ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

କଂଗ୍ରେସରେ ସକ୍ରିୟ ହେଲେ ରଞ୍ଜୀବ, ଦଳକୁ ଫେରିବେ କି ଚିରଞ୍ଜୀବ ?

Published By : Prameya | May 15, 2025 11:32 AM

ଭୁବନେଶ୍ୱର,୧୫/୦୫: କଂଗ୍ରେସକୁ ଫେରିବେ କି ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ? ଏ ଚର୍ଚ୍ଚା ଏବେ କଂଗ୍ରେସ  ମହଲ ସହ ଜଗତସିଂହପୁର ପର୍ଯ୍ୟନ୍ତ ଘୂରି ବୁଲୁଛି । ଦୀର୍ଘ  ଦିନ ପରେ କଂଗ୍ରେସ ଭବନରେ ବରିଷ୍ଠ ନେତା ତଥା  ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳଙ୍କୁ ଦେଖିବାକୁ ମିଳିଛି । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ରଞ୍ଜୀବ ବୈଠକ  କରିଛନ୍ତି । ପଛୁଆବର୍ଗଙ୍କୁ ନେଇ ଚାଲିଥିବା ବୈଠକରେ  ସାମିଲ ହୋଇଛନ୍ତି । ଖାଲି ସେତିକି ନୁହେଁ, କଂଗ୍ରେସ  ନେତାଙ୍କ ସହ ରାଜଭବନ ବି ଯାଇ ଦାବିପତ୍ର ଦେଇଛନ୍ତି ।  ଦୀର୍ଘଦିନ ପରେ କଂଗ୍ରେସ ନେତାଙ୍କ ମେଳିରେ ରଞ୍ଜୀବଙ୍କ ଏଭଳି ସକ୍ରିୟତା ଦେଖିବା ପରେ ତାଙ୍କ ଭାଇ ଚିରଞ୍ଜୀବ  ମଧ୍ୟ କଂଗ୍ରେସକୁ ଫେରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।   

ଶରତ ପଟ୍ଟନାୟକ ପିସିସି ସଭାପତି ଥିବାବେଳେ ଏକ ବୈଠକ ଆୟୋଜନ  ନେଇ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳ ନିଲମ୍ବିତ କରିଥିଲା । ପରେ ନିଲମ୍ବନ  ଉଠିଥିଲା । ହେଲେ ୨୦୨୪ ନିର୍ବାଚନ ପୂର୍ବରୁ ଚିରଞ୍ଜୀବ  କଂଗ୍ରେସ ସହ ବିଶ୍ୱାଳ ପରିବାରର ଦୀର୍ଘ ଦଶନ୍ଧିର  ସମ୍ପର୍କ ତୁଟାଇ ବିଜେଡିରେ ମିଶିଥିଲେ । ମାତ୍ର ବିଜେଡି  ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକଟ ଦେଇନଥିଲା ।  ନିର୍ବାଚନରେ ବିଜେଡି କ୍ଷମତାଚ୍ୟୁତ ହେବା ପରଠାରୁ  ଚିରଞ୍ଜୀବଙ୍କ ସକ୍ରିୟତା କମିଯାଇଥିଲା ବିଜେଡିରେ ।  ଭକ୍ତ ପିସିସି ସଭାପତି ହେବା ପରେ ପୁରୁଣା  କଂଗ୍ରେସ ନେତାମାନଙ୍କୁ ଦଳକୁ ଫେରାଇ ଆଣିବାକୁ  ଉଦ୍ୟମ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ  ବିଶ୍ୱାଳ ପରିବାର ଦୁଇ ଭାଇ ରଞ୍ଜୀବ ଓ ଚିରଞ୍ଜୀବଙ୍କୁ  ନେଇ ଦଳ ଜଗତସିଂହପୁର ଜିଲ୍ଲାରେ ଦଳକୁ ମଜବୁତ  କରିବାକୁ ଯୋଜନା ଚଳାଇଥିବା ସୂତ୍ରରୁ ଖବର  ମିଳିଛି । ରଞ୍ଜୀବ ପୁଣି ଦଳରେ ସକ୍ରିୟ ହୋଇଥିବାବେଳେ ଆଗକୁ ଚିରଞ୍ଜୀବ  ବିଜେଡି ଛାଡ଼ି କଂଗ୍ରେସକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ଶୁଣିବାକୁ ମିଳୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.