ପ୍ରମୂଖ ଖବର
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ତିରୁପତିଙ୍କ ଶରଣରେ ଶିଳ୍ପପତି ସଞ୍ଜୀବ ଗୋଏଙ୍କା, ଦାନ କଲେ ୩ କୋଟି ୬୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର

Published By : Ankita S | May 17, 2025 9:51 AM

ନୂଆଦିଲ୍ଲୀ,୧୭/୦୫: ତିରୁପତିଙ୍କ ଶରଣରେ ବିଶିଷ୍ଟ ଶିଳ୍ପପତି ସଞ୍ଜୀବ ଗୋଏଙ୍କା । ତିରୁମାଳା ତିରୁପତିଙ୍କୁ ଦର୍ଶନ କରିବା ସହିତ ମନ୍ଦିରକୁ ୫ କେଜିରୁ ଅଧିକ ସୁନା ଅଳଙ୍କାର ଦାନ କରିଛନ୍ତି । କୋଲକାତାର ବିଶିଷ୍ଟ ଶିଳ୍ପପତି ତଥା ଆଇପିଏଲ୍ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଫ୍ରାଞ୍ଚାଇଜ ମାଲିକ ସଞ୍ଜୀବ ଗୋଏଙ୍କା । ଭଗବାନ୍ ଭେଙ୍କଟେଶ୍ୱରଙ୍କୁ ହୀରା ଖଚିତ ସ୍ୱର୍ଣ୍ଣ ନିର୍ମିତ କଟି ଓ ବରଦା ହସ୍ତ ଦାନ କରିଛନ୍ତି  । ଯାହାର ମୂଲ୍ୟ ପ୍ରାୟ ୩ କୋଟି ୬୩ ଲକ୍ଷ ଟଙ୍କା ହେବ ।

ପରିବାର ସହ ପ୍ରଥମେ ଭଗବାନ ଭେଙ୍କଟେଶ୍ୱରଙ୍କୁ ଦର୍ଶନ କରିଥିଲେ ସଞ୍ଜୀବ ଗୋଏଙ୍କା । ମନ୍ଦିର ଚତୁଃପାର୍ଶ୍ୱ ବୁଲିବା ସହ ତିରୁପତିଙ୍କ ଆର୍ଶୀବାଦ ନେଇଥିଲେ । ଏହାପରେ ମନ୍ଦିର ଭିତର ରଙ୍ଗନାୟକୁଲା ମଣ୍ଡପମରେ ଆନୁଷ୍ଠାନିକ ଭାବେ ଟିଟିଡି ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭେଙ୍କେୟା ଚୌଧୁରୀ ଓ ପଜୂକଙ୍କୁ ସୁନା ଅଳଙ୍କାର ଦାନ କରିଥିଲେ । ସୁନାର ଓଜନ ପ୍ରାୟ ୫ କେଜି ୨୬୭ କିଲୋଗ୍ରାମ ହେବ । ସ୍ୱତନ୍ତ୍ର ପୂଜାରେ ଏହି ସମସ୍ତ ଅଳଙ୍କାରରେ ସଜେଇ ହେବେ ଭଗବାନ ତିରୁପତି । 

ଅଧିକ ପଢନ୍ତୁ...ପାକିସ୍ତାନ ଭଳି ‘ଜଳ ସଙ୍କଟ’ର ସମ୍ମୁଖୀନ ହେଉଛି ତୁର୍କୀ, ପାଣି ଉପରେ ଶୁଳ୍କ ବଢ଼ାଇଲେ ସରକାର

କହି ରଖୁଛୁ କି, ଚଳିତ ଆଇପିଏଲ୍ ସିଜନ ୧୮ରେ ସଞ୍ଜୀବ ଗୋଏଙ୍କାଙ୍କ ଦଳ ଲକ୍ଷ୍ନୌ ସୁପରଜାଏଣ୍ଟସ ୧୧ଟା ମ୍ୟାଚ ଖେଳି ୫ଟି ଜିତିଛି । ୬ଟିରେ ପରାସ୍ତ ହୋଇଛି । ପଏଣ୍ଟ ଟେବୁଲ ସପ୍ତମ ସ୍ଥାନରେ ରହିଛି ଋଷବ ପନ୍ତଙ୍କ ନେତୃତ୍ୱାଧୀନ ସୁପରଜାଏଣ୍ଟସ । ପନ୍ତଙ୍କୁ ୨୭ କୋଟି ଟଙ୍କାରେ କିଣିଥିଲା ଲକ୍ଷ୍ନୌ । ଅକ୍ସନରେ ସବୁଠୁ ଦାମୀ ଖେଳାଳି ଥିଲେ । ହେଲେ ତାଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଖାଲି ସେତିକି ନୁହେଁ କ୍ୟାପ୍ଟେନ୍ସିଂରେ ବି ବିଫଳ ହୋଇଛନ୍ତି ପନ୍ତ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.