଜେନ୍ସି ଗ୍ରିଡକୋ ମାଧ୍ଯମରେ, ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ବଢିଛି ଏବଂ ଏକ ଅଧ‌ିକ ଆତ୍ମନିର୍ଭରଶୀଳ ଓଡିଶା ପାଇଁ ପଥ ପରିଷ୍କାର ହୋଇଚାଲିଛି। ଏ ଯାଏଁ ଅକ୍ଷୟଶକ୍ତି କ୍ଷେତ୍ରରେ ମୋଟ  ୧୭୦୭.୫୬ ମେଗାୱାଟ କ୍ଷମତା ସଂପନ୍ନ ପ୍ରକଳ୍ପ ଲାଗି ୧୨,୩୮୭.୩୬ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପାଇଁ ସିଙ୍ଗଲ୍ ୱିଣ୍ଡୋ କମିଟି ନୀତିଗତ ଅନୁମୋଦନ ପ୍ରଦାନ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.