ପ୍ରମୂଖ ଖବର
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ବାବୁସାନ୍‌ଙ୍କ ନୂଆ ଫିଲ୍ମର ଗୀତକୁ ନେଇ ଚର୍ଚ୍ଚା.. ‘ରାତି ବାରଟାରେ ତୁ ଆସିବୁ ବୋଲି ଖଜୁରୀ ବଣରେ ତତେ ଡୁଙ୍ଗୁଥିଲି...’

Published By : Prameya | May 14, 2025 2:11 PM

ଭୁବନେଶ୍ୱର ୧୪/୦୫: ଜୁନ୍‌ ୧୨ ତାରିଖ, ରଜ ଅବସରରେ ପ୍ରେକ୍ଷାଳୟକୁ ଆସିବାକୁ ସଜବାଜ ହେଉଛି ବାବୁସାନ ଫିଲ୍ମସ୍‌ର ନୂଆ ଫିଲ୍ମ  ‘ବୋଉ ବୁଟୁ ଭୂତ’ । ତୃପ୍ତି ଶତପଥୀଙ୍କ ପ୍ରଯୋଜିତ ଏ ଫିଲ୍ମକୁ ନେଇ ଚର୍ଚ୍ଚା ଲାଗି ରହିଛି । ବର୍ତ୍ତମାନ ସବୁଠୁ ଅଧିକ  ଚର୍ଚ୍ଚା ଚାଲିଛି ବାବୁସାନ ଓ ଚୁଲ୍‌ବୁଲି କୁକିଜ୍‌ଙ୍କ ଉପରେ ଚିତ୍ରାୟିତ ଫିଲ୍ମର ଗୀତ ‘ଡୁଙ୍ଗୁଥିଲି...’ । ଭୁବନେଶ୍ୱରର  ଘାଟିକିଆ ଅଞ୍ଚଳରେ ଏ ଗୀତ ଦୃଶ୍ୟ ସୁଟିଂ ହୋଇଛି । ଗୀତର ଧାଡ଼ିଟି ବେଶ୍‌ ରୋଚକ - ‘ରାତି ବାରଟାରେ ତୁ ଆସିବୁ  ବୋଲି ଖଜୁରୀ ବଣରେ ତତେ ଡୁଙ୍ଗୁଥିଲି... ।’ 

କୁକିଜ୍‌ କୁହନ୍ତି, ଏ ଗୀତକୁ ନେଇ ଏବେ ସବୁଠି ଚର୍ଚ୍ଚା, ଆଲୋଚନା ।  ରଜରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିଲେ ଦର୍ଶକ ଏହାର କାହାଣୀ ସହିତ ଏ ଗୀତକୁ ମଧ୍ୟ ଖୁବ୍‌ ଉପଭୋଗ କରିବେ ।  ପ୍ରଥମଥର ବାବୁସାନଙ୍କ ସହ ଅଭିନୟ ସୁଯୋଗ ପାଇ କୁକିଜ୍‌ ଖୁବ୍‌ ଉତ୍ସାହିତ ଅଛନ୍ତି । ପୂର୍ବରୁ ସେ ‘ଆସ୍ତିକ ନାସ୍ତିକ’,  ‘ରକ୍ତ ତୀର୍ଥ’, ‘ଜ୍ୱାଇଁ ଆମର ଆମେରିକାନ’, ‘ଜବରଦସ୍ତ ଜ୍ୱାଇଁ’, ‘ତୋ ବିନୁ ଅନ୍ୟ ଗତି ନାହିଁ’, ‘କସ୍ତୁରୀ’, ‘ମା’  ପେଟରୁ ମୁଁ ଜଗତଜିତା’, ‘ହାଫ୍‌ ଲଭଷ୍ଟୋରୀ’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । 

କୁକିଜ ଅଭିନୟ କରିଥିବା  ‘ପବିତ୍ର ବନ୍ଧନ’ ରିଲିଜ ଅପେକ୍ଷାରେ ରହିଛି । ‘ମେରି ମା’ କର୍ମା’ ନାମରେ ଏକ ଛତିଶଗଡ଼ି ଫିଲ୍ମରେ ମଧ୍ୟ ଦେଖିବାକୁ  ମିଳିଛନ୍ତି କୁକିଜ୍‌ । ହଁ, କହିରଖୁଛୁ ‘ବୋଉ ବୁଟୁ ଭୂତ’ରେ ବାବୁସାନଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ  ଅର୍ଚ୍ଚିତା । ବାବୁସାନ ଓ ଅର୍ଚ୍ଚିତା ପୂର୍ବରୁ ଏକାଧିକ ଫିଲ୍ମରେ ଅଭିନୟ କରି ଦର୍ଶକୀୟ ଆଦୃତି ଲାଭ କରିସାରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.