ପ୍ରମୂଖ ଖବର
  • ୨୧ରେ ଛତିଶା ନିଯୋଗ ବୈଠକ, ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ନୀତିକାନ୍ତିରେ ଲାଗିବ ମୋହର
  • ||
  • ଟିମ ଇଣ୍ଡିଆର ଇଂଲଣ୍ଡ ଗସ୍ତ: ଆସନ୍ତା୨୩ରେ ହୋଇପାରେ ଦଳ ଘୋଷଣା
  • ||
  • ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ ସ୍ଥାନରେ ଚଢାଉ
  • ||
  • ଲକ୍ଷ୍ନୌ: ଚଳନ୍ତା ସ୍ଲିପର୍‌ ବସ୍ ଭୟଙ୍କର ଅଗ୍ନିକାଣ୍ଡ, ୫ ଯାତ୍ରୀଙ୍କ ଚାଲିଗଲା ଜୀବନ,ଏକାଧିକ ଗୁରୁତର, ଦିଲ୍ଳୀରୁ ବିହାରକୁ ୬୦ ଯାତ୍ରୀଙ୍କୁ ନେଇ ଯାଉଥିଲା
  • ||
  • ଘଟଗାଁରେ ବନ ବିଭାଗର ଚଢ଼ାଉ ଜାରି, ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ
  • ||
  • ପ୍ରକାଶ ପାଇଲା ପ୍ରାଥମିକ, ମାଧ୍ୟମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର: ଆଜିଠୁ ଆବେଦନ, ଜୁନ୍‌ରେ ବଦଳି ନିର୍ଦ୍ଦେଶ
  • ||
  • ଜଳେଶ୍ୱର : ଚଢାଉ ବେଳେ ପୋଲିସ ଗାଡ଼ିକୁ ପିଟିଲା ବାଲି ବୋଝେଇ ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ପୋଲିସ କର୍ମଚାରୀ
  • ||
  • କାଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିପାତ
  • ||
  • ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,୧୦ ଉଗ୍ରବାଦୀ ନିପାତ
  • ||
  • ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ରାସ୍ତାରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି ପୁଲିସ
  • ||
  • ଆଜିଠୁ ବଢ଼ିବ କାଳବୈଶାଖୀ, ୭ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ: ୨୧ରୁ କମିପାରେ ତାତି
  • ||

ସରକାରୀ ଜମି ଜବରଦଖଲ ମାମଲା: ଦୀର୍ଘ ବର୍ଷ ଦଖଲରେ ରହିଲେ ବି ବ୍ୟକ୍ତିଗତ ହୋଇପାରିବନାହିଁ

Published By : Prameya | May 15, 2025 2:14 PM

କଟକ,୧୫/୦୫: ଆଇନଗତ ସ୍ୱୀକୃତି ବିନା  ସରକାରୀ ଜମିକୁ କେହି ଦୀର୍ଘବର୍ଷ ଧରି ନିଜ ଦଖଲରେ  ରଖିଦେଲେ ଉକ୍ତ ଜମି ବ୍ୟକ୍ତିଗତ ହୋଇପାରିବ ନାହିଁ  ବା ସମ୍ପୃକ୍ତ ବ୍ୟକ୍ତିଙ୍କ ମାଲିକାନା ସ୍ୱତ୍ତ୍ୱ ସାବ୍ୟସ୍ତ କରିପାରିବ  ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ  ମତ ଦେଇଛନ୍ତି । ଢେଙ୍କାନାଳ ଜିଲ୍ଲା ତଳବାରକୋଟ  ଗ୍ରାମରେ ସତ୍‌ସଙ୍ଗ ଆଶ୍ରମ ବିରୋଧରେ ପ୍ରଶାସନ  ପକ୍ଷରୁ ଉଚ୍ଛେଦ ପାଇଁ ହୋଇଥିବା ନୋଟିସ୍‌କୁ ଚାଲେଞ୍ଜ  କରି ଆଗତ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍‌  ଏସ୍‌.କେ. ପାଣିଗ୍ରାହୀ ଏହି ରାୟ ଦେଇଛନ୍ତି । ହାଇକୋର୍ଟ  ପ୍ରଶାସନର ଏହି ଉଚ୍ଛେଦ ଆଦେଶକୁ କାଏମ୍‌ ରଖିବା  ସହ ଡିଭାଇନ୍‌ ୟୁନିଭର୍ସିଟି ସତ୍‌ସଙ୍ଗ କମନ୍‌ ପ୍ଲାଟ୍‌ଫର୍ମ  ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି । 

ଆବେଦନକାରୀ ଟ୍ରଷ୍ଟ ପିଟିସନ୍‌ରେ ଦର୍ଶାଇଥିଲେ  ଯେ, ତଳବାରକୋଟ ଗ୍ରାମ ନିକଟରେ ସେମାନଙ୍କ  ଦଖଲରେ ୪୦ବର୍ଷ ଧରି ୧୨ ଏକର ଜମି ରହିଛି । ଉକ୍ତ  ଜମିରେ ଏକ ସତ୍‌ସଙ୍ଗ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇଛି ।  ଏହା ସ୍ଥାନୀୟ ଅଞ୍ଚଳର ସାଂସ୍କୃତିକ କେନ୍ଦ୍ରରେ ପରିଣତ ହୋଇଛି । ଏହା ଅନେକ ସାଧୁସନ୍ଥଙ୍କ ରହଣିସ୍ଥଳୀ  ହୋଇଥିବାରୁ ଗ୍ରାମବାସୀଙ୍କ ସହଯୋଗକ୍ରମେ ସତ୍‌ସଙ୍ଗ  ବିହାର ଗଠନ ହୋଇଥିଲା । ଏହି ଜମିର ଲିଜ୍‌ ପାଇଁ  ଆବେଦନକାରୀଙ୍କ ପକ୍ଷରୁ ଢେଙ୍କାନାଳ ତହସିଲ୍‌ଦାରଙ୍କ  ନିକଟରେ ଆବେଦନ କରାଯାଇଥିଲା । କିନ୍ତୁ  ତହସିଲ୍‌ଦାର ଲିଜ୍‌ ଆବେଦନକୁ ଖାରଜ କରିଥିଲେ ।  

ଲିଜ୍‌ ଆବେଦନ ଖାରଜ ପରେ ଢେଙ୍କାନାଳ ତହସିଲ୍‌ଦାର  ଉଚ୍ଛେଦ ନୋଟିସ୍‌ ଜାରି କରିଥିଲେ । ଏହି ନୋଟିସ୍‌କୁ  ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲେ । ଉପଯୁକ୍ତ ଫୋରମ୍‌ରେ ସ୍ମାରକପତ୍ର  ଦେବାକୁ ପ୍ରଥମେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ପରେ ଆବେଦନକାରୀ ଢେଙ୍କାନାଳ  ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଢେଙ୍କାନାଳ ଜିଲ୍ଲାପାଳ ସ୍ମାରକପତ୍ରକୁ ଖାରଜ କରିଦେବା ପରେ  ଆବେଦନକାରୀ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲେ । ହାଇକୋର୍ଟ ଢେଙ୍କାନାଳ ତହସିଲ୍‌ଦାରଙ୍କ ପକ୍ଷରୁ ଜାରି ଉଚ୍ଛେଦ ନୋଟିସ୍‌ରେ କୌଣସି ପ୍ରକାର  ବେଆଇନ ହୋଇନାହିଁ ବୋଲି ଦର୍ଶାଇବା ସହ ଆବେଦନକାରୀଙ୍କ ପିଟିସନ୍‌କୁ ଖାରଜ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.