ପ୍ରମୂଖ ଖବର
  • କଟକ : ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଜଣ: ଜଣେ ଉଦ୍ଧାର, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଭଦ୍ରକ : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ଗଭୀର ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • କଟକରେ ନକଲି ବିଦେଶୀ ମଦ କାରଖାନାରେ ଚଢାଉ: ବିପୁଳ ପରିମାଣର ସାମଗ୍ରୀ ଜବତ, ଜଣେ ଅଟକ
  • ||
  • ଭଦ୍ରକ ମେଡିକାଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀଙ୍କ ଜୀବନ
  • ||
  • ବାଲେଶ୍ୱର : ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଘୋଷଣା, ପତ୍ନୀଙ୍କୁ ସରକାରୀ ଚାକିରି
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା ଶିମିଳିପାଳ

Published By : Prameya | April 24, 2025 9:24 PM

ଭୁବନେଶ୍ବର,୨୪।୪ : ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା। ଏହା ରାଜ୍ୟର ୨ୟ ଜାତୀୟ ଉଦ୍ୟାନ ହୋଇଥିବା ବେଳେ ଦେଶର ୧୦୭ତମ ସ୍ଥାନ ରେ ରହିଛି। ୨୭୫୦ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରୁ ମାତ୍ର ୮୪୫.୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବରେ ଘୋଷଣା କରାଯାଇଛି। 

ଏହା ଶିମିଳିପାଳର ପଳପଳା ନଦୀର ଉତ୍ତର ଅବବାହିକାରୁ ଆରମ୍ଭ ହୋଇ ଦକ୍ଷିଣ କୁ କାଲିପାହାଡ ପାହାଡ଼ ପର୍ଯ୍ୟନ୍ତ, ଉତ୍ତରପୂର୍ବ ସୀମା ସୀତକୁଣ୍ଡ ଠାରୁ ସୁନପୋଖରୀ ପାହାଡ଼ ଯାଏଁ ପରିବ୍ୟାପ୍ତ ରହିବ। ସେହିପରି ଦକ୍ଷିଣ ପଶ୍ଚିମ ସୀମା ଭାବରେ ଗୁରୁସଦର ପାହାଡ଼ ଠାରୁ ମୁରାରୀ ପର୍ବତ ଯାଏଁ ଚିହ୍ନିତ ହୋଇଛି। ସେହିଠାରୁ ପୁଣି ପଶ୍ଚିମକୁ ବେଲପାଣି ନାଳ ଠାରୁ ଧୁଣ୍ଡୁବସା ଜଳପ୍ରପାତ ପର୍ଯ୍ୟନ୍ତ ରହିଛି। ସେହିପରି ଜାତୀୟ ଉଦ୍ୟାନ ର ପରିସୀମା ଭିତରେ ସଂଜନାଳ, ଦଲକି ନଦୀ, ଦେବକୁଣ୍ଡ, ବୁଢ଼ାବୁଢ଼ୀ ପାହାଡ଼,ର ଅଞ୍ଚଳ ଦେଇ ଦକ୍ଷିଣପୂର୍ବ ସୀମା ରହିଛି। ଦକ୍ଷିଣକୁ ଟାଙ୍ଗି ପାହାଡ଼, ବନିଆପଡ଼ା ନଦୀ ଦେଇ ପଶ୍ଚିମକୁ ମଙ୍କଡିଆ ପାହାଡ଼ ଦେଇ ନଛିପୁର ଓ ଭଞ୍ଜବସା ସହିତ ସଂଯୋଗ ହୋଇଛି। 

ତେବେ ବର୍ତ୍ତମାନ ଶିମିଳିପାଳର କେବଳ କୋର୍ ଏରିଆକୁ ଜାତୀୟ ଉଦ୍ୟାନ ର ମାନ୍ୟତା ଦିଆଯାଇଛି ବେଳେ ଏହାର ଏକ ଅଲଗା ପରିସୀମା ଚିହ୍ନଟ କରାଯିବ। ହେଲେ ପୁରା ଶିମିଳିପାଳରେ ଯେଭଳି ଆଗରୁ ସମସ୍ତ ପ୍ରକାର ନିୟମ କାନୁନ୍ କଡାକଡି ରଖାଯାଇଥିଲା ସେହିଭଳି ନିୟମ ବଳବତ୍ତର ରହିବ। ଜୀବଜନ୍ତୁ ସଂଖ୍ୟାକୁ ଶୀଘ୍ର ବୃଦ୍ଧି କରିବା ପ୍ରଧାନ ଲକ୍ଷ୍ୟ ରହିବା ସହିତ ସେହି ଅଞ୍ଚଳର ଅଧିବାସୀ ମାନେ କିଭଳି ଜାତୀୟ ଉଦ୍ୟାନ ସହିତ ଯୋଡ଼ି ହେବା ସହିତ ଆର୍ଥିକ କ୍ଷେତ୍ରରେ ଉନ୍ନତ ହେବେ ତାହା ଉପରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଶିମିଳିପାଳର ଉପ ନିର୍ଦେଶକ  ସମ୍ରାଟ ଗୌଡା  କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.