ପ୍ରମୂଖ ଖବର
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ

Published By : Prameya | May 12, 2025 8:12 AM

ବାରିପଦା/ରାଇରଙ୍ଗପୁର ୧୨/୦୫: ଆଜି ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଲଚିକି ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ ଜନ୍ମବାର୍ଷିକୀ ଅବସରରେ ତାଙ୍କର ପବିତ୍ର ସମାଧିସ୍ଥଳରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ମୁଖ୍ୟମନ୍ତ୍ରୀ। ମହୁଲଡିହା ସ୍ଥିତ ସାଧାରଣ ସଭାକୁ କରିବେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

ଗସ୍ତ ସୂଚୀ ମୁତାବକ ମୁଖ୍ୟମନ୍ତ୍ରୀ ତାଙ୍କ ଭୁବନେଶ୍ୱର ସ୍ଥିତ ଆବାସରୁ ସକାଳ ୮ଟା ୪୫ମିନିଟରେ ସଡ଼କ ପଥରେ ବିଜୁପଟ୍ଟନାୟକ ବିମାନ ବନ୍ଦରକୁ ଆସିବେ । ସେଠାରୁ  ହେଲିକପଟର ଯୋଗେ ସକାଳ ୯ଟାରେ ରାଇରଙ୍ଗପୁର ଅଭିମୁଖେ  ଗସ୍ତ ପାଇଁ ଉଡାଣ ଭରିବେ । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର  ରାଇରଙ୍ଗପୁର ସ୍ଥିତ ଦାଣ୍ଡବୋଷ ଏୟାରଷ୍ଟ୍ରିପର ଅସ୍ଥାୟୀ  ହେଲିପ୍ୟାଡରେ ଦିନ ୧୦ଟା ୧୫ମିନିଟରେ ଅବତରଣ କରିବ  । ସେଠାରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ୧୦ଟା ୨୦ରେ ଗୁରୁଗମକେ  ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥଳି ଦାଣ୍ଡବୋଷରେ ଗ୍ରାମକୁ ଯାଇ  ସେଠାରେ ଥିବା ସମାଧିସ୍ଥଳରେ ଏବଂ ପଣ୍ଡିତ ରଘୁନାଥ ମୁର୍ମୁଙ୍କ  ପ୍ରତିମୂର୍ତ୍ତି ମାଲ୍ୟାର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ପରେ ପରେ ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ମହୁଲଡ଼ିହା ଖେଳ  ପଡିଆରେ ଦିନ ୧୧ଟାରେ ପହଞ୍ଚି ସେଠାରେ ପଣ୍ଡିତ ରଘୁନାଥ  ମୁର୍ମୁଙ୍କ ୧୨୦ତମ ଜୟନ୍ତୀ ଅବସରରେ ଆୟୋଜିତ ସାଧାରଣ  ସଭାରେ ଉଦବୋଧନ ଦେବେ  । ସଭା ଶେଷ ପରେ ଦିନ ଗୋଟାଏ  ବାଜି ୨୦ ମିନିଟରେ ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ରାଇରଙ୍ଗପୁର  ପିଡବ୍ଲ୍ୟୁଡି ଡାକ ବଙ୍ଗଳାକୁ ଯାଇ ସେଠାରେ ବିଶ୍ରାମ ନେବା  ସହିତ ସ୍ଥାନୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀ ରାଇରଙ୍ଗପୁର ଠାରେ ରାତ୍ରି ଯାପନ କରିବେ  ବୋଲି ମଧ୍ୟ ସୂଚନା ରହିଥିବା ବେଳେ ପରବର୍ତ୍ତୀ ସୂଚନା ପ୍ରଦାନ କରାଯାଇ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଓ  ପୁଲିସ ପ୍ରଶାସନ ବେଶ ତତ୍ପର ହୋଇ ଉଠିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.