ପ୍ରମୂଖ ଖବର
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ବିଜେଡି ନେତା ଭୂପିନ୍ଦର ସିଂଙ୍କ ବଡ଼ ବୟାନ, କହିଲେ 'ମୁଁ ଗୋଟେ ଭଲ ପ୍ଲେୟାର୍, ମୋତେ କଂଗ୍ରେସରୁ ଅଫର୍ ଆସିଲାଣି'

Published By : Rasmita Pradhan | May 17, 2025 2:23 PM

ଭୁବନେଶ୍ୱର, ୧୭/୦୫ : କଂଗ୍ରେସ ଆଡ଼କୁ ଢଳୁଛନ୍ତି କି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ ? ଘର ବାହୁଡ଼ିବେ କି ଭୂପିନ୍ଦର ? ବିଜେଡି ନେତାଙ୍କ ଆଇପିଏଲ୍ ଉଦାହରଣକୁ ନେଇ ରାଜ୍ୟ ରାଜନୀତିରେ ଜୋର ଧରିଲା ଚର୍ଚ୍ଚା। ସେ କହିଛନ୍ତି ଯେ, ଏବେ IPL ଚାଲିଛି, ଭଲ ପ୍ଲେୟାର୍‌ଙ୍କୁ ସମସ୍ତେ ନେବାକୁ ଚାହିଁବେ। ମୁଁ ଗୋଟେ ଭଲ ପ୍ଲେୟାର୍, ମୋ ପାଖରେ ସମର୍ଥନ ଅଛି। ଏବେ ମୋତେ କଂଗ୍ରେସରୁ ଅଫର୍ ଆସିଲାଣି। ୨୪ ନର୍ବାଚନରେ ବିଜେପି ଅଫର୍ ଦେଇଥିଲା, ଏବେବି ଦେଉଛନ୍ତି। ତେବେ କଂଗ୍ରେସକୁ ଫେରିବା ନେଇ ପଚାରିବାରୁ ସେ ସିଧା ଉତ୍ତର ନଦେଇ କହିଛନ୍ତି ଯେ ଭବିଷ୍ୟତକୁ କାହିଁକି ଯାଉଛ, ଆଜିରେ ବିଶ୍ୱାସ କର ? 


ବିଜେଡି ସାଙ୍ଗଠନିକ କମିଟିରୁ ଭୂପିନ୍ଦର ବାଦ ପଡିବା ପରେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଏନେଇ ପଚାରିବାରୁ ସେ କହିଛନ୍ତି ଯେ, ମୋତେ କାହିଁକି କମିଟିରେ ନେଲେନି ସେ କଥା ଦଳ କହିପାରିବ, ମୁଁ ଜାଣିନି ପଦ ପାଇଁ ବି କିଛି ନେତା ଅସନ୍ତୁଷ୍ଟ ଥିବା ଗଣମାଧ୍ୟମରେ କୁହାଯାଉଛି। ମୁନ୍ନା ଖାଁ ପଦକୁ ନେଇ ଖପ୍ପା ଥିବା ଗଣମାଧ୍ୟମରୁ ଶୁଣିବାକୁ ପାଇଲି। ବିଜେଡିରେ ଢାଞ୍ଚାଗତ ପରିବର୍ତ୍ତନ ହୋଇନଥିବା ଲୋକଙ୍କ ମଧ୍ୟରେ ଧାରଣା ସୃଷ୍ଟି ହୋଇଛି। 

ଭୂପିନ୍ଦର କହିଛନ୍ତି ଯେ, ମୁଁ ସବୁବେଳେ ଖୁସି। ଲୋକଙ୍କ ଆଶୀର୍ବାଦ ସବୁବେଳେ ମୋ ପାଖେ ଅଛି। ବିଧାୟକ ନଥିଲେ ବି ଅଧିକ ସମ୍ମାନ ପାଉଛି। ବରିଷ୍ଠ ନେତା କଣ ମେଳି କରି କଣ ଦଳ ବିରୋଧୀ କାର୍ଯ୍ୟ କରିଥିଲେ କି ? ସେମାନଙ୍କ ଭିତରୁ ବି ଅନେକ କମିଟିରେ ଅଛନ୍ତି। ସବୁ ନିଷ୍ପତ୍ତି ନବୀନ ବାବୁ ନିଅନ୍ତୁ ବୋଲି ଆମେ ପରାମର୍ଶ ଦେଇଥିଲୁ। ସାଧାରଣରେ ଅନେକ ଚର୍ଚ୍ଚା ହେଉଛି। ବିଜେଡିରେ ବିଶେଷ କିଛି ଢାଞ୍ଚାଗତ ପରିବର୍ତ୍ତନ ହୋଇନାହିଁ ବୋଲି ବିଜେଡିର ଧାରଣା ରହିଛି। ଏହା ଉପରେ ଯଦି ସମ୍ପୂର୍ଣ୍ଣ ଭାବେ ଦଳ ବିଚାର ନକରେ ତେବେ ଆସନ୍ତା ଦିନରେ ଦଳ ପାଇଁ ଭଲ ହେବନି। 


କଂଗ୍ରେସ ଯୋଗାଯୋଗରେ ଅନେକ ନେତା

ସେପଟେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ବର୍ତ୍ତମାନ ଏକମାତ୍ର ବିକଳ୍ପ। କାରଣ ବିଜେଡି ଓ ବିଜେପି ଏକ। ଆମେ ଦଳ ଛାଡିଥିବା ପୁରୁଖା ନେତାଙ୍କୁ ଘରକୁ ଫେରିବାକୁ ଆହ୍ଵାନ ଦେଇଛୁ। ଭୂପିନ୍ଦର ସିଂହ ନିଜେ ଅନୁଭବ କଲେଣି ଯେ କଂଗ୍ରେସ ପ୍ରସଙ୍ଗକୁ ନେଇ ଲଢେଇ କରୁଛି। ଭବିଷ୍ୟତରେ ଓଡ଼ିଶାରେ କଂଗ୍ରେସ ସରକାର କରିବ। ଆମେ ଅନେକ ନେତାଙ୍କୁ ଯୋଗାଯୋଗ କରିଛୁ। ଅନେକ ବି ଆମ ସମ୍ପର୍କରେ ଅଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.