ପ୍ରମୂଖ ଖବର
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ

Published By : Prameya | May 17, 2025 7:56 AM

ବେଙ୍ଗାଲୁରୁ,୧୭/୦୫: ୧୦ଦିନର  ବ୍ୟବଧାନ ପରେ ଆରମ୍ଭ ହେବାକୁ ଯାଉଛି  ଆଇପିଏଲ୍‌ର ବଳକା ଭାଗ । ମେ ୭ ତାରିଖରେ କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନାଇ  ସୁପରକିଙ୍ଗ୍‌ସ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା ।  ସୁପରକିଙ୍ଗ୍‌ସ ୨ ୱିକେଟ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ୮ ତାରିଖରେ ପଞ୍ଜାବ କିଙ୍ଗ୍‌ସ  ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଧର୍ମଶାଳାରେ  ମ୍ୟାଚ୍‌ ଖେଳାଯାଉଥିବାବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଯୋଗୁଁ ମ୍ୟାଚ୍‌ ଅଧାରୁ  ବନ୍ଦ କରାଯାଇଥିଲା ଓ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ  ରଖାଯାଇଥିଲା । ପରିସ୍ଥିତି ସ୍ୱାଭାବିକ ହେବା ପରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ  ନାଇଟ୍‌ ରାଇଡର୍ସ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଉଭୟ ଦଳ ଇତି ମଧ୍ୟରେ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ରେ  ଅଭ୍ୟାସ କରିଛନ୍ତି । 

୫୭ଟି ମ୍ୟାଚ୍‌ ଶେଷ ହେବା ପରେ ମଧ୍ୟ କୌଣସି ଦଳ ଏପର୍ଯ୍ୟନ୍ତ ପ୍ଲେ-ଅଫ୍‌ ସ୍ଥାନ ନିଶ୍ଚିତ କରିନାହାନ୍ତି । ୩ଟି ଦଳ (ଚେନ୍ନାଇ ସୁପରକିଙ୍ଗ୍‌ସ, ରାଜସ୍ଥାନ ରୟାଲ୍ସ, ସନରାଇଜର୍ସ  ହାଇଦ୍ରାବାଦ) ଦୌଡ଼ରୁ ବାଦ ପଡ଼ିଛନ୍ତି । ଶନିବାର ରୟାଲ୍‌ ଚ୍ୟାଲେଞ୍ଜର୍ସ ଜିତିଲେ ପଏଣ୍ଟ  ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବା ସହ ପ୍ଲେ-ଅଫ୍‌ରେ ପ୍ରବେଶ କରିବ । କେବଳ ସେତିକି ନୁହେଁ, ଦଳ ପ୍ରଥମ ୨ଟି ସ୍ଥାନ ମଧ୍ୟରେ ରହିବା ମଧ୍ୟ ନିଶ୍ଚିତ ହେବ।  ନାଇଟ୍‌ ରାଇଡର୍ସ କଷ୍ଟକର ସ୍ଥିତିରେ ରହିଛି ।  ଶେଷ ୨ଟି ଯାକ ମ୍ୟାଚ୍‌ ଜିତିଲେ ମଧ୍ୟ ଅନ୍ୟ  ଦଳର ପ୍ରଦର୍ଶନ ଉପରେ ନାଇଟ ରାଇଡର୍ସର ଭାଗ୍ୟ ନିର୍ଭର କରିବ ।

ଶନିବାର ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ । ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିବା ପରେ ସେ ପ୍ରଥମ କରି ଗ୍ରାଉଣ୍ଡକୁ ଓହ୍ଲାଇବେ । ରୟାଲ ଚ୍ୟାଲେଞ୍ଜର୍ସ ଫ୍ୟାନମାନେ କୋହଲିଙ୍କ ସମ୍ମାନରେ ଧଳା ଜର୍ସି ପିନ୍ଧି ଗ୍ୟାଲେରୀରେ ସମର୍ଥନ ଜଣାଇବେ । ସେ  ଅର୍ଦ୍ଧଶତକ ଅର୍ଜନ କଲେ ଏକ ରେକର୍ଡ ସ୍ଥାପନ କରିବେ । ଆଇପିଏଲ୍‌ରେ ସର୍ବାଧିକ ୬୨ ଅର୍ଦ୍ଧଶତକ ରେକର୍ଡ ଡେଭିଡ୍‌  ୱାର୍ଣ୍ଣରଙ୍କ ନାମରେ ରହିଛି । ତଥାପି ନାଇଟ୍‌  ରାଇଡର୍ସ ବୋଲର ସୁନିଲ ନାରାଏନଙ୍କ ସହ  ତାଙ୍କର ଏକ ଲଢ଼େଇ ହୋଇପାରେ । ୧୭ଟି  ମ୍ୟାଚ୍‌ରେ ସେ କୋହଲିଙ୍କୁ ୪ଥର ଆଉଟ କରିଛନ୍ତି । 

ବେଙ୍ଗାଲୁରୁରେ ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବାରୁ ପିଚ୍‌କୁ ଘୋଡେଇ ରଖାଯାଇଛି । ଉଭୟ ଦଳ ଏପର୍ଯ୍ୟନ୍ତ ପିଚ୍‌ ଦେଖି ନାହାନ୍ତି । ପିଚ୍‌ରେ ଆଦ୍ରତା ପେସ୍‌ ବୋଲରଙ୍କୁ ସହାୟତା  କରିବ । ଶନିବାର ଅପରାହ୍ଣରେ ମଧ୍ୟ ବର୍ଷା  ସମ୍ଭାବନା ରହିଛି । ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦ୍ବାଦଶ

ରୟାଲ୍‌ ଚ୍ୟାଲେଞ୍ଜର୍ସ: ଫିଲ ସଲ୍ଟ, ବିରାଟ  କୋହଲି, ମୟଙ୍କ୍‌ ଅଗରୱାଲ୍‌, ରଜତ ପାତିଦାର  (ଅଧିନାୟକ), ଜିତେଶ ଶର୍ମା, ରୋମାରିଓ  ସେଫର୍ଡ, ଟିମ ଡେଭିଡ୍‌, କୃନାଲ୍‌ ପାଣ୍ଡ୍ୟା,  ଭୁବନେଶ୍ୱର କୁମାର, ୟଶ ଦୟାଲ, ଲୁଙ୍ଗି  ଏନ୍‌ଗିଡ଼ି, ସୂୟାଶ ଶର୍ମା । 

ନାଇଟ୍‌ ରାଇଡର୍ସ: ସୁନୀଲ ନାରାଏନ, ରହମନୁଲ୍ଲା  ଗୁରବାଜ, ଅଜିଙ୍କ୍ୟ ରାହାଣେ (ଅଧିନାୟକ),  ଭେଙ୍କଟେଶ ଆୟର, ଅଙ୍ଗକ୍ରିଶ ରଘୁବଂଶୀ, ରିଙ୍କୁ  ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ ସିଂହ,  ବୈଭବ ଆରୋରା, ହର୍ଷିତ ରାଣା, ବରୁଣ  ଚକ୍ରବର୍ତ୍ତୀ, ଆନରିଚ ନର୍ଜ/ସ୍ପେନସର ଜନସନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.